ଆତଙ୍କବାଦୀ ଲିଙ୍କ୍ ନେଇ ଗିରଫ୍‌ ହୋଇଥିବା ଜାମ୍ମୁ-କାଶ୍ମୀରର ଡିଏସ୍‌ପିଙ୍କୁ ବେଲ୍‌

ଶ୍ରୀନଗର: ଆତଙ୍କବାଦୀଙ୍କ ସହ ଲିଙ୍କ୍‌ ଥିବା ନେଇ ଗରିଫ ହୋଇଥିବା ଜାମ୍ମୁ-କାଶ୍ମରୀର ଡିଏସ୍‌ପି ଦେବେନ୍ଦର ସିଂହଙ୍କୁ ବେଲ୍‌ ମିଳିଛି। ଚଳିତ ବର୍ଷ ଶ୍ରୀନଗର-ଜାମ୍ମୁ ରାଜପଥରେ ଦୁଇଜଣ ହିଜବୁଲ-ମୁଜାହିଦ୍ଦିନ ଆତଙ୍କବାଦୀଙ୍କୁ ଏକ ଗାଡ଼ିରେ ନେଇ ଯାଉଥିବା ବେଳେ ତାଙ୍କୁ ଗିରଫ କରାଯାଇଥିଲା। ଦିଲ୍ଲୀ କୋର୍ଟରୁ ଆଜି ତାଙ୍କୁ ବେଲ୍‌ ମିଳିଥିବା ଦେବେନ୍ଦରଙ୍କ ଓକିଲ ସୂଚନା ଦେଇଛନ୍ତି। ତାଙ୍କ ସହିତ ଆଉ ଜଣେ ଅଭିଯୁକ୍ତ ଇରାନ ସାଫୀ ମୀରଙ୍କୁ ବି ବେଲ୍‌ ମିଳିଛି।

ଏହି ଦୁଇଙ୍କ ବିରୋଧରେ ଆତଙ୍କବାଦୀ କାର୍ଯ୍ୟକଳାପରେ ଲିପ୍ତ ରହିବା ନେଇ ଦିଲ୍ଲୀ ପୁଲିସ ଏକ ସ୍ୱତନ୍ତ୍ର ସେଲ୍‌ରେ କେସ୍ ହୋଇଥିଲା। ତାଙ୍କ ଓକିଲ ଏମ ଏସ ଖାନ କହିଛନ୍ତି ଯେ ଗିରଫ ହେବାର ୯୦ ଦିନ ମଧ୍ୟରେ ଯାଞ୍ଚ ଏଜେନ୍ସି ଚାର୍ଜସିଟ୍‌ ଦାଖଲ କରିବାରେ ବିଫଳ ହୋଇଛି। ତେଣୁ ଦିଲ୍ଲୀ କୋର୍ଟ ତାଙ୍କୁ ବେଲ୍ ଦେଇଛନ୍ତି। ତେବେ ଦୁଇଜଣ ଏକ ଲକ୍ଷ ଟଙ୍କା ଜମା କରିବା ବଦଳରେ ବେଲ୍ ଦିଆଯାଇଛି।

 

 

 

ଆହୁରି ପଢ଼ନ୍ତୁ

COVID-19କୁ ନେଇ ବଢ଼ିଲା ଚିନ୍ତା; ରୂପ ବଦଳାଇ ସୁସ୍ଥ ହୋଇଥିବା ରୋଗୀଙ୍କ ଶରୀରରେ ପୁଣି ସଂକ୍ରମିତ ହେଉଛିି

୨୪ ଘଣ୍ଟାରେ ୯୩, ୩୩୭ କରୋନା ଆକ୍ରାନ୍ତ ଚିହ୍ନଟ

ରେଡ୍‌ ବେଳେ ୯ ଆତଙ୍କବାଦୀ ଗିରଫ, ଦେଶରେ ବଡ଼ ଧରଣର ହମ୍‌ଲା ପାଇଁ କରିଥିଲେ ଯୋଜନା

କରୋନା ଭ୍ୟାକ୍‌ସିନ୍‌ ପରେ ଔଷଧ ତିଆରି କଲା ଋଷ

ପ୍ଲେ’ ଷ୍ଟୋରକୁ ପୁଣି ଫେରିଲା Paytm

ଚୀନକୁ ଆଉଏକ ଝଟ୍‌କା, ଏହି ଦେଶରେ ବି ବ୍ୟାନ୍ ହେଲା TikTok

ମୋଦିଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଲେ ବିରାଟ୍, ଜବାବରେ ପ୍ରଧାନମନ୍ତ୍ରୀ କହିଲେ…

ଡ୍ରଗ୍ସ ଲିଙ୍କ୍ ମାମଲାରେ ଆଉଜଣେ ପେଡଲର୍ ଗିରଫ

ଏଣିକି କୁକୁରଙ୍କ ପାଇଁ ବ୍ଲଡ୍ ବ୍ୟାଙ୍କ୍

ମୃତ୍ୟୁ ପୂର୍ବରୁ ଶେଷଥର ପାଇଁ କାହାକୁ କଲ୍‌ କରିଥିଲେ ସୁଶାନ୍ତଙ୍କ ପୂର୍ବତନ ମ୍ୟାନେଜର ଦିଶା ?

କରୋନା ପଜିଟିଭ୍‌ କହି ପତ୍ନୀଙ୍କ ପାଖରୁ ଖସିଗଲେ, ଗର୍ଲଫ୍ରେଣ୍ଡ୍‌ଙ୍କ ସହ ଧରାପଡ଼ିଲେ

ନୂଆ କୃଷି ବିଲ୍‌‌କୁ କାହିଁକି ଡରୁଛନ୍ତି ଚାଷୀ ?

You might also like