ଦିଲ୍ଲୀରେ ସନ୍ଦିଗ୍ଧ ଅାଇଏସ୍‌ ଅାତଙ୍କବାଦୀ

ନୂଆଦିଲ୍ଲୀ: ଦିଲ୍ଲୀରେ ଅାଇଏସ୍‌ ଅାତଙ୍କବାଦୀ। ଅାତଙ୍କବାଦୀ ସଂଗଠନ ଅାଇଏସ୍‌ର ଦୁଇଜଣ ସନ୍ଦିଗ୍ଧ ସମର୍ଥକଙ୍କୁ ଦିଲ୍ଲୀ ପୁଲିସ ଗିରଫ କରିଛି।

ଗିରଫ ହୋଇଥିବା ଅାତଙ୍କବାଦୀମାନେ ଜାମ୍ମୁ କାଶ୍ମୀର ସୋପିଅାନ୍‌ ଜିଳ୍ଲାର। ଏହି ଅାତଙ୍କବାଦୀମାନଙ୍କର ଇସଲାମିକ୍‌ ଷ୍ଟେଟ ସଂଗଠନ ସହ ଲିଙ୍କ୍‌ ରହିଥିବା ଜଣାପଡ଼ିଛି। ସେମାନଙ୍କୁ ଲାଲକିଲ୍ଲା ନିକଟରୁ ଦିଲ୍ଲୀ ପୁଲିସ୍‌ର ସ୍ପେଶାଲ ସେଲ୍‌ ଗିରଫ କରିଛି। ସେମାନଙ୍କଠାରୁ  ୨ଟି ପିସ୍ତଲ, ୧୦ଟି କାଟ୍ରିଜ୍‌ ଓ ୪ଟି ମୋବାଇଲ୍‌ ଜବତ କରାଯାଇଛି।

ଅଭିଯୁକ୍ତମାନଙ୍କ ମଧ୍ୟରୁ ଜଣେ ଏମ୍‌ଟେକ୍ ପଢୁଥିବା ବେଳେ ଅାଉ ଜଣେ ଡିପ୍ଲୋମା କରୁଛନ୍ତି। ଏମାନେ ହାଇଦ୍ରାବାଦରୁ ଅସ୍ତ୍ରଶସ୍ତ୍ର ନେଇ ଜମ୍ମୁ କାଶ୍ମୀର ଯାଉଥିଲେ। କିଛି ଦିନ ତଳେ ଏମାନଙ୍କର ଜଣେ ସମ୍ପର୍କୀୟର ଏନକାଉଣ୍ଟର୍‌ରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

You might also like