ଆକ୍ରମଣ ଯୋଜନା ପଣ୍ଡ: ଦିଲ୍ଲୀରୁ ସନ୍ଦିଗ୍ଧ ISIS ସଦସ୍ୟ ଗିରଫ

ନୂଆଦିଲ୍ଲୀ: ଦିଲ୍ଲୀରେ ଏକ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ ଯୋଜନା ପଣ୍ଡ ହୋଇଛି। ଦିଲ୍ଲୀରୁ ଜଣେ ସନ୍ଦିଗ୍ଧ ISIS ସଦସ୍ୟ ପୋଲିସ୍‌ ହାତରେ ଧରା ପଡ଼ିଛି। ଏହି ISIS ସଦସ୍ୟର ନାଁ ଅବୁ ୟୁସୁଫ୍‌।

ଗତକାଲି ରାତିରେ ଦିଲ୍ଲୀ ପୋଲିସ୍‌ର ସ୍ପେଶାଲ ସେଲ୍‌ ଧୌଲାକୁଆଁ ଅଞ୍ଚଳରୁ ଅବୁ‌କୁ ଗିରଫ କରିଛି। ତା’ନିକଟରୁ ପୋଲିସ୍‌ ବିସ୍ଫୋରକ ସାମଗ୍ରୀ ଓ ମାରଣାସ୍ତ୍ର ଜବତ କରିଛି। ସେ ଏକୁଟିଆ ଆକ୍ରମଣ କରିବାର ଯୋଜନାରେ ଥିଲା ବୋଲି ପୋଲିସ୍‌ କହିଛି।

ଦିଲ୍ଲୀ ପୋଲିସ ସ୍ପେଶାଲ ସେଲ୍ ଡେପୁଟି କମିଶନର ପ୍ରମୋଦ ସିଂ କୁଶୱାହା କହିଛନ୍ତି, ଧୌଲାକୁଆଁରେ ଗତକାଲି ରାତିରେ ପୋଲିସ ସହ ଗୁଳି ବିନିମୟ ପରେ ଅବୁକୁ ଗିରଫ କରାଯାଇଛି। ତା ନିକଟରୁ ଦୁଇଟି ଅତ୍ୟାଧୁନିକ ବିସ୍ଫୋରକ ଯନ୍ତ୍ର ବା ଆଇଇଡି ଏବଂ ଏକ ପିସ୍ତଲ ଜବତ କରାଯାଇଛି।

ଅବୁ ଦିଲ୍ଲୀର ବିଭିନ୍ନ ସ୍ଥାନକୁ ଯାଇଥିଲା ଓ ଏକାକୀ ଆକ୍ରମଣ ପାଇଁ ଯୋଜନା କରୁଥିଲା ବୋଲି ପୋଲିସ୍‌ କହିଛି।

ସୂଚନା ଅନୁସାରେ, ଅବୁ ୟୁସୁଫ୍‌ ପୋଲିସ୍‌କୁ କହିଛି ଯେ ତା’ଘର ଉତ୍ତରପ୍ରଦେଶର ବଳରାମପୁରରେ। ସେ ୟୁପି ନମ୍ବର ପ୍ଲେଟ୍‌ ଥିବା ଏକ ମୋଟରସାଇକେଲ ଯୋଗେ ଆସୁଥିବା ବେଳେ ପୋଲିସ୍‌ ତାକୁ ଅଟକାଇ ଗିରଫ କରିଥିଲା ବୋଲି ସୂଚନା ମିଳିଛି। ଅବୁ ୟୁସୁଫ୍‌କୁ ଗିରଫ ପରେ ଦିଲ୍ଲୀ, ଉତ୍ତରପ୍ରଦେଶର ଗାଜିଆବାଦ ଓ ଉତ୍ତରାଖଣ୍ଡର ବିଭିନ୍ନ ସ୍ଥାନରେ ଚଢ଼ଉ କରାଯାଇଥିଲା।

ସୂଚନାଥାଉ କି, କିଛିଦିନ ତଳେ ଆତଙ୍କବାଦୀ ସଂଗଠନ ISIS ସହ ସଂପର୍କ ଥିବା ଅଭିଯୋଗରେ ବେଙ୍ଗାଲୁରୁରୁ ଜଣେ ଡାକ୍ତରଙ୍କୁ ଗିରଫ କରାଯାଇଥିଲା।

ଆହୁରି ପଢ଼ନ୍ତୁ

କମିଲା ସୁନା ଓ ରୂପା ଦର

ଅଭିନେତ୍ରୀ ପାୟଲ ଘୋଷଙ୍କ ଟ୍ୱିଟ୍‌କୁ ନେଇ ଚର୍ଚ୍ଚା, କହିଲେ- ଯଦି ଝୁଲନ୍ତା ଅବସ୍ଥାରେ ମୋ ମୃତଦେହ ମିଳେ…

ଶିବାଙ୍ଗୀ ସିଂ ହେବେ ଲଢୁଆ ବିମାନ ରାଫେଲ୍‌ର ପ୍ରଥମ ମହିଳା ପାଇଲଟ୍‌

ଓଡ଼ିଶାରୁ ସୁରତକୁ ଟ୍ରକ୍‌ରେ ଏମିତି ଚାଲାଣ ହେଉଥିଲା ଲକ୍ଷାଧିକ ଟଙ୍କାର ଗଞ୍ଜେଇ

ଓ୍ୱାର୍କିଂ ଜର୍ଣ୍ଣାଲିଷ୍ଟ ସଂଜ୍ଞାରେ ଡିଜିଟାଲ ଏବଂ ଇଲେକ୍ଟ୍ରୋନିକ୍‌ ମିଡିଆ ସାମ୍ବାଦିକ ସାମିଲ

ବିସ୍ଫୋରଣ ପରେ ONGC ପ୍ଲାଣ୍ଟରେ ଅଗ୍ନିକାଣ୍ଡ

ପରଲୋକରେ ରେଳ ରାଷ୍ଟ୍ରମନ୍ତ୍ରୀ

ଫେଲ୍ ମାରିଲା ପାକିସ୍ତାନର ହୀନ ଉଦ୍ୟମ

ସ୍ୱାମୀଙ୍କୁ ହତ୍ୟା କରି ବେଡ୍‌ ତଳେ ମୃତଦେହ ଲୁଚାଇଥିଲେ ପତ୍ନୀ, ଗନ୍ଧ ବାହାରିବାରୁ…

‘ନେତା କୈସା ହୋ.. ବାଇଡେନ ଜୈସା ହୋ’-ଏମିତି ଚାଲିଛି ଆମେରିକାରେ ନିର୍ବାଚନ ପ୍ରଚାର

ନେପାଳ ପର୍ବତାରୋହୀଙ୍କ ପରଲୋକ; ୧୦ ଥର ମାଉଣ୍ଟ ଏଭରେଷ୍ଟ ଚଢି ରେକର୍ଡ କରିଥିଲେ

ଭଲ୍ୟୁଣ୍ଟାରୀ ରିଟାୟାରମେଣ୍ଟ ନେଲେ ବିହାର ଡିଜିପି ଗୁପ୍ତେଶ୍ୱର ପାଣ୍ଡେ, ନିର୍ବାଚନ ଲଢ଼ିବା ନେଇ ଚର୍ଚ୍ଚା

You might also like