ଓଆଇସିରେ ଅତିଥି ହେବେ ସୁଷମା: ପାକିସ୍ତାନ କହିଲା ଯିବିନି

ଭାରତ ଯୋଗ ଦେଲେ ଯୋଗ ଦେବନି ପାକିସ୍ତାନ

ନୂଆଦିଲ୍ଲୀ: ଭାରତ-ପାକିସ୍ତାନ ମଧ୍ୟରେ ଚାଲିଥିବା ଉତ୍ତେଜନା ସ୍ଥିତି ସମଗ୍ର ବିଶ୍ୱ ସମୁଦାୟକୁ ଚିନ୍ତାରେ ପକାଇଛି। ଏହାମଧ୍ୟରେ ଆସନ୍ତାକାଲିଠାରୁ ୟୁଏଇର ଆବୁଧାବିରେ ଆରମ୍ଭ ହେବାକୁ ଯାଉଛି ଓଆଇସି (ଅର୍ଗାନାଇଜେସନ୍ ଅଫ୍ ଇସଲାମିକ୍ କୋ-ଅପରେସନ୍) ସମ୍ମିଳନୀ। ଇସଲାମିକ୍ ଦେଶ ସମୂହଙ୍କୁ ନେଇ ଆୟୋଜିତ ଏହି ସମ୍ମିଳନୀରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜ ଯୋଗ ଦେବେ। ବିଶ୍ୱର ୫୭ଟି ଇସ୍ଲାମିକ୍ ଦେଶଙ୍କୁ ନେଇ ଗଠିତ ଇସ୍ଲାମୀୟ ସହଯୋଗ ସଂଗଠନ ବୈଠକରେ ଭାରତ ପ୍ରଥମ ଥର ଲାଗି ସମ୍ମାନିତ ଅତିଥି ଭାବେ ସୁଷମା ଯୋଗ ଦେବେ।

ଉଦ୍‌ଘାଟନୀ ସମାରୋହରେ ସେ ଉଦ୍‌ବୋଧନ ଦେବେ। ତେବେ ଦୁଇ ଦେଶ ମଧ୍ୟରେ ଉତ୍ତେଜନା ଦୃଷ୍ଟିରୁ ସମ୍ମିଳନୀରେ ଭାରତ ଯୋଗ ଦେଲେ ପାକିସ୍ତାନ ସାମିଲ ହେବ ନାହିଁ ବୋଲି ଗତକାଲି ଏହାର ବୈଦେଶିକ ମନ୍ତ୍ରୀ ଶାହା ମେହମ୍ମୁଦ୍ କ୍ୟୁରେସି ଧମକ ଦେଇଥିଲେ। ତେବେ ଇସ୍ଲାମିକ୍ ଦେଶ ସମୂହ ନିଜ ନିଷ୍ପତ୍ତିରେ ପରିବର୍ତ୍ତନ କରି ନାହାନ୍ତି। ତେଣୁ ପାକିସ୍ତାନ ବୈଠକରେ ଯୋଗ ଦେବ ନା ନାହିଁ ତାହା ସ୍ପଷ୍ଟ ହୋଇନି।

You might also like