ଗିରଫ ରେସଲର ସୁଶୀଲଙ୍କ ପାଇଁ ବଢିଲା ବିପଦ, ଭାଇରାଲ ହେଲା ଘଟଣା ସମୟର ଭିଡିଓ

ନୂଆଦିଲ୍ଲୀ: ପହିଲମାନ ସାଗର ଧନଖର ହତ୍ୟା ମାମଲାରେ ଗିରଫ ରେସଲର ସୁଶୀଲ କୁମାରଙ୍କ ବିରୋଧରେ ଗୋଟିଏ ପରେ ଗୋଟିଏ ପ୍ରମାଣ ସାମ୍ନାକୁ ଆସୁଛି । ଏବେ ସୁଶୀଲ ସାଗରଙ୍କୁ ମାରପିଟ କରୁଥିବାର ଦୃଶ୍ୟ ସାମ୍ନାକୁ ଆସିଛି । ନିକଟରେ ଏହାର ଏକ ଭିଡିଓ ଭାଇରାଲ ହୋଇଛି । ଏହି ଭିଡିଓରେ ଦେଖିବାକୁ ମିଳିଛି, ସୁଶୀଲ ସାଗର ଧନଖର, ସୋନୁ ମହାଲ ଏବଂ ତାଙ୍କ ସାଥୀଙ୍କୁ ଏକ ଠେଙ୍ଗାରେ ପିଟୁଛନ୍ତି । ଏହାର ପୂରା  ଭିଡିଓ ପୋଲିସ ପାଖରେ ମହଜୁଦ ରହିଛି ପ୍ରମାଣ ଭାବେ । ଏହି ଭିଡିଓ ୧୯ରୁ ୨୦ ସେକେଣ୍ଡର ମାତ୍ର । ଏହି ଭିଡିଓକୁ ପୋଲିସ ଘଟଣାଦିନ ରାତିରେ ସେଠାରେ ଉପସ୍ଥିତ ସୁଶୀଲଙ୍କ ନିକଟତର ବନ୍ଧୁ ପ୍ରିନ୍ସଙ୍କ ମୋବାଇଲରୁ ଜବତ କରିଥିଲା । ପ୍ରିନ୍ସ ବିରୋଧରେ ମଧ୍ୟ ଅନେକ ମାମଲା ଅଛି ।

ଭିଡିଓରେ  ସାଗର, ସୋନୁ ଏବଂ ତାଙ୍କୁ ସାଙ୍ଗମାନଙ୍କୁ ଏକ ଠୋଙ୍ଗାରେ ସୁଶୀଲ ପିଟୁଥିବା ଦେଖିବାକୁ ମିଳିଛି । ଏହି ୨୦ ସେକେଣ୍ଡର ଭିଡିଓକୁ ପୋଲିସ ପ୍ରମାଣ ଭାବେ ନିଜ ପାଖେ ରଖିଛି । ଭିଡିଓରେ ଆହୁରି ଦେଖିବାକୁ ମିଳୁଛି, ଛତ୍ରସାଲ ଷ୍ଟାଡିୟମ ଭିତରେ ଡଜନରୁ ଅଧିକ ଲୋକ ଉପସ୍ଥିତ ଥିଲେ । ଏଥିରେ କାଲା ଗ୍ୟାଙ୍ଗ ଏବଂ ନୀରଜ ବାବନିଆ ଗ୍ୟାଙ୍ଗର ଗୁଣ୍ଡାମାନେ ଥିବା ପୋଲସ କହିଛି । ଏଥିରେ ସୁଶୀଲ ମଧ୍ୟ ଉପସ୍ଥିତ ଥିବା ପୋଲିସ ଦାବି କରିଛି । ଭିଡିଓରେ ସାଗର ପହିଲମାନ ତଳେ ପଡିଛି ଏବଂ ହାତ ଯୋଡ଼ିଥିବା ଦେଖିବାକୁ ମିଳୁଛି । ଜଣେ ବ୍ୟକ୍ତିଙ୍କ ହାତରେ ପିସ୍ତଲ ପରି ଏକ ହତିଆର ରହିଛି ।

ବଦ୍‌ମାସଙ୍କ ହାତରେ ଠେଙ୍ଗ, ବାଡି, ହକିଷ୍ଟିକ ଥିବା ଦେଖିବାକୁ ମିଳିଛି । ଭିଡିଓରେ ସାଗର ବ୍ୟତରତ ଅନ୍ୟ ଜଣେ ବ୍ୟକ୍ତିଙ୍କୁ ସୁଶୀଲଙ୍କ ସାଥୀ ମାରପିଟ କରୁଥିବା ଦେଖିବାକୁ ମିଳିଛି । କିଛି ଧଳା ରଙ୍ଗର ଗାଡି ସେଠାରେ ଥିବା ଦେଖିବାକୁ ମିଳିଛି । ଏସବୁ ନୀରଜ ବବାନିଆ ଏବଂ କାଲା ଗ୍ୟାଙ୍ଗ ଲୋକଙ୍କର ପୋଲିସ ଦାବି କରିଛି ।

ସୂଚନାଥାଉ କି, ଫୋରେନ୍ସିକ ଯାଞ୍ଚ ପରେ ଏହି ଭିଡିଓ ଅସଲି ବୋଲି ଜଣାପଡ଼ିଛି । କ୍ରାଇମବ୍ରାଞ୍ଚ ରିପୋର୍ଟ ଅନୁସାରେ, ମେ’ ୪ ତାରିଖ କୁଖ୍ୟାତ ଗ୍ୟାଙ୍ଗଷ୍ଟର କାଲା ଜଠେଡିର ସମ୍ପର୍କୀୟ ଭାଇ ସୋନୁ, ରବୀନ୍ଦ୍ର ଓ ଅନ୍ୟ କେତେଜଣଙ୍କ ସହ ମାଡଲ ଟାଉନସ୍ଥିତ ଫ୍ଲାଟକୁ ନେଇ ସୁଶୀଲଙ୍କର ଗଣ୍ଡଗୋଳ ଲାଗିଥିଲା । ସେମାନେ ସୁଶୀଲ କୁମାରଙ୍କ କଲର ଧରିବା ସହ ଧମକଚମକ ମଧ୍ୟ ଦେଇଥିଲେ । ଏହା ପରେ ସୁଶୀଲ ପ୍ରତିଶୋଧ ନେବାକୁ ଯୋଜନା କରିଥିଲେ । ସୁଶୀଲ କୁଖ୍ୟାତ ନୀରଜ ବବାନ ଓ ଅନ୍ୟ ଗୁଣ୍ଡାମାନଙ୍କ ସାହାଯ୍ୟ ନେଇଥିଲେ ଏବଂ ସେହି ରାତିରେ ସୋନୁ, ସାଗର ସମେତ ଅନ୍ୟମାନଙ୍କୁ ନିସ୍ତୁକ ପିଟିଥିଲେ । ଏଥିରେ ସାଗରଙ୍କ ମୁଣ୍ଡରେ ଶକ୍ତ ଲାଗିଥିଲା ଓ ଶେଷରେ ଡାକ୍ତରଖାନାରେ ମୃତ୍ୟୁ ଘଟିଥିଲା ।

You might also like