ସୋଶାଲ ମିଡିଆରେ ସୁଶାନ୍ତଙ୍କ ଶେଷ ପୋଷ୍ଟ କହୁଥିଲା ଏମିତି କିଛି….

ମୁମ୍ବାଇ: ସୁଶାନ୍ତ ସିଂହ ରାଜପୁତ୍‌  ଆଉ ଆମ ପାଖରେ ନାହାନ୍ତି । ରିପୋର୍ଟ ଅନୁସାରେ ମୁମ୍ବାଇର ବାନ୍ଦ୍ରା ସ୍ଥିତ ନିଜ ଘରେ ସୁଶାନ୍ତ ରବିବାର ଆତ୍ମହତ୍ୟା କରିଛନ୍ତି । ଏହି ଖବର ଶୁଣିବା ପରେ ଫିଲ୍ମ ଇଣ୍ଡଷ୍ଟ୍ରିରେ ଖେଳି ଯାଇଥିଲା ଶୋକର ଲହରୀ ।
ଆକ୍ଟରମାନଙ୍କ ଭିତରେ ସୁଶାନ୍ତ ସିଂ ଯଥେଷ୍ଟ ଅଲଗା ଥିଲେ । ଅଧିକାଂଶ ସମୟରେ ସେ ନିଜ ଇନ୍‌ଷ୍ଟାରେ ଅଜିବ ଅଜିବ ପୋଷ୍ଟ ଶେୟାର କରୁଥିଲେ । ଗତକିଛି ଦିନ ହେବ ଇନ୍‌ଷ୍ଟାରେ ସେ ଏପରି କିଛି ଲେଖା ପୋଷ୍ଟ କରୁଥିଲେ, ଯାହାକୁ ଦେଖିଲେ ଲାଗିବ ଏଇ ଦିନ ମାନଙ୍କରେ ତାଙ୍କ ଭିତରେ କ’ଣ ସବୁ ଏମିତି ଚାଲିଥିଲା ?

ସୁଶାନ୍ତ ସିଂହ ତାଙ୍କ ମା’ଙ୍କ ଫଟୋ ଶେୟାର କରି ଏମିତି ଅଜିବ କଥା ଲେଖିଥିଲେ । ଏଠି କହି ରଖିବୁ, ଏହି ଫଟୋଟି ଇନ୍‌ଷ୍ଟାରେ ଥିଲା ସୁଶାନ୍ତଙ୍କ ଶେଷ ପୋଷ୍ଟ । ଏହି ପୋଷ୍ଟରେ ସେ ତାଙ୍କ ମା’ଙ୍କ କଥା ହେବା ପାଇଁ ଚେଷ୍ଟା କରୁଥିଲେ । ଏହି ପୋଷ୍ଟ ପଢିବା ପରେ ଜାଣିପାରିବେ ତାଙ୍କ ଭିତରେ କେତେ ଦୁଃଖ ଲୁଚି ରହିଥିଲା ଆଉ ସେ ତାଙ୍କ ମା’ଙ୍କୁ କେତେ ମିସ୍ କରୁଥିଲେ ।

ସୁଶାନ୍ତ ମେ’ ୨୬ ତାରିଖ ଏକ ପୋଷ୍ଟ ଶେୟାର କରିଥିଲେ ଯେଉଁଥିରେ ସେ ଅନ୍ତରୀକ୍ଷ ଏବଂ ସମୟ ମଧ୍ୟରେ କ’ଣ ତଫାତ ରହିଛି ସେ ବିଷୟରେ ବୁଝାଇଥିଲେ । ଏହି ପୋଷ୍ଟୋର ସେ ମସ୍ତିଷ୍କ ଏବଂ ଚେତନା ବିଷୟରେ କହିଥିଲେ ।

ସେ ଲେଖିଥିଲେ, ଜଣେ ମଣିଷ ପାଇଁ ଭାବିବା କମ୍ବା କୌଣସି ଜିନିଷକୁ ମାନିନେବା ଖୁବ ସହଜ । କିନ୍ତୁ ତାକୁ ଅନୁଭବ କରିବା ବହୁତ କଠିକ । ଆପଣ କେବଳ ନିଜକୁ ଅନୁଭବ କରୁଛନ୍ତି । ଆପଣ ଜୀବନକାଳ ଭିତରେ ଯାହା କିଛି କରୁଛନ୍ତି ନିଜ ପାଇଁ କରୁଛନ୍ତି । ରାତି ଦିନ ନିଜକୁ ହିଁ ଅନୁଭବ କରୁଛନ୍ତି।

ଏଠି କହି ରଖିବୁ, ଏକତା କାପୁରଙ୍କ ପବିତ୍ର ରିସ୍ତା ସୁଶାନ୍ତ ସିଂହଙ୍କୁ ଏକ ନୂଆ ପରିଚୟ ଦେଇଥିଲା । ଏହା ପରେ ତାଙ୍କୁ ଫିଲ୍ମ ଅଫର ମିଳିଥିଲା । ଫିଲ୍ମ ‘କାୟ ପୋ ଛେ’ରେ ସେ ବଲିଉଡ୍‌‌ରେ ଏଣ୍ଟ୍ରି କରିଥିଲେ। । ପରେ ପରେ ସେ ‘ଶୁଦ୍ଧ ଦେଶୀ ରୋମାନ୍ସ’, ‘ପିକେ’, ‘ଡିଟେକ୍ଟିଭ୍ ବ୍ୟୋମକେସ ବକ୍ସି’, ‘ଏମ୍.ଏସ୍. ଧୋନି’, ‘ରାବତା’, ‘ଛିଛୋରେ’ ଭଳି ଗୋଟିଏ ପରେ ଗୋଟିଏ ହିଟ୍ ଫିଲ୍ମ ଦେଇ ଦର୍ଶକଙ୍କ ମନ କିଣି ନେଇଥିଲେ।

ନିଜର ଦମଦାର ଅଭିନୟ ପାଇଁ ସୁଶାନ୍ତ ଅନେକ ପୁରସ୍କାର ପାଇଛନ୍ତି। ସେ ୨୦୧୪ରେ ନିଜ ଡେବ୍ୟୁ ଫିଲ୍ମ ‘କାଇ ପୋ ଚେ’ ପାଇଁ ଶ୍ରେଷ୍ଠ ଅଭିନେତା ଭାବେ ଷ୍ଟାର୍ ସ୍କ୍ରିନ୍ ଆଓ୍ୱାର୍ଡ ପାଇଛନ୍ତି। ଏହାସହ ‘ଏମ୍. ଏସ୍. ଧୋନି’ରେ ନିଜ ଉଚ୍ଚକୋଟୀର ଅଭିନୟ ଲାଗି ୨୦୧୭ରେ ଶ୍ରେଷ୍ଠ ଅଭିନେତା ପାଇଁ ଫିଲ୍ମ ଫେୟାର ଆଓ୍ୱାର୍ଡ ପାଇବାକୁ ମଧ୍ୟ ସେ ମନୋନୀତ ହୋଇଥିଲେ। ତେବେ ସେହି ବର୍ଷ ‘ଏମ୍. ଏସ୍. ଧୋନି’ ଫିଲ୍ମ ପାଇଁ ସୁଶାନ୍ତଙ୍କୁ ଶ୍ରେଷ୍ଠ ଅଭିନେତା (କ୍ରିଟିକ୍ସ) ଭାବେ ସ୍କ୍ରିନ୍ ଆଓ୍ୱାର୍ଡ ହାସଲ କରିଥିଲେ।

ଆହୁରି ପଢ଼ନ୍ତୁ

ରାୟୁଡୁଙ୍କ ଧମାକା: ମୁମ୍ବାଇକୁ ଚକମା ଦେଲା ଚେନ୍ନାଇ

ଅନ୍ତିମ ଯାତ୍ରାରେ ବାହାରିଲା INS ବିରାଟ

କରୋନା ଆରୋଗ୍ୟ ହାର: ଆମେରିକାକୁ ପଛରେ ପକାଇ ଭାରତ ଆଗରେ

ଲକ୍‌‌ଡାଉନ ସମୟରେ ସ୍ୱତନ୍ତ୍ର ଶ୍ରମିକ ଟ୍ରେନ୍‌‌ରେ ୯୭ ଶ୍ରମିକଙ୍କ ମୃତ୍ୟୁ ଘଟିଛି

ସାମ୍ବାଦିକଙ୍କ ସମେତ ଚୀନ ଓ ନେପାଳ ନାଗିରକ ଗିରଫ; ଚୀନ ଗୁଇନ୍ଦା ସଂସ୍ଥାକୁ ଦେଉଥିଲେ ଗୁପ୍ତ ଖବର

COVID-19କୁ ନେଇ ବଢ଼ିଲା ଚିନ୍ତା; ରୂପ ବଦଳାଇ ସୁସ୍ଥ ହୋଇଥିବା ରୋଗୀଙ୍କ ଶରୀରରେ ପୁଣି ସଂକ୍ରମିତ ହେଉଛିି

୨୪ ଘଣ୍ଟାରେ ୯୩, ୩୩୭ କରୋନା ଆକ୍ରାନ୍ତ ଚିହ୍ନଟ

ରେଡ୍‌ ବେଳେ ୯ ଆତଙ୍କବାଦୀ ଗିରଫ, ଦେଶରେ ବଡ଼ ଧରଣର ହମ୍‌ଲା ପାଇଁ କରିଥିଲେ ଯୋଜନା

କରୋନା ଭ୍ୟାକ୍‌ସିନ୍‌ ପରେ ଔଷଧ ତିଆରି କଲା ଋଷ

ପ୍ଲେ’ ଷ୍ଟୋରକୁ ପୁଣି ଫେରିଲା Paytm

ଚୀନକୁ ଆଉଏକ ଝଟ୍‌କା, ଏହି ଦେଶରେ ବି ବ୍ୟାନ୍ ହେଲା TikTok

ମୋଦିଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଲେ ବିରାଟ୍, ଜବାବରେ ପ୍ରଧାନମନ୍ତ୍ରୀ କହିଲେ…

You might also like