ରିୟାଙ୍କ ବିରୋଧରେ ବିସ୍ଫୋରକ ଅଭିଯୋଗ ଆଣିଲେ ସୁଶାନ୍ତଙ୍କ ବାପା

ମୁମ୍ବଇ: ବଲିଉଡ ଷ୍ଟାର ସୁଶାନ୍ତ ସିଂହ ମୃତ୍ୟୁ ମାମଲା ଦିନକୁ ନିଦ ନୂଆ ମୋଡ ନେଉଛି। CBI ମାମଲାର ତଦନ୍ତ କରୁଥିବାବେଳେ ଗତକାଲି ସୁଶାନ୍ତଙ୍କ ବାପା ଏକ ବିସ୍ଫୋରକ ଅଭିଯୋଗ ଆଣିଛନ୍ତି।

ସେ କହିଛନ୍ତି, ରିୟା  ଚକ୍ରବର୍ତ୍ତୀ ବିଷ ଦେଇ ସୁଶାନ୍ତଙ୍କୁ ହତ୍ୟା କରିଛନ୍ତି।  ତେଣୁ ରିୟାଙ୍କୁ  ତୁରନ୍ତ ଗିରଫ କରାଯାଉ ବୋଲି ସୁଶାନ୍ତ ସିଂହଙ୍କ ବାପା କହିଛନ୍ତି। ସେ ଆହୁରି କହିଥିଲେ, ଲଗାତର ଭାବେ ସୁଶାନ୍ତଙ୍କୁ ରିୟା ଡ୍ରଗ୍ସ ଦେଉଥିଲେ। ତେଣୁ ରିୟାଙ୍କ ଗିରଫ ଦାବି କରାଯାଉ ବୋଲି ଦାବି କରିଛନ୍ତି ସୁଶାନ୍ତ ସିଂହଙ୍କ ବାପା ।

ଗତକାଲି ରିୟାଙ୍କ ବିରୋଧରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ଏକ ମାମଲା ମଧ୍ୟ ରୁଜୁ କରିଛି । କାରଣ ରିୟା ହିଁ ଏକାଧିକ ଡ୍ରଗ୍ସ ବେପାରୀଙ୍କ ଯୋଗାଯୋଗରେ ଥିଲେ। ରିୟା ସୁଶାନ୍ତଙ୍କୁ ଡ୍ରଗ୍ସ ଦେବା ସହ ନିଜେ ମଧ୍ୟ ନେଉଥିବା ଅଭିଯୋଗ ହୋଇଥିଲା।

ସେହିପରି ରିୟାଙ୍କ ଭାଇ ସୌଭିକ ଚକ୍ରବର୍ତ୍ତୀ ଓ ଅନ୍ୟମାନଙ୍କ ବିରୋଧରେ ମଧ୍ୟ ମାମଲା ରୁଜୁ ହୋଇଛି। ଗତକାଲି ଏକ ଚାଞ୍ଚଲ୍ୟକର ତଥ୍ୟ ପଦାକୁ ଆସିଥିଲା ଜୁନ୍ ୮ ତାରିଖ ଦିନ ରିୟା ଘରରୁ ଯିବା ପୂର୍ବରୁ କିଛି ହାର୍ଡ ଡ୍ରାଇଭ୍‌କୁ ନଷ୍ଟ କରିଥିଲେ।  ସିବିଆଇକୁ ଏହି ତଥ୍ୟ ଦେଇଥିଲେ ସୁଶାନ୍ତଙ୍କ ବନ୍ଧୁ ତଥା ଫ୍ଲାଟ୍ ମେଟ୍ ସିଦ୍ଧାର୍ଥ ପଠାନୀ। ରିୟା ଏସବୁ ହାର୍ଡ ଡାଇଭ୍ ଭାଙ୍ଗିବା ବେଳେ ସେ ଓ ନିରଜ ଘରେ ଉପସ୍ଥିତ ଥିଲେ। ଏହା ପରେ ସୁଶାନ୍ତଙ୍କ ମୃତ୍ୟୁକୁ ନେଇ ରିୟାଙ୍କ ଉପରେ ସନ୍ଦେହ ବଢ଼ିଛି ।

ଆହୁରି ପଢ଼ନ୍ତୁ

ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ କରୋନାରେ ଆକ୍ରାନ୍ତ

ସୁଶାନ୍ତଙ୍କ ମୃତ୍ୟୁକୁ ନେଇ ଏମିତି ରିପୋର୍ଟ ଦେଲା ଦିଲ୍ଲୀ ଏମ୍ସର ଡାକ୍ତରୀ ଟିମ୍

ସୁଶାନ୍ତଙ୍କ ମୃତ୍ୟୁ ସହିତ ଡ୍ରଗ୍ସ କାରବାର ତଦନ୍ତର କୌଣସି ସମ୍ପର୍କ ନାହିଁ; NCB

ଆଉ ଜଣେ ଅଭିନେତାଙ୍କ ଆତ୍ମହତ୍ୟା !

କରୋନାରୁ ସୁସ୍ଥ ହେଲେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ

୫୪ ସିଟ୍ ପାଇଁ ଉପନିର୍ବାଚନ ତାରିଖ ଘୋଷଣା କଲେ ଇସି

୩୦ ବର୍ଷ ସେବା ଯୋଗାଇବା ପରେ ସତ୍ତା ହରାଇବ INS Viraat

ଗଣଦୁଷ୍କର୍ମ ପରେ ଜିଭ କାଟି ଦେଇଥିଲେ, ଡାକ୍ତରଖାନାରେ ଆଖି ବୁଜିଲେ ପୀଡିତା

କୃଷି ବିଲ୍‌ ବିରୋଧକୁ ନେଇ ପ୍ରଧାନମନ୍ତ୍ରୀଙ୍କ ପ୍ରତିକ୍ରିୟା, କହିଲେ ‘ଚାଷୀ ଯାହାକୁ ପୂଜା କରନ୍ତି, ସେଥିରେ ନିଆଁ ଲଗାଇଦେଲ !’

କରୋନା ପରେ ଚୀନ୍‌ରେ ବୁବୋନିକ ପ୍ଲେଗ ଆତଙ୍କ, ଜରୁରୀ ସ୍ଥିତି ଲାଗୁ କଲା ପ୍ରଶାସନ

ସୁଶାନ୍ତ ସିଂ ରାଜପୁତ୍‌ ମୃତ୍ୟୁ ମାମଲା; ଚୂଡ଼ାନ୍ତ ବ୍ୟବଚ୍ଛେଦ ଓ ଭିସେରା ରିପୋର୍ଟ ସିବିଆଇକୁ ଦେଲା ଏମ୍ସ

ଚୀନକୁ ଚେକ୍ ଦେବା ପାଇଁ LACରେ ଜଗିଛି ’ନିର୍ଭୟ’

You might also like