ସୁଶାନ୍ତଙ୍କୁ ନ୍ୟାୟ ପ୍ରଦାନ ଦାବିରେ ଅନଶନରେ ବସିଲେ ୨ ବନ୍ଧୁ

ମୁମ୍ବାଇ: ମୁମ୍ବାଇର ସ୍ୱର ଏବେ ଶୁଣିବାକୁ ମିଳିଛି ଦିଲ୍ଲୀରେ । ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାର ତଦନ୍ତ ଜୋରଦାର କରିବା ସହ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ଆମରଣ ଅନଶନ। ଦିଲ୍ଲୀ ଜନ୍ତରମନ୍ତରରେ ଧାରଣାରେ ବସିଛନ୍ତି ବନ୍ଧୁ ତଥା କୋରିଓଗ୍ରାଫର୍ ଗଣେଶ ଗାୟକ୍ୱାଡ୍ ଓ ପୂର୍ବତନ ସହଯୋଗୀ ଅଙ୍କିତ ଆଚାର୍ଯ୍ୟ। ଆଜିଠୁ ଅନଶନରେ ବସିଛନ୍ତି ଉଭୟ ବନ୍ଧୁ।

ଏମାନଙ୍କୁ ସମର୍ଥନ ଜଣାଇ ବହୁ ସଂଖ୍ୟାରେ ସୁଶାନ୍ତଙ୍କ ପ୍ରଶଂସକ ଓ ସମର୍ଥକ ଆସି ଜନ୍ତରମନ୍ତରରେ ପହଞ୍ଚିଛନ୍ତି। ଲୋକମାନେ ହାତରେ ପ୍ଲାକାର୍ଡ ଓ ବ୍ୟାନର ଧରି ଆନ୍ଦୋଳନକାରୀ ପ୍ରଦର୍ଶନରେ ସାମିଲ ହୋଇଥିଲେ ଏବଂ  ‘ସୁଶାନ୍ତଙ୍କୁ ନ୍ୟାୟ ଜରୁର ମିଳିବ’ ବୋଲି ନାରା ଦେଉଥିଲେ। ଏଥିପାଇଁ ସେମାନେ ଜେଲ ଯିବାକୁ ମଧ୍ୟ ପ୍ରସ୍ତୁତ ବୋଲି କହିଥିଲେ। ଯେତେବେଳେ ଯାଏ ମାମଲାରେ ୩୦୨ ଦଫା ଲାଗିନି ସେତେବେଳେ ଯାଏ ଏହି ଅନଶନ ଜାରି ରହିବ ବୋଲି ଗଣେଶ ଓ ଅଙ୍କିତ କହିଛନ୍ତି।

ସୁଶାନ୍ତଙ୍କୁ ହତ୍ୟା କରାଯାଇଛି ଆଉ ଏଥିରେ ସଂପୃକ୍ତ ଥିବା ଲୋକଙ୍କୁ ମହାରାଷ୍ଟ୍ର ସରକାର ଘଣ୍ଟ ଘୋଡ଼ାଉଥିବା ସେମାନେ ଅଭିଯୋଗ କରିଛନ୍ତି। ସେହିପରି ସିବିଆଇ ତଦନ୍ତକୁ ତ୍ୱରାନିତ କରାଯିବା ସହ ତଦନ୍ତକାରୀ ସଂସ୍ଥା ଚାପରେ ଥିବା ଅଭିଯୋଗ କରିଛନ୍ତି ବିକ୍ଷୋଭକାରୀ।

ଜଣେ ପ୍ରଦର୍ଶନକାରୀ କହିଛନ୍ତି,  ଘରେ ସ୍ୱର ଉଠାଇବା ସହଜ। ହେଲେ ଯେତେଦିନ ପର୍ଯ୍ୟନ୍ତ ଆପଣ ବାହାରକୁ ଆସି ସ୍ୱର ନ ଉଠାଇଛନ୍ତି, ସେତେଦିନ ପର୍ଯ୍ୟନ୍ତ ଏହାର କୌଣସି ମୂଲ୍ୟ ନାହିଁ। ଏପରି ଭାବେ ବିରୋଧ କରାଯିବା ଆବଶ୍ୟକ ଯେପରି କାହା ସହିତ ବି ଏହି ଘଟଣା ଘଟିବନି।

ଡ୍ରଗ ମାମଲାରେ ବଲିଉଡ୍‌କୁ ବଦନାମ କରିବା କଥା ଜୟା କହିଛନ୍ତି। ଏହି ମାମଲାରେ ଗଣେଶ ପ୍ରତିକ୍ରିୟା ରଖି ଅମିତାଭଙ୍କ ଉଦ୍ଦେଶ୍ୟରେ କହିଛନ୍ତି, ‘ ଆପଣ ଜୟା ବଚ୍ଚନଙ୍କ ଟିପ୍ପଣୀ ଉପରେ ଚୁପ୍‌ ରହିଥିଲେ। ଆପଣ ଏ ସମୟରେ ଅତି କମ୍‌ରେ ୨ ମିନିଟ୍‌ ସମୟ ତ ଦେଇ ପାରିଥାନ୍ତେ।’

ଦିଲ୍ଲୀ ସମେତ ଆଖପାଖ ଅଞ୍ଚଳରୁ ବହୁ ସଂଖ୍ୟାରେ ଲୋକେ ଏଠି ଆସି ପହଞ୍ଚିଛନ୍ତି। ସୁଶାନ୍ତଙ୍କ ମୃତ୍ୟୁର ୧୦୯ ଦିନ ପରେ ବି ମୃତ୍ୟର ସଠିକ୍ କାରଣ ଜଣାପଡ଼ିନି। ମାମଲାରେ ସିବିଆଇ, ଇଡି ଏବଂ ଏନସିବି ଖୋଳତାଡ଼ କରୁଛି।

ଆହୁରି ପଢ଼ନ୍ତୁ

‘ଶକ୍ତି କ୍ଷେତ୍ରରେ ଭାରତର ଭବିଷ୍ୟତ ଉଜ୍ଜ୍ୱଳ ଓ ସୁରକ୍ଷିତ’

ଭାଇରାଲ ହେଉଛି ରାବଣଙ୍କ ଭାଙ୍ଗଡ଼ା

ଅଷ୍ଟ୍ରେଲିଆ ଗସ୍ତ ପାଇଁ ଭାରତୀୟ କ୍ରିକେଟ ଟିମ ଘୋଷଣା

ମଣିଷ ଶରୀରରେ କରୋନା ଟିକା ଦିଆଯିବା ପରେ ଆସିଲା ରୋଚକ ତଥ୍ୟ

କାର୍ଗି‌ଲ୍‌ ଯୁଦ୍ଧକୁ ନେଇ ବଡ ଖୁଲାସା କଲେ ନବାଜ ସରିଫ

ପୁରୁଣା ମ୍ୟାପ ସହ ବିଜୟାଦଶମୀ ବାର୍ତ୍ତା ଦେଲେ ଓଲି

ଡୋଭାଲଙ୍କ ଚେତାବନୀ -‘ବିପଦ ଆସିଲେ ଛାଡ଼ିବୁନି’

ବିଜୟାଦଶମୀରେ ଶସ୍ତ୍ର ପୂଜା ପରେ ଡ୍ରାଗନକୁ ଏମିତି ଚେତାବନୀ ଦେଲେ ପ୍ରତିରକ୍ଷା ମନ୍ତ୍ରୀ

ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କରୋନା ଆକ୍ରାନ୍ତ

ଯେମିତି ନିର୍ବାଚନ, ସେଇ ପଦ୍ଧତିରେ ହେବ ଦେଶରେ କୋଭିଡ୍ ଟିକାକରଣ

ଆର୍‌ବିଆଇ ଗଭର୍ଣ୍ଣରଙ୍କୁ କରୋନା

ସିଏଏକୁ ନେଇ ମୋହନ ଭାଗବତଙ୍କ ମନ୍ତବ୍ୟରେ କଡ଼ା ପ୍ରତିକ୍ରିୟା ରଖିଲେ ଅସଦୁଦ୍ଦିନ ଓୱେସୀ

You might also like