କାହିଁକି ଆତ୍ମହତ୍ୟା କଲେ ସୁଶାନ୍ତ ? ମାନସିକ ଅବସାଦ ନା ଆଉ କିଛି ?

ମୁମ୍ବଇ: କାହିିଁକି ଏମିତି ଅବେଳରେ ଝଡ଼ିଗଲେ ବଲିଉଡର ଏଇ ଉଜ୍ଜ୍ୱଳ ତାରକା ? ଅବସାଦରୁ ଆତ୍ମହତ୍ୟା ନା ଆଉ କିଛି ? ଯଦି ଅବସାଦ ତାହେଲେ କାରଣ କଣ? ମୁମ୍ବାଇ କ୍ରାଇମ୍‌ ବ୍ରାଞ୍ଚ  ଏ ଦିଗରେ ତଦନ୍ତକୁ ଆଗକୁ ବଢ଼ାଇ ସୁଶାନ୍ତଙ୍କ ସାଥି ରିଆ ଚକ୍ରବର୍ତ୍ତୀ, ମହେଶ ସେଟ୍ଟୀଙ୍କ ସହ ଅନ୍ୟ କିଛି ନିକଟ ସଂପର୍କୀୟଙ୍କୁ ପଚରାଉଚରା କରିଥିବା ସୂଚନା ମିଳିଛି।

ପୋଷ୍ଟମର୍ଟମ୍ ରିପୋର୍ଟ କହୁଛି, ଫାଶି ଯୋଗୁଁ ଶ୍ୱାସରୁଦ୍ଧ ହୋଇ ତାଙ୍କର ମୃତ୍ୟୁ ଘଟିଛି। ହେଲେ ତାଙ୍କ ଶରୀରରେ କିଛି ବିଷକ୍ରିୟା ଥିଲା କି ନାହିଁ ଜାଣିବାକୁ ଭିସାରା ଟେଷ୍ଟ ପାଇଁ ପଠାଯାଇଛି । ପାରିପାର୍ଶ୍ୱିକ ସ୍ଥିତିରୁ ସୁଶାନ୍ତ ଆତ୍ମହତ୍ୟା କରିଥିବାର ସନ୍ଦେହ ଉପରେ ତଦନ୍ତକୁ ଆଗକୁ ନେଉଛି ମୁମ୍ବାଇ କ୍ରାଇମ୍‌ ବ୍ରାଞ୍ଚ।

ମୃତ୍ୟୁ ପୂର୍ବରୁ ପ୍ରକୃତରେ କଣ ଘଟିଥିଲା, କାହା କାହା ସହ ସଂପର୍କରେ ଥିଲେ ସୁଶାନ୍ତ, କେଉଁମାନଙ୍କୁ ଫୋନ୍ କଲ୍ କରିଥିଲେ, ଏ ସବୁର ଟିକିନିଖି ଯାଞ୍ଚ ଲାଗି ଉଦ୍ୟମ ଆରମ୍ଭ କରିଛି ମୁମ୍ବାଇ ପୋଲିସ୍ ।ପୋଲିସର ସୂଚନା ଅନୁଯାୟୀ, ସୁଶାନ୍ତଙ୍କ ଘରୁ ଆଣ୍ଟି ଡିପ୍ରେସନ୍ ଟାବ୍ଲେଟ୍ ମିଳିଛି ।

ହେଲେ ସୁଶାନ୍ତଙ୍କ ଭଉଣୀ କହିଛନ୍ତି, ତାଙ୍କର କିଛି ବି ଆର୍ଥିକ ଅନଟନ ନଥିଲା। କିନ୍ତୁ ସେ ଗତ ସପ୍ତାହେ ଧରି ବ୍ୟତିବ୍ୟସ୍ତ ଥିଲେ।  ହେଲେଆଣ୍ଟି ଡିପ୍ରେସନ୍ ଔଷଧ ଖାଉ ନଥିଲେ । ସପ୍ତାହକ ତଳେ ସୁଶାନ୍ତଙ୍କ ପୂର୍ବତନ ମହିଳା ମ୍ୟାନେଜର ଦିଶା ସାଲିଆନ୍ ମଧ୍ୟ ଛାତ ଉପରୁ ଡେଇଁ ସୁଇସାଇଡ୍ କରିଥିଲେ।  ଆଉ ଏହା ପରେ ସୁଶାନ୍ତ ବି ସେଇ ସୁଇସାଇଡ୍ ରାସ୍ତା ବାଛିବା ପଛରେ କିଛି ଲିଙ୍କ ନାହିଁ ତ ?

ସୁଶାନ୍ତଙ୍କ ଘରୋଇ ସହାୟକଙ୍କ ବୟାନ ଅନୁଯାୟୀ, ମୃତ୍ୟୁ ପୂର୍ବରୁ ସକାଳ ୧୦ଟାରେ ରୁମ୍ ବାହାରକୁ ଆସି ଜୁସ୍ ନେଇ ପୁଣି ରୁମ୍ ଭିତରକୁ ଚାଲି ଯାଇଥିଲେ ସୁଶାନ୍ତ। ଆଉ ସାଢ଼େ ୧୨ଟାରେ ମିଳିଲା ମୃତ ଦେହ । ତେଣୁ ସୁଶାନ୍ତଙ୍କ ମୃତ୍ୟୁ ସହ ଏଇ ଅଢ଼େଇ ଘଣ୍ଟାର ରହସ୍ୟ ବି ରହସ୍ୟ ଘେରରେ।

ଆହୁରି ପଢ଼ନ୍ତୁ

ଓ୍ୱାର୍କିଂ ଜର୍ଣ୍ଣାଲିଷ୍ଟ ସଂଜ୍ଞାରେ ଡିଜିଟାଲ ଏବଂ ଇଲେକ୍ଟ୍ରୋନିକ୍‌ ମିଡିଆ ସାମ୍ବାଦିକ ସାମିଲ

ବିସ୍ଫୋରଣ ପରେ ONGC ପ୍ଲାଣ୍ଟରେ ଅଗ୍ନିକାଣ୍ଡ

ପରଲୋକରେ ରେଳ ରାଷ୍ଟ୍ରମନ୍ତ୍ରୀ

ଫେଲ୍ ମାରିଲା ପାକିସ୍ତାନର ହୀନ ଉଦ୍ୟମ

ସ୍ୱାମୀଙ୍କୁ ହତ୍ୟା କରି ବେଡ୍‌ ତଳେ ମୃତଦେହ ଲୁଚାଇଥିଲେ ପତ୍ନୀ, ଗନ୍ଧ ବାହାରିବାରୁ…

‘ନେତା କୈସା ହୋ.. ବାଇଡେନ ଜୈସା ହୋ’-ଏମିତି ଚାଲିଛି ଆମେରିକାରେ ନିର୍ବାଚନ ପ୍ରଚାର

ନେପାଳ ପର୍ବତାରୋହୀଙ୍କ ପରଲୋକ; ୧୦ ଥର ମାଉଣ୍ଟ ଏଭରେଷ୍ଟ ଚଢି ରେକର୍ଡ କରିଥିଲେ

ଭଲ୍ୟୁଣ୍ଟାରୀ ରିଟାୟାରମେଣ୍ଟ ନେଲେ ବିହାର ଡିଜିପି ଗୁପ୍ତେଶ୍ୱର ପାଣ୍ଡେ, ନିର୍ବାଚନ ଲଢ଼ିବା ନେଇ ଚର୍ଚ୍ଚା

ଚାଇନା ରାଷ୍ଟ୍ରପତିଙ୍କୁ ନିନ୍ଦା କଲେ ଦଣ୍ଡ ୧୮ ବର୍ଷ ଜେଲ

୨୦୧୫ରୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ବିଦେଶ ଗସ୍ତରେ ଖର୍ଚ୍ଚ ହୋଇଛି ୫୦୦ କୋଟିରୁ ଅଧିକ ଟଙ୍କା

ଅତ୍ୟାବଶ୍ୟକ ସାମଗ୍ରୀ ତାଲିକାରୁ ବାଦ୍‌ ପଡ଼ିଲା ଆଳୁ, ପିଆଜ, ଡାଲି

କେବେଠୁ ହେବ ୟୁଜି ଓ ପିଜି କ୍ଲାସ? ଜାଣନ୍ତୁ…

You might also like