ବଲିଉଡର ପ୍ରଥମ ଆକ୍ଟର ଯିଏ ଜହ୍ନରେ କିଣିଥିଲେ ଜାଗା

ମୁମ୍ବଇ: ଜୁନର ୨ୟ ରବିବାର ସିନେ ପ୍ରେମୀଙ୍କ ପାଇଁ ଆଣିଥିଲା ଏକ ଦୁଃଖଦ ଖବର । ଅଳ୍ପ ଦିନ ଭିତରେ ଅନେକ ଦର୍ଶକଙ୍କ ମନକୁ ଜିତି ପାରିଥିବା ସୁଶାନ୍ତ ସିଂ ରାଜପୁତ୍ ଆତ୍ମହତ୍ୟା କରିଥିଲେ । ମୁମ୍ବଇ ସ୍ଥିତ ନିଜ ଘରେ ଫାଶି ଲଗାଇ ଦେଇଥିଲେ ।

ଏହି ଖବର ଜଣାପଡ଼ିବା ପରେ ବଲିଉଡ୍‌ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳି ଯାଇଥିଲା । ସିନେପ୍ରେମୀମାନେ  ବିଶ୍ୱାସ କରି ପାରି ନ ଥିଲେ କଥାକୁ । ସୁଶାନ୍ତଙ୍କ ଆତ୍ମହତ୍ୟା ଖବର ଶୁଣି ତାଙ୍କ ପରିବାର ଲୋକେ ବି ଭାଙ୍ଗି ପଡ଼ିଥଲେ । କ’ଣ ଏମିତି ଘଟିଲା ସୁଶାନ୍ତଙ୍କ ସହ ? କାହିଁକି ଏପରି ଚରମ ପଦକ୍ଷେପ ନେଲେ ?

ଅଳ୍ପଦିନ ଭିତରେ ଅନକ ସଫଳତା ପାଇଥିଲେ ସୁଶାନ୍ତ। ସୁଶାନ୍ତ ବଲିଉଡ ଇଣ୍ଡଷ୍ଟ୍ରିର ପ୍ରଥମ ଆକ୍ଟର ଥିଲେ ଯିଏ ଜହ୍ନରେ ଜମି କିଣିଥିଲେ । ଅବଶ୍ୟ ସୁଶାନ୍ତଙ୍କ ପୂର୍ବରୁ ଶାହରୁଖଙ୍କର ବି ଜହ୍ନରେ ଜମି ଥିଲା। ତେବେ ତାହାକୁ ତାଙ୍କର ଜଣେ ଫ୍ୟାନ ଗିଫ୍ଟ ଆକାରରେ ଦେଇଥିଲେ ।
ତେବେେ ସୁଶାନ୍ତ ଜହ୍ନରେ ଯେଉଁ ଜାଗାରେ ଜମି କିଣିଥିଲେ ତାକୁ ‘ମାରେ ମସ୍କୋୱିନ୍ସ’ କୁହାଯାଏ । ତାଙ୍କ ପାଖରେ ପ୍ରଥମରୁ ହିଁ ଏକ ଆଡ୍‌ଭାନ୍ସ ଟେଲିସ୍କୋପ ମିଡ୧୪, LX00 ଥିଲା । ଦୂରରୁ ନିଜ ସମ୍ପତ୍ତି ଉପରେ ନଜର ରଖିବା ପାଇଁ ସେ ଏହି ଟେଲିସ୍କୋପ କିଣିଥିଲେ ।
ସୁଶାନ୍ତ ଏହି ଜମି ଇଣ୍ଟରନାଶନାଲ ଲୁନର ଲ୍ୟାଣ୍ଡସ୍‌ ରେଜିଷ୍ଟ୍ରିରୁ କିଣିଥିଲେ । ୨୦୧୮ ଜୁନ୍‌ ୨୫ ତାରିଖରେ ସେ ଏହି ସମ୍ପତ୍ତି ନିଜ ନାମରେ କରିଥିଲେ ।


ତେବେ ଏଥିରେ କିଛି ଅନ୍ତର୍ଜାତୀୟ ସର୍ତ୍ତ ଥିଲା । ଆଇନ ଅନୁସାରେ ଏହି ଜାଗା ଉପରେ ତୁମର ମାଲିକାନା ରହି ପାରିବ ନାହିଁ । କାରଣ ପୃଥିବୀରୁ ବାହାର ଦୁନିଆ ଉପରେ ପୂରା ମାନବ ଜାତିର ଅଧିକାର ରହିଛି । କୌଣସି ଦେଶ ଏହାକୁ ତା’ର ବୋଲି ଦାବି କରିପାରିବ ନାହିଁ ।


ସୁଶାନ୍ତ ନିଜ ଘରୁ ଟେଲିସ୍କୋପ ମାଧ୍ୟମରେ ଭିନ୍ନ ଗ୍ରହ ଏବଂ ଗାଲାକ୍ସିକୁ ଅନୁଧ୍ୟାନ କରୁଥିଲେ । ଟେଲିସ୍କୋପକୁ ସେ ଟାଇମ୍ ମେଶିନ କହୁଥିଲେ ।


ଏଠି କହି ରଖିବୁ ସୁଶାନ୍ତଙ୍କ ମୃତ୍ୟୁର ୧୪ ଦିନ ପୂର୍ବରୁ ତାଙ୍କ ଏକ୍ସ-ମ୍ୟାନେଜର ଦିଶା ସାଲିଆନ ତାଙ୍କର ୧୪ ମହଲା କୋଠାରୁ ଡେଇ ଆତ୍ମହତ୍ୟା କରିଥିଲେ ।

ଆହୁରି ପଢ଼ନ୍ତୁ

ରାହୁଲ ଓ ପ୍ରିୟଙ୍କାଙ୍କ ନାଁରେ ଥାନାରେ ମାମଲା ରୁଜୁ

ଏମିତି ଅବସ୍ଥାରେ ଉଦ୍ଧାର ହେଲା ନାବାଳିକାଙ୍କ ମୃତଦେହ

ସିବିଆଇ ତଦନ୍ତ ଦାବି କଲେ ହାଥରସ ପୀଡ଼ିତାଙ୍କ ଭାଇ; କହିଲେ, ବାପା ଚାପରେ ବୟାନ ଦେଇଛନ୍ତି

ହାଥରସ ପୀଡ଼ିତା ବାପାକୁ ଧମକାଉଥିଲେ କି ଡିଏମ୍‌? ଭିଡିଓ ଭାଇରାଲ୍

ହାଥରସ ପୀଡ଼ିତାଙ୍କ ସହ ଦୁଷ୍କର୍ମ ହୋଇନି: ୟୁପି ପୋଲିସ

କଂଗ୍ରେସ ନେତା ଅହମ୍ମଦ ପଟେଲଙ୍କୁ କରୋନା

ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶ୍ରୁତିରେ ମୁଁ ସନ୍ତୁଷ୍ଟ, ଏଥିପାଇଁ କାହାର ଧାରଣା ଦେବା ଆବଶ୍ୟକ ନାହିଁ: ହାଥରସ ପୀଡ଼ିତାଙ୍କ ବାପା

ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୯୮ ହଜାର ପାର୍

ପୋଲିସ କର୍ମୀ ଅଟକାଉଥିବା ବେଳେ ଠେଲାପେଲାରେ ତଳେ ପଡ଼ିଗଲେ ରାହୁଲ ଗାନ୍ଧି

ପୁଣି ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଘଂନ; ୩ ଭାରତୀୟ ଯବାନ ସହିଦ

ଲକ୍‌ଡାଉନ୍ ବେଳେ ବୁକ୍‌ ହୋଇଥିବା ଟିକେଟ୍‌ର ପୂରା ଟଙ୍କା ଫେରସ୍ତ ପାଇବେ ଯାତ୍ରୀ

ମାରଣା ଷଣ୍ଢ କବଳରୁ ଜେଜେ ମା’ଙ୍କୁ ଉଦ୍ଧାର କଲା କୁନି ନାତି

You might also like