ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲା: ୟଶରାଜ ଫିଲ୍ମର କାଷ୍ଟିଂ ଡାଇରେକ୍ଟରକୁ ଜେରା କଲା ପୁଲିସ

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାକୁ ନେଇ ଚାଲିଛି ଜୋରଦାର ଖୋଳତାଡ଼। ୟଶରାଜ ଫିଲ୍ମର କାଷ୍ଟିଂ ଡାଇରେକ୍ଟର ସାନୁ ଶର୍ମାଙ୍କୁ ପଚରାଉଚରା କରୁଛି ପୋଲିସ୍। ବାନ୍ଦ୍ରା ପୋଲିସ୍ ଷ୍ଟେସନ୍‌ରେ ସାନୁଙ୍କୁ ଡକାଯାଇଛି। ସୁଶାନ୍ତଙ୍କ ମୃତ୍ୟୁକୁ ନେଇ ୟଶରାଜ ଫିଲ୍ମକୁ ନୋଟିସ୍ ହୋଇଥିଲା।

ଆଉ ଏହାପରେ ଆଜି ପ୍ରଥମ ଥର ପାଇଁ ୟଶରାଜ ଫିଲ୍ମର କୌଣସି ବରିଷ୍ଠ ଅଧିକାରୀଙ୍କୁ ଏନେଇ ଜେରା ପାଇଁ ଡାକିଛି ପୋଲିସ୍। ୟଶରାଜଙ୍କ କିଛି ଫିଲ୍ମ ପାଇଁ ସୁଶାନ୍ତଙ୍କ ଚୁକ୍ତି କରାଯାଇଥିଲା। ହେଲେ ପରେ ଏହାକୁ ବାତିଲ କରିଥିବା ନେଇ ଖବର ଆସିଥିଲା। ଯାହାକୁ ନେଇ ବିଶାଦରେ ଥିଲେ ସୁଶାନ୍ତ ଓ ସେଥିପାଇଁ ସେ ଆତ୍ମହତ୍ୟା କରିଥିବା ଚର୍ଚ୍ଚା ଜୋର ଧରିଛି।

ଶୁକ୍ରବାର ମଧ୍ୟ ୟଶ ରାଜ ଫିଲ୍ମସର ଦୁଇ ପୂର୍ବତନ ବରିଷ୍ଠ କର୍ମୀଙ୍କୁ ପଚରାଉଚରା କରିଥିଲା ପୁଲିସ। ପ୍ରଡକ୍ସନ ସଂସ୍ଥାର ପୂର୍ବତନ ଉପାଧ୍ୟକ୍ଷ ଆଶିଷ ସିଂହ ଓ ଆଶିଷ ପାଟିଲ୍‌ଙ୍କୁ ପଚାରଉଚରା କରିଥିଲା ପୁଲିସ। ଦୀର୍ଘ ୫ ଘଣ୍ଟା ପର୍ଯ୍ୟନ୍ତ ଆଶିଷ ସିଂହଙ୍କର ବୟାନ ରେକର୍ଡ କରିଥିଲା ପୁଲିସ। ସେ ପୁଲିସ୍‌କୁ ସମସ୍ତ ସୂଚନା ଦେଇଥିଲେ।

ଏହାପୂର୍ବରୁ ସୁଶାନ୍ତଙ୍କ ବାନ୍ଧବୀ ରିହା ଚକ୍ରବର୍ତ୍ତୀଙ୍କୁ ୯ ଘଣ୍ଟା ଜେରା କରିଥିଲା ମୁମ୍ବାଇ ପୋଲିସ୍। ଏବେ ଯାଏ ସୁଶାନ୍ତଙ୍କ ମୃତ୍ୟୁ ମାମଲାରେ ୧୬ରୁ ଅଧିକ ଲୋକଙ୍କୁ ଜେରା କରିଛି ପୋଲିସ୍।

You might also like