ସୁଶାନ୍ତ ସିଂହ ମୃତ୍ୟୁ ଘଟଣାରେ ସିବିଆଇ ତଦନ୍ତ ଦାବି କଲେ ସୁବ୍ରମଣ୍ୟମ

ମୁମ୍ବାଇ: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ଘଟଣାରେ ତଦନ୍ତ ଜାରି ରହିଥିବା ବେଳେ ଅନେକ ନେତା ଅଭିନେତା ଘଟଣାର ସିବିଆ ତଦନ୍ତ ପାଇଁ ଦାବି କରିଛନ୍ତି। ପୂର୍ବରୁ ବିଜେପି ସଂସଦ ମନୋଜ୍ ତିୱାରୀ ସିବିଆଇ ତଦନ୍ତ ଦାବି କରିଥିବା ବେଳେ ବର୍ତ୍ତମାନ ପୂର୍ବତନ କ୍ୟାବିନେଟ୍‌ ମନ୍ତ୍ରୀ ସୁବ୍ରମଣ୍ୟମ୍‌ ସ୍ୱାମୀ ମଧ୍ୟ ଘଟଣାର ସିବିଆଇ ତଦନ୍ତ ଦାବି କରିଛନ୍ତି।

ସେ ଟ୍ୱିଟ୍‌ କରି ଲେଖିଛନ୍ତି ଯେ ଘଟଣାଟି ସିବିଆ ତଦନ୍ତ ପରିସରରେ ଭୁକ୍ତ ହେବା ପାଇଁ ଏ ସମ୍ପର୍କରେ ଗଭୀର ଅନୁଧ୍ୟାନ କରିବାକୁ ସେ ଇଶକରନ ସିଂହଙ୍କୁ ଦାୟିତ୍ୱ ଦେଇଛନ୍ତି। ତା’ପରେ ସେହି ଅନୁସାରେ ନ୍ୟାୟ ପ୍ରକ୍ରିୟାକୁ ଦେଖାଯିବା। ଏ ସମ୍ପର୍କରେ ଅପ୍‌ଡେଟ୍ ପାଇବା ପାଇଁ ଆପଣ @ishkarnBHANDARI ଫଲୋ କରିପାରିବେ ବୋଲି ଟ୍ୱିଟ୍ କରିଛନ୍ତି ସ୍ୱାମୀ। ଇଶକରନ ସିଂହ ହେଉଛନ୍ତି ଜଣେ ଓକିଲ ଓ ରାଜନୈତିକ ବିଶ୍ଳେଷକ। ସୁଶାନ୍ତ ହତ୍ୟା ଘଟଣାରେ ସିବିଆଇ ତଦନ୍ତ ପାଇଁ ସ୍ୱାମୀ ତାଙ୍କୁ ଦାୟିତ୍ୱ ଦେଇଛନ୍ତି। ସେ ମଧ୍ୟ ଏହି ଘଟଣାରେ ତଥ୍ୟ ଦେଇ ସାହାଯ୍ୟ କରିବାକୁ ସମ୍ପୃକ୍ତ ବ୍ୟକ୍ତିବିଶେଷମାନଙ୍କୁ ଅନୁରୋଧ କରିଛନ୍ତି।

ଏହି ଟ୍ୱିଟ୍‌ ପରେ ନେଟିଜେନ୍ସମାନେ ସୋସିଆଲ୍‌ ମିଡିଆରେ ସ୍ୱାମୀଙ୍କୁ ପ୍ରଶଂସା ମଧ୍ୟ କରିଥିଲେ। ବିଜେପି ସାଂସଦ ରୂପା ଗାଙ୍ଗୁଲି ମଧ୍ୟ ସୁବ୍ରମଣ୍ୟମ ସ୍ୱାମୀଙ୍କୁ ଧନ୍ୟବାଦ ଦେଇଛନ୍ତି।

ସୁଶାନ୍ତ ମୃତ୍ୟୁ ପରେ ବିଭିନ୍ନ ଆଡ଼ୁ ବହୁ ଭିନ୍ନ ଭିନ୍ନ ତଥ୍ୟ ଆସୁଛି। ପୁଲିସ ଘଟଣାରେ ତଦନ୍ତ ଜାରି ରଖିଥିବା ବେଳେ ବୁଦ୍ଧିଜୀବୀଙ୍କ ମହଲରେ ଘଟଣାର ସିବିଆ ତଦନ୍ତ ପାଇଁ ଜୋର୍‌ଦାର ଦାବି ଉଠିଛି। ହ୍ୱାଟ୍‌ସଆପ୍‌ରେ #CBIForSonOfBihar ଏବଂ #CBIMustForSushantSinghRajput ଭଳି ହ୍ୟାସ୍‌ଟ୍ୟାଗ୍ ଟ୍ରେଣ୍ଡ କରୁଛି।

You might also like