ତୋ ନିରୀହ ହସ ମୋର ସବୁବେଳେ ମନେପଡ଼ିବ-ଭାବପ୍ରବଣ ହୋଇ କହିଲେ ସୁଶାନ୍ତଙ୍କ ଭଉଣୀ

ନୂଆଦିଲ୍ଲୀ: ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତ ଙ୍କ ମୃତ୍ୟୁ ପରେ ସମଗ୍ର ଦେଶ ଦୁଃଖରେ ଭାଙ୍ଗି ପଡ଼ିଛି। ସୁଶାନ୍ତଙ୍କ ଫ୍ୟାନ୍ସମାନେ ସୋସିଆଲ ମିଡିଆରେ ସୁଶାନ୍ତଙ୍କ ସହ ଜଡିତ ବିଭିନ୍ନ ପ୍ରକାରର ପୋଷ୍ଟ ମଧ୍ୟ ସେୟାର କରୁଛନ୍ତି। ଏନେଇ ସୁଶାନ୍ତଙ୍କ ଭଉଣୀ ଶ୍ୱେତା ସିଂହ କିର୍ତ୍ତୀ ଫେସବୁକ୍‌ରେ ଏକ ଭାବପ୍ରବଣ ପୋଷ୍ଟ ଲେଖିଛନ୍ତି। ଯାହା ଏବେ ଖୁବ୍‌ ଭାଇରାଲ ହେବାରେ ଲାଗିଛି। ସୁଶାନ୍ତଙ୍କ ସମସ୍ତ ଯନ୍ତ୍ରଣା ପାଇଁ ତାଙ୍କ ଭଉଣୀ ଶ୍ୱେତା ଏହି ପୋଷ୍ଟ ମାଧ୍ୟମରେ କ୍ଷମା ମାଗିଛନ୍ତି। ଏହି ପୋଷ୍ଟରେ ଲୋକମାନେ ମଧ୍ୟ ପ୍ରତିକ୍ରିୟା ଦେଉଛନ୍ତି।

ଏକମାତ୍ର ଭାଇକୁ ହରାଇ ଦୁଃଖରେ ପାଗଳି ପ୍ରାୟ ହୋଇପଡ଼ିଥିବା ଶ୍ୱେତା ସିଂହ ତାଙ୍କ ପୋଷ୍ଟରେ ଲେଖିଛନ୍ତି, ‘ମୋ ବେବି, ମୋର ବାବୁ, ମୋର ଛୁଆ..ତୁ ଆମ ମଧ୍ୟରେ ଶାରୀରିକ ଭାବରେ ଉପସ୍ଥିତ ନାହୁଁ। ମୁଁ ଜାଣିଛି, ତୁ ବହୁତ ମାନସିକ ଯନ୍ତ୍ରଣାରେ ଥିଲୁ। ଏକଥା ବି ଜାଣିଛି, ତୁ ଜଣେ ଯୋଦ୍ଧା ମଧ୍ୟ ଥିଲୁ । ତୁ ସାହସର ସହିତ ଲଢ଼ୁଥିଲୁ। ମତେ କ୍ଷମା କରିଦେବୁ,  ମୋ ଧନ..‘

ସେ ଆହୁରି ଲେଖିଛନ୍ତି,  ତୁ ଯାହାବି କଷ୍ଟ ପାଇଛୁ ସେଥିପାଇଁ ମୁଁ କ୍ଷମା ମାଗୁଛି। ଯଦି ମୋ ହାତରେ କିଛି ଥାଆନ୍ତା, ତେବେ ତୋର ସବୁ ଦୁଃଖ ମୁଁ ନେଇ, ତତେ ସବୁ ସୁଖ ଦେଇଥାନ୍ତି। ତୋର ଉଜ୍ଜଳ ଆଖି ଦୁଇଟି ଦୁନିଆକୁ ସ୍ୱପ୍ନ ଦେଖିବା ଶିଖାଇଲା, ତୋର ନିରୀହ ହସ ମୋର ସବୁବେଳେ ମନେପଡ଼ିବ। ତତେ ସବୁବେଳେ ଭଲ ପାଇବି… ମୋ ବେବି। ତତେ ବହୁତ ଭଲ ପାଇବି… ମୋ ଧନ। ମୋ ବେବି… ତୁ ଯୋଉଠି ବି ଥା, ଖୁସିରେ ଥା।’

ଅନ୍ୟମାନଙ୍କ ଉଦ୍ଦେଶ୍ୟରେ ସୁଶାନ୍ତ ସିଂହ ରାଜପୁତଙ୍କ ଭଉଣୀ ଶ୍ୱେତା ଲେଖିଛନ୍ତି, ‘ମୋର ସମସ୍ତ ପ୍ରିୟଜନ, ମୁଁ ଜାଣିଛି  ଏହେଉଛି କଷ୍ଟକର ସମୟ । କିନ୍ତୁ ଘୃଣାକୁ ଛାଡି ଭଲପାଇବା ଓ କ୍ରୋଧକୁ ଛାଡି ଦୟା କର।‘

ଶ୍ୱେତା ସିଂହ ସୁଶାନ୍ତଙ୍କ ଦ୍ୱାରା ଲିଖିତ ଏକ ଟ୍ୱିଟ୍‌ ମଧ୍ୟ ସେୟାର କରିଛନ୍ତି। ଏହି ଟ୍ୱିଟ୍‌ରେ ସୁଶାନ୍ତ ଲେଖିଥିଲେ ‘ସେ ଯାହା କହେ ତାହା କରିପାରେ..।  ତୁମେ ହେଉଛ ପ୍ରଥମ ମହିଳା, ତୁମକୁ ଅନେକ ଅନେକ ସ୍ନେହ-ଭାଇ ସୁଶାନ୍ତ’।

ସୁଶାନ୍ତ ସିଂ ରାଜପୁତଙ୍କ ଭଉଣୀ ଶ୍ୱେତା ସିଂହ କୀର୍ତ୍ତୀଙ୍କ ଦ୍ୱାରା ଲିଖିତ ଏହି ଭାବପ୍ରବଣ ପୋଷ୍ଟକୁ ସମସ୍ତେ ଖୁବ୍‌ ପ୍ରଶଂସା ମଧ୍ୟ କରୁଛନ୍ତି।

ଆହୁରି ପଢ଼ନ୍ତୁ:ମ୍ୟୁଜିକ୍‌ ଇଣ୍ଡଷ୍ଟ୍ରିକୁ ନେଇ Sonu Nigam ଙ୍କ Instagram ଚାଞ୍ଚଲ୍ୟକର କଥା

 

ଆହୁରି ପଢ଼ନ୍ତୁ

ସୁଶାନ୍ତ ସିଂଙ୍କ ପରେ ଅଳ୍ପ ବୟସରେ ଦୁନିଆକୁ ଅଲ୍‌ବିଦା କହିଲେ ଅଭିନେତ୍ରୀ ଦିବ୍ୟା ଚୌକ୍‌ସେ

ସୁଶାନ୍ତଙ୍କ ଆତ୍ମହତ୍ୟାର ୧୪ ଦିନ ପରେ ଗର୍ଲଫ୍ରେଣ୍ଡ୍‌ ରିୟା ନେଲେ ଏମିତି ପଦକ୍ଷେପ

ଯେତେବେଳେ ନିଜକୁ ଧୋନିଙ୍କ ରୂପରେ ଦେଖିଥିଲେ ସୁଶାନ୍ତ, ଏମିତି ଥିଲା ରିଆକ୍ସନ…

ଜୀବନରେ ସବୁଠୁ ବେଶୀ ଡର କ’ଣ ଲାଗେ ? ପ୍ରଶ୍ନରେ ଏମିତି ଉତ୍ତର ଦେଇଥିଲେ ସୁଶାନ୍ତ

‘ବନ୍ଦେ ଭାରତମ୍‌’ ଫିଲ୍ମରେ ଲିଡ୍‌ ରୋଲ କରିଥାନ୍ତେ ସୁଶାନ୍ତ, କିନ୍ତୁ…

ସୁଶାନ୍ତଙ୍କ ପୂର୍ବରୁ ଧୋନିଙ୍କ ଭୂମିକାରେ ଅଭିନୟ କରିବାକୁ ଚାହୁଁଥିଲେ ଏହି ଅଭିନେତା

ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ୍‌ ରିୟାଙ୍କ ପାଇଁ ବଢ଼ିଲା ଅଡ଼ୁଆ

ସୁଶାନ୍ତଙ୍କ ଆତ୍ମହତ୍ୟାର ସପ୍ତାହକ ପରେ ନୀରବତା ଭାଙ୍ଗିଲେ ସଲମାନ୍‌, ଫ୍ୟାନ୍ସଙ୍କୁ କଲେ ଏମିତି ନିବେଦନ

ସୁଶାନ୍ତଙ୍କୁ ମୃତ୍ୟୁ ମୁଖରୁ କେବଳ ଏହି ବାନ୍ଧବୀ ହିଁ ବଞ୍ଚାଇ ପାରିଥାନ୍ତେ !

ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ୍‌ ରିୟାଙ୍କୁ ୯ ଘଣ୍ଟା ଜେରା, ସାମ୍ନାକୁ ଆସିଲା ଅନେକ ତଥ୍ୟ…

ମୃତ୍ୟୁ ପୂର୍ବରୁ ଘରେ କାମ କରୁଥିବା ସମସ୍ତ କର୍ମଚାରୀଙ୍କୁ ଦରମା ଦେଇଥିଲେ ସୁଶାନ୍ତ, ଆଉ କହିଥଲେ…

ସୁଶାନ୍ତଙ୍କ ଆତ୍ମହତ୍ୟା ପରେ ମ୍ୟୁଜିକ୍‌ ଇଣ୍ଡଷ୍ଟ୍ରିକୁ ନେଇ ଚାଞ୍ଚଲ୍ୟକର କଥା କହିଲେ ସୋନୁ ନିଗମ

You might also like