ଭାଇକୁ ଅନ୍ତିମ ବିଦାୟ ଦେଇ ଅଶ୍ରୁଳ ବାର୍ତ୍ତା ଦେଲେ ସୁଶାନ୍ତଙ୍କ ଭଉଣୀ

ନୂଆଦିଲ୍ଲୀ: ଜୁନ୍ ୧୪ ତାରିଖରେ ସୁଶାନ୍ତ ସିଂ ରାଜପୁତଙ୍କର ଦେହାନ୍ତ ପରେ ତାଙ୍କ ଭଉଣୀ ଶ୍ୱେତା ସିଂ କିର୍ତ୍ତୀ ନିଜ ଫେସବୁକ୍ ଆକାଉଣ୍ଟରେ ଘରେ ପ୍ରାର୍ଥନା କରୁଥିବା ସମସ୍ତଙ୍କ ଫଟୋ ସେୟାର କରିଛନ୍ତି। ସୁଶାନ୍ତଙ୍କ ଭଉଣୀ ମଧ୍ୟ ତାଙ୍କୁ ଅନ୍ତିମ ବିଦାୟ ଦେବା ସହ ତାଙ୍କ ଫ୍ୟାନ୍ସମାନଙ୍କୁ ଏକ ଅଶ୍ରୁଳ ବାର୍ତ୍ତା ଦେଇଛନ୍ତି।  ସୁଶାନ୍ତଙ୍କ ଭଉଣୀ କିର୍ତ୍ତୀଙ୍କ ଏହି ବାର୍ତ୍ତା ସୋସିଆଲ ମିଡିଆରେ ବହୁତ ଭାଇରାଲ ହେବାରେ ଲାଗିଛି । । ବଲିଉଡ ଅଭିନେତା ନାନା ପାଟେକର ମଧ୍ୟ ସୁଶାନ୍ତ ସିଂ ରାଜପୁତଙ୍କ ପିତାଙ୍କୁ ଭେଟିବା ପାଇଁ ତାଙ୍କ ଘରକୁ ଯାଇ ସମବେଦନା ଜଣାଇଛନ୍ତି।
ସୁଶାନ୍ତ ସିଂ ରାଜପୁତଙ୍କ ଭଉଣୀ ଶ୍ୱେତା ସିଂ କିର୍ତ୍ତୀ ତାଙ୍କ ଫେସବୁକ୍ ଆକାଉଣ୍ଟରେ ଲେଖିଛନ୍ତି, ‘ମୋର ସାନଭାଇକୁ ପ୍ରେମପୂର୍ଣ୍ଣ ଅଶ୍ରୁଳ ବିଦାୟ। ଆଶାକରେ ତୁମେ ଯେଉଁଠାରେ ଥାଅ ତୁମେ ସବୁବେଳେ ଖୁସିରେ ରହିବ … ଆମେ ସବୁଦିନ ପାଇଁ ତୁମକୁ ଏମିତି ଭଲ ପାଉଥିବୁ।’

ସୁଶାନ୍ତ ସିଂ ରାଜପୁତ ୧୪ ଜୁନ୍  ମୁମ୍ବାଇର ବାନ୍ଦ୍ରାସ୍ଥିତ ତାଙ୍କ ଘରେ ମୃତ୍ୟୁ ବରଣ କରିଛନ୍ତି। ତାଙ୍କୁ ୩୪ ବର୍ଷ ହୋଇଥିଲା | ପୋଲିସ କହିଛି ଯେ, ପୋଷ୍ଟ ମର୍ଟମ ରିପୋର୍ଟରେ ଫାଶୀ ହେତୁ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ପୋଲିସ  ସୁଶାନ୍ତଙ୍କ ପରିବାର ଏବଂ ସାଙ୍ଗମାନେ ମଧ୍ୟ ପଚରାଉଚରା କରୁଛି।

ସୂଚନାଥାଉ କି,  ସୁଶାନ୍ତ ସିଂ ରାଜପୁତଙ୍କ ଶେଷ ଚଳଚ୍ଚିତ୍ର ‘ଦିଲ ବେଚାରା’ ଜୁଲାଇ 24 ରେ OTT ପ୍ଲାଟଫର୍ମ ଡିଜନି ହଟଷ୍ଟାରରେ ମୁକ୍ତିଲାଭ କରିବାକୁ ଯାଉଛି।

 

ଆହୁରି ପଢ଼ନ୍ତୁ

ମୃତ୍ୟୁ ପରେ ଚର୍ଚ୍ଚାରେ ବାଳକ

ଗୁଜରାଟ କଂଗ୍ରେସର କାର୍ଯ୍ୟକାରୀ ସଭାପତି ହେଲେ ହାର୍ଦ୍ଦିକ

ଏବେ ପ୍ରତି ଶନିବାର ଓ ରବିବାର ଅଫିସ୍, ଦୋକାନ ବନ୍ଦ

ପ୍ରଥମ ଥର ପାଇଁ ମାସ୍କ ପିନ୍ଧିଲେ ଟ୍ରମ୍ପ

ପୁଣି ଜଣେ ବଲିଉଡ୍‌ ଅଭିନେତାଙ୍କ ପରଲୋକ

ବଚ୍ଚନ ପରିବାରରେ ୪ ଜଣଙ୍କୁ କରୋନା: ଐଶ୍ୱର୍ଯ୍ୟା ଓ ଝିଅ ଆରାଧ୍ୟା ବି ପଜିଟିଭ୍ ଚିହ୍ନଟ‌

ସରଗରମ ରାଜସ୍ଥାନ ରାଜନୀତି: ୧୨ ଅନୁଗାମୀ ବିଧାୟକଙ୍କ ସହ ଦିଲ୍ଲୀରେ ସଚିନ ପାଇଲଟ୍

ବାଘ ଗଣନାରେ ଗିନିଜ୍‌ ୱାର୍ଲଡ୍‌ ରେକର୍ଡସ୍‌ କଲା ଭାରତ

ବନ୍ୟାରେ ଉବୁଟୁବୁ ଆସାମ: ଗଲାଣି ୪୨ ଜୀବନ

ଅମିତାଭଙ୍କ ପରେ ଏହି ବଲିଉଡ୍‌ ଷ୍ଟାର୍‌ଙ୍କ ଘରକୁ ପଶିଲା କରୋନା

ଅମିତାଭଙ୍କ ବଙ୍ଗଳାକୁ କଣ୍ଟେନ୍‌ମେଣ୍ଟ ଜୋନ୍‌ ଘୋଷଣା କଲା ବିଏମ୍‌ସି: ବାହାରେ ଲାଗିଲା ନୋଟିସ୍

ଦିନକରେ କରୋନା ନେଲା ୫୫୧ ଜୀବନ: ୨୮,୬୩୭ ଆକ୍ରାନ୍ତ

You might also like