‘ସୁଶାନ୍ତ, ପ୍ରତିଦିନ ରାତିରେ ମୁଁ ତୁମକୁ ଅପେକ୍ଷା କରିବି’

ନୂଆଦିଲ୍ଲୀ: ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ବିୟୋଗରେ ଫ୍ୟାନ୍‌ଙ୍କ ମଧ୍ୟରେ ନିରାଶ ଛାୟି ଯାଇଛି। ସମସ୍ତେ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି। ବଲିଉଡ୍ ଜଗତ ବି ଦୁଇଭାଗରେ ବିଭକ୍ତ ହୋଇଯାଇଛି। ସୁଶାନ୍ତଙ୍କର କିଛି ବନ୍ଧୁ ତାଙ୍କୁ ମନେ ପକାଇ ସୋସିଆଲ୍ ମିଡିଆରେ ଭଳି ଭଳି ପୋଷ୍ଟ କରୁଛନ୍ତି।

ସୁଶାନ୍ତଙ୍କ ସାଙ୍ଗ ମହେଶ ସେଟ୍ଟୀ ଇନ୍‌ଷ୍ଟାଗ୍ରାମରେ ଏକ ଭାବପ୍ରବଣ ପୋଷ୍ଟ ଲେଖିଛନ୍ତି। ମହେଶ କହିଛନ୍ତି, ମୁଁ ବହୁତ ଅନୁତାପ କରୁଛି ସୁଶାନ୍ତ, ତୁମର ଶେଷକୁ କଲ୍‌କୁ ମୁଁ ରିସିଭି କରିପାରିଲି ନାହିଁ।” ପ୍ରକାଶ ଥାଉକି, ସୁଶାନ୍ତ ଆତ୍ମହତ୍ୟା କରିବାର କିଛି ସମୟ ପୂର୍ବରୁ ମହେଶ ସେଟ୍ଟୀକୁ ଫୋନ୍‌ କରିଥିଲେ।

ମହେଶ ତାଙ୍କ ପୋଷ୍ଟରେ ଲେଖିଛନ୍ତି ‘ଅନେକ ପ୍ରଶ୍ନ ବାକି ରହିଲା, ଯାହାର ଉତ୍ତର ତମେ ଦେଇଥାନ୍ତ। ବହୁତ କଥା ରହିଗଲା ତମ ସହ କଥା ହେବାକୁ। ଯେବେ ମୁଁ ତୁମ ସହ ଦ୍ୱିତୀୟ ଥର ଦେଖାହେବି, ସେତେବେଳେ ସବୁକଥା କହିବି। ବେଳେବେଳେ ତୁମେ ଅନେକ ଲୋକଙ୍କ ସହ ନିଜର ଭାବି ସଙ୍ଗେ ସଙ୍ଗେ ମିଶିଯାଅ…… ମୁଁ ମଧ୍ୟ ତମ ସହ ଏମିତି ମିଶିଥିଲି। ଆମେ ଦୁହେଁ ଭାଇ ଭଳି ମିଶିଥିଲେ। ଆମେ ଦୁହେଁ ସୁଟିଂ ସମୟରେ ଏକାଠି ଖାଉଥିଲେ। ଫିଲ୍ମ ଦୁନିଆରେ ଦୀର୍ଘ ସମୟ ଧରି ଏକାଠି ହୋଇ ଚାଲିବା ଭିତରେ ଆମେ ଯେ ଏତେ ଶୀଘ୍ର ପରସ୍ପରର ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ହୋଇଗଲେ ମୁଁ ଜାଣିପାରିନଥିଲି। ମୋର ଆଉ ସୁଶାନ୍ତର ୧୩ ବର୍ଷ ଧରି ଏକାଠି ରହିଛୁ। ମୁଁ ଜାଣିନି, କିନ୍ତୁ ମୁଁ ଯେତେବେଳେ ସୁଶାନ୍ତର ଫିଲ୍ମ ଦେଖେ ସେତେବେଳେ ବହୁତ ଖୁସି ହୋଇଯାଏ।’

ମହେଶ ସେଟ୍ଟୀ ଆହୁରି ମଧ୍ୟ ଲେଖିଛନ୍ତି, ‘ମୁଁ କେବେ ଭାବିନଥିଲି ଯେ ମୋତେ ଏସବୁ ଲେଖିବାକୁ ପଡ଼ିବ। ଆମେ ଦୁହେଁ ମିଶି ଜୀବନର ଅବସର ସମୟ ପାଇଁ ଯୋଜନା କରୁଥିଲେ। ଚାଷ କରିବା ପାଇଁ ସ୍ୱପ୍ନ ଦେଖୁଥିଲେ। ଜୀବନରେ ଆସିଥିବା ଶୂନ୍ୟତାକୁ କେବେବି କେହି ପୂରଣ କରି ପାରିବେ ନାହିଁ…. ତୁ ତ ଜାଣିଥିଲୁ ସେଟ୍ଟୀ ତୋ ସାଥିରେ ଅଛି ଓ ସର୍ବଦା ତୋ ସହିତ ରହିବି… ପୁଣି କ’ଣ ହେଲା? କଥା ତ ହେଇଥାନ୍ତୁ ମୋ ୟାର୍‌’। ବର୍ତ୍ତମାନ ଜୀବନ ଆଗଭଳି ଆଉ ସମାନ ରହିବ ନାହିଁ? ଧରିତ୍ରୀ ମା’ର ପ୍ରତିଜ୍ଞା କରୁଛି, ମୁଁ ପ୍ରତିଦିନ ରାତିରେ ତୁମକୁ ଅପେକ୍ଷା କରିବି।’

 

 

 

 

You might also like