ସୁଶାନ୍ତଙ୍କ ମୃତ୍ୟୁ ମାମଲାରେ ସଞ୍ଜୟ ଲିଲା ଭଂସାଲିଙ୍କୁ ଜେରା କରିବ ପୋଲିସ

ମୁମ୍ବାଇ: ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ  ମାମଲାରେ ଚଳଚ୍ଚିତ୍ର ନିର୍ମାତା ସଞ୍ଜୟ ଲିଲା ଭଂସାଲିଙ୍କୁ ଜେରା କରିବ ପୋଲିସ।  ଆସନ୍ତା ସୋମବାର ତାଙ୍କୁ ମୁମ୍ବାଇ ପୋଲିସ ଜେରା କରିବ ବୋଲି ସୂଚନା ମିଳିଛି ।

ପୂର୍ବରୁ ୟଶରାଜ ଫିଲ୍ମର କାଷ୍ଟିଂ ଡାଇରେ୍ ସାନୁ ଶର୍ମାଙ୍କୁ ମଧ୍ୟ ପୋଲିସ ପଚରାଉଚରା କରିସାରିଛି ।ୟଶରାଜଙ୍କ କିଛି ଫିଲ୍ମ ପାଇଁ ସୁଶାନ୍ତଙ୍କ ଚୁକ୍ତି କରାଯାଇଥିଲା। ହେଲେ ପରେ ଏହାକୁ ବାତିଲ କରିଥିବା ନେଇ ଖବର ଆସିଥିଲା,  ଯାହାକୁ ନେଇ ବିଷାଦରେ ଥିଲେ ସୁଶାନ୍ତ।  ସେଥିପାଇଁ ସେ ଆତ୍ମହତ୍ୟା କରିଥିବା ଚର୍ଚ୍ଚା ଜୋର ଧରିଥିଲା ।

ଏହାପୂର୍ବରୁ ସୁଶାନ୍ତଙ୍କ ବାନ୍ଧବୀ ରିଆ ଚକ୍ରବର୍ତ୍ତୀଙ୍କୁ ମଧ୍ୟ ଜେରା କରିଥିଲା ପୋଲିସ।

ଗତ ଜୁନ୍ ୧୪ ତାରିଖରେ ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ଘଟିଥିଲା । ମୁମ୍ବାଇର ଏକ ଆପାର୍ଟମେଣ୍ଟରେ ସୁଶାନ୍ତଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଥିଲା । ମୃତ୍ୟୁ ରହସ୍ୟ ନେଇ ପୋଲିସ ଏବେ ଖୋଳତାଡ଼ ଚଳାଇଛି।

You might also like