ସୁଶାନ୍ତଙ୍କ ଆତ୍ମହତ୍ୟା ମାମଲା; ଆଦିତ୍ୟ ଚୋପ୍ରାଙ୍କୁ ୩ ଘଣ୍ଟା ଜେରା କଲା ପୋଲିସ

ମୁମ୍ବାଇ(ସୁରେଶ ଦାଶ): ଏବେ ବି ରହସ୍ୟ ଘେରରେ ରହିଛି ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ଘଟଣା। ସୁଶାନ୍ତ ପ୍ରକୃତରେ ଆତ୍ମହତ୍ୟା କରିଛନ୍ତି ନା ତାଙ୍କ ମୃତ୍ୟୁ ପଛରେ କାହାରି ସଂପୃକ୍ତି ରହିଛି ତାହାର ରହସ୍ୟ ଏବେ ବି ଖୋଲି ପାରିନି ପୋଲିସ୍‌।

ମୃତ୍ୟୁର କାରଣ ସମ୍ପର୍କରେ ଜାଣିବା ପାଇଁ ୟଶରାଜ ଫିଲ୍ମ ପ୍ରଡକ୍ସନ୍ ହାଉସର ମୁଖ୍ୟ ତଥା ଫିଲ୍ମ ନିର୍ମାତା ଆଦିତ୍ୟ ଚୋପ୍ରାଙ୍କ ବୟାନ ରେକର୍ଡ କରିଛି ମୁମ୍ବାଇ ପୋଲିସ। ଏହା ପୂର୍ବରୁ ଏହି ଘଟଣାରେ ସୁଶାନ୍ତ ସିଂହଙ୍କ ବାନ୍ଧବୀ ତଥା ଅଭିନେତ୍ରୀ ରିଆ ଚକ୍ରବର୍ତ୍ତୀ,  ଫିଲ୍ମ ନିର୍ମାତା ସଞ୍ଜୟ ଲିଲା ଭନସାଲିଙ୍କୁ ପୋଲିସ ପଚରାଉଚରା କରିଥିଲା ।

ଏହି ତଦନ୍ତରେ ଏଯାଏଁ ପୋଲିସ ୧୦ରୁ ଅଧିକ ଲୋକଙ୍କୁ ପଚରାଉଚରା କରି ସେମାନଙ୍କ ବୟାନ ରେକର୍ଡ କରିସାରିଛି । ଏମାନଙ୍କ ମଧ୍ୟରେ ସୁଶାନ୍ତଙ୍କ ବନ୍ଧୁ, ପରିଜନ ଓ ସହାୟକ ଅଛନ୍ତି।

ଆଜି ମୁମ୍ବାଇ ପୋଲିସ ଆଦିତ୍ୟ ଚୋପ୍ରାଙ୍କୁ ୩ ଘଣ୍ଟା ଧରି ଜେରା ବେଳେ ବିଭିନ୍ନ ପ୍ରଶ୍ନ ପଚାରିଥିଲା। ଏଥିରେ ସୁଶାନ୍ତ ସିଂଙ୍କ ସହ ହୋଇଥିବା ଚୁକ୍ତିନାମା ଏବଂ ୟଶରାଜ ଫିଲ୍ମସ ସହିତ ହୋଇଥିବା ଅନ୍ୟ ଡିଲ ଉପରେ ମଧ୍ୟ ଆଲୋଚନା କରାଯାଇଥିଲା।

ଏହି ବ୍ୟାନରରେ ଚଳଚ୍ଚିତ୍ର ନିର୍ମାଣ ପାଇଁ ଆଦିତ୍ୟ ଚୋପ୍ରାଙ୍କ ୟଶରାଜ ଫିଲ୍ମ ସହିତ ସୁଶାନ୍ତ ସିଂ ରାଜପୁତ ଏକ ଚୁକ୍ତି କରିଥିଲେ। ଚୁକ୍ତିନାମା ଅନୁଯାୟୀ, ଯଶରାଜ ଫିଲ୍ମ ସୁଶାନ୍ତଙ୍କ ସହ ୩ ଟି ଫିଲ୍ମ କରିବାର ଥିଲା। ଏଥିମଧ୍ୟରୁ୨ ଟି ଚଳଚ୍ଚିତ୍ର ମଧ୍ୟ ନିର୍ମିତ ହୋଇଥିଲା। ତେବେ ତୃତୀୟ ଚଳଚ୍ଚିତ୍ର ତିଆରି ହୋଇନାହିଁ।

ଏହା ପରେ ସୁଶାନ୍ତ ନିରାଶ ହୋଇ ଆତ୍ମହତ୍ୟା କରିଥିଲେ ବୋଲି କୁହାଯାଉଛି। ତେବେ ଏହି ଉଦାସୀନତାର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।

ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ପରେ ୟଶରାଜ ଫିଲ୍ମସ ବିରୋଧରେ ଅଭିଯୋଗ ଆସିଥିଲା। ୟଶରାଜ ଫିଲ୍ମସ ଗୋଟିଏ ପଟେ ସୁଶାନ୍ତଙ୍କୁ ଫିଲ୍ମ ଦେଉ ନ ଥିଲା, ଅନ୍ୟ ପକ୍ଷରେ  ଅନ୍ୟ ଚଳଚ୍ଚିତ୍ରରେ କାମ କରିବାର ସୁଯୋଗ ଦେଉ ନ ଥିଲା। ଏହାକୁ ନେଇ  ସୁଶାନ୍ତ ଡିପ୍ରେସନରେ ଥିଲେ ବୋଲି କୁହାଯାଉଛି ।

ଜୁନ୍ ୧୪ ରେ ସୁଶାନ୍ତ ଆତ୍ମହତ୍ୟା କରିଥିଲେ। ସେଦିନ ପୋଲିସ ସୁଶାନ୍ତଙ୍କ ବାପା ଏବଂ ଅନ୍ୟ ସମ୍ପର୍କୀୟଙ୍କୁ କାହା ଉପରେ ସନ୍ଦେହ ଥିବା ନେଇ ପ୍ରଶ୍ନ  ପଚାରିଥିଲା । ଏବେ ଗୋଟିଏ ମାସ ପରେ ପୋଲିସ ସୁଶାନ୍ତଙ୍କ ସମ୍ପର୍କୀୟଙ୍କୁ ଜବାବ ଦେବା ପାଇଁ ଡାକିବା ଆରମ୍ଭ କରିଛି।

 

ଆହୁରି ପଢ଼ନ୍ତୁ

EPFO Recruitment 2020: ଖାଲି ପଡ଼ିଥିବା ଏହି ପଦବୀ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି

ବଡ ଧରଣର ବିସ୍ଫୋରଣରୁ ଯବାନଙ୍କ ଜୀବନ ବଞ୍ଚାଇଲା ‘ସୋଫିଆ’

ଆକାଶରେ ଉଡୁଥିବାବେଳେ ହଠାତ୍‌ ବିମାନର ଇଞ୍ଜିନ୍‌ ବନ୍ଦ ହୋଇଗଲା; ରତନ ଟାଟା ବଞ୍ଚାଇଲେ ସମସ୍ତଙ୍କ ଜୀବନ

କୃଷି ବିଲକୁ ବିରୋଧ ଜାରି, ଇଣ୍ଡିଆ ଗେଟ୍ ସମ୍ମୁଖରେ ଟ୍ରାକ୍ଟର ପୋଡ଼ିଦେଲେ ଆନ୍ଦୋଳନକାରୀ

କୃଷି ବିଲ୍‌କୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ

ରବି କିଶନଙ୍କୁ ମିଳୁଛି କି ହତ୍ୟା ଧମକ ?

ଜେଡିୟୁରେ ମିଶିଲେ ବିହାରର ପୂର୍ବତନ ଡିଜିପି

ଆଜି ଦିନକରେ ଯେତିକି ଆକ୍ରାନ୍ତ ଚିହ୍ନଟ ହେଲେ ତା’ଠୁ ଅଧିକ ସୁସ୍ଥ ହେଲେ

ନୀତୀଶଙ୍କ ଦଳରେ ମିଶିବେ ପୂର୍ବତନ ବିହାର ଡିଜିପି ଗୁପ୍ତେଶ୍ୱର ପାଣ୍ଡେ

କରୋନାର ଭୟଙ୍କର ପ୍ରଭାବ ବିଷୟରେ କ’ଣ କହିଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ?

‘କୃଷକ ଆତ୍ମନିର୍ଭର ଭାରତର ଆଧାର’

ଭାରତରେ ନାଁ ବଦଳାଇ ଲୋକପ୍ରିୟ ହେଉଛନ୍ତି ଚାଇନିଜ୍ ଆପ୍‌

You might also like