ସୁଶାନ୍ତ ସିଂ ମୃତ୍ୟୁ ମାମଲା; ’ମୁଖ୍ୟ ଅଭିଯୁକ୍ତଙ୍କୁ ଛାଡ଼ି ତଦନ୍ତ ଡ୍ରଗ୍ସ ଆଡ଼କୁ ମୁହାଁଉଛି କାହିଁକି ?’

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାକୁ ନେଇ ପ୍ରତିଦିନ ଯେତିକି ନୂଆ ତଥ୍ୟ ସାମ୍ନାକୁ ଆସୁଛି, ଘଟଣା ସେତିକି ରହସ୍ୟମୟ  ହୋଇ ଯାଉଛି।   ସୁଶାନ୍ତଙ୍କ ମୃତ୍ୟୁକୁ ନେଇ ମାମଲାରେ ତଦନ୍ତ କରୁଥିବା ଏମ୍ସ ଫରେନ୍ସିକ ଟିମ୍ ବି ଦ୍ୱନ୍ଦ୍ୱରେ।

ସୁଶାନ୍ତଙ୍କ ମୃତ୍ୟୁ ପଛର ଅସଲ କାରଣ କଣ ? ହତ୍ୟା ନା ଆତ୍ମହତ୍ୟା ? ଏହାକୁ ନେଇ ତଦନ୍ତ କରିଥିବା ଏମ୍ସର ଡାକ୍ତରୀ ଟିମ୍ ପାଖରେ ନାହିଁ ଏହାର ସଠିକ୍ କାରଣ। ଏମ୍ସର ବିଶେଷଜ୍ଞ ଡାକ୍ତର ସୁଧୀର ଗୁପ୍ତାଙ୍କ ନେତୃତ୍ୱରେ ଗଠିତ ଟିମ୍ ସୁଶାନ୍ତଙ୍କ ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ ଓ ଭିସେରାକୁ ଯାଞ୍ଚ କରିଛି। ତେବେ ଏହା ପରେ ବି ସୁଶାନ୍ତଙ୍କ ମୃତ୍ୟୁ ରହସ୍ୟ ଉପରୁ ପରଦା ହଟିନି।

କେବଳ ଏମ୍ସ ରିପୋର୍ଟ ଆଧାରରେ ଏହା ହତ୍ୟା ନା ଆତ୍ମହତ୍ୟା ତାହା କୁହାଯାଇ ପାରିବନି ବୋଲି ଅନୁଧ୍ୟାନକାରୀ ଟିମ୍ ପକ୍ଷରୁ କୁହାଯାଇଥିବା ଜାତୀୟ ଗଣମାଧ୍ୟମରେ ଖବର ପ୍ରସାରଣ ହୋଇଛି। ଏମ୍ସ ରିପୋର୍ଟ ଓ ସିବିଆଇର ତଦନ୍ତ ପରେ ହିଁ ଘଟଣା ଉପରୁ ପରଦା ହଟିବ ବୋଲି ଏମ୍ସ ଟିମ୍ କହିଥବା ଜଣାପଡ଼ିଛି। ସିବିଆଇ ମାମଲା ତଦନ୍ତ ଭାର ସମ୍ଭାଳିବା ପରେ ୩ ଥର ସୁଶାନ୍ତଙ୍କ ଘରକୁ ଯାଇ କ୍ରାଇମ ସିନ୍ ରିକ୍ରିଏଟ୍ କରିଛି ଏମ୍ସ ଟିମ୍ ।

ଅନ୍ୟପକ୍ଷେ ସିବିଆଇର ତଦନ୍ତ ପ୍ରକ୍ରିୟାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ସୁଶାନ୍ତଙ୍କ ପାରିବାରିକ ଓକିଲ ବିକାଶ ସିଂ। ମାମଲାରେ ମୁଖ୍ୟ ଅଭିଯୁକ୍ତ ରିୟାଙ୍କୁ ଛାଡ଼ି ତଦନ୍ତ ଡ୍ରଗ୍ସ ଆଡ଼କୁ କାହିଁକି ମୁହାଁଇଛି ? ମୁମ୍ବାଇ ପୋଲିସ୍ ଯେପରି ତଦନ୍ତ କରୁଥିଲା ଏବେ ଏନ୍‌ସିବି ସେପରି ଫେସନ୍ ପରେଡ୍ କରୁଛି। ସେଲିବ୍ରିଟିଙ୍କୁ ଜେରା କଲେ ସୁଶାନ୍ତଙ୍କ ହତ୍ୟାର କାରଣ ଜଣାପଡ଼ିବନି।

ମିତୁ ସିଂ ଉଠାଇଥିବା ସୁଶାନ୍ତଙ୍କ ମୃତଦେହର ଫଟୋ ଦେଖି ଏମ୍ସ ଟିମ୍‌ରେ ଥିବା ଜଣେ ଡାକ୍ତରୀ ଏହାକୁ ଅନୌପଚାରିକ ଭାବେ ହତ୍ୟା ବୋଲି କହିଥିଲେ। ଏସମ୍ପର୍କରେ ସିବିଆଇକୁ ଜଣାଇ ଦିଆଯାଇଛି। ତେବେ   କାହିଁକି ରିୟା ଓ ଅନ୍ୟ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଏବେ ଯାଏ ସିବିଆଇ ନେଇନି ତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିକାଶ ସିଂ।

ଆହୁରି ପଢ଼ନ୍ତୁ

ଝିଅ ବାହାଘରରେ ଖର୍ଚ୍ଚ କରିଥିଲେ ୪୮୫ କୋଟି, ଏବେ ଦେବାଳିଆ

ଖଣ୍ଡାରେ କାଟିଲେ ବର୍ଥ ଡେ’ କେକ୍‌, ଘରୁ ଉଠାଇ ନେଲା ପୋଲିସ୍‌

ବାପାଙ୍କୁ ପିଟିପିଟି ମାରିଦେଲା ୧୬ ବର୍ଷର ଝିଅ

ବୟସ ୧୪, ଉଚ୍ଚତା ୭ ଫୁଟରୁ ଅଧିକ

ନା ଅଛି ମୋବାଇଲ୍‌ ନା ଚପଲ, ତଥାପି ନିର୍ବାଚନ ଲଢ଼ୁଛନ୍ତି ୭୨ ବର୍ଷୀୟ ବୃଦ୍ଧ

ସପିଂ ମଲ୍‌ରେ ଭୟଙ୍କର ଅଗ୍ନିକାଣ୍ଡ

ଆମେରିକାରେ କରୋନା ଆକ୍ରାନ୍ତଙ୍କୁ ଦିଆଯିବ ରେମେଡସିଭିର୍

୧୦ ଟଙ୍କାରେ ବିରିୟାନୀ ବିକୁଥିଲେ, ଉଠାଇ ନେଲା ପୋଲିସ୍‌

ଆଶ୍ୱସ୍ତିର ଖବର; କୋଭାକ୍ସିନକୁ ମିଳିଲା ତୃତୀୟ ପର୍ଯ୍ୟାୟ କ୍ଲିନିକାଲ ଟ୍ରାଏଲ ଅନୁମତି

ପିଆଜ ଚୋରି କରି ବନ୍ଧା ହେଲେ

ମାଗଣାରେ ଦେଶବାସୀଙ୍କୁ ମିଳିବ କରୋନା ଭ୍ୟାକ୍‌ସିନ !

ଯାତ୍ରୀମାନଙ୍କ ପାଇଁ ଖୁସି ଖବର; ଭିସା ନିୟମରେ କୋହଳ କଲେ କେନ୍ଦ୍ର ସରକାର

You might also like