ରିୟାଙ୍କ ଓକିଲ ଦେଲେ ଚେତାବନୀ; ବଦ୍‌ନାମ କରୁଥିବା ବ୍ୟକ୍ତିଙ୍କୁ…

ନୂଆଦିଲ୍ଲୀ: ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲା ସହ ଜଡିତ ଡ୍ରଗ୍ସ ମାମଲାରେ ଜାମିନ ମିଳିବା ପରେ ଓକିଲଙ୍କ ମୁହଁରେ କଡ଼ା ପ୍ରତିକ୍ରିୟା ରଖିଛନ୍ତି ରିୟା ଚକ୍ରବର୍ତ୍ତୀ। ସୁଶାନ୍ତ ସିଂହ ମୃତ୍ୟୁ ମାମଲାରେ ତାଙ୍କ ବିରୋଧରେ ଭ୍ରମାତ୍ମକ ଖବର ଦେଉଥିବା ତଥା ଉସ୍‌କାଉଥିବା ଲୋକଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ। ସୂଚନାଥାଉ କି, ଏହି ମାମଲାରେ ଏନସିବି ସେପ୍ଟେମ୍ବର ୮ ତାରିଖ ଡ୍ରଗ୍ସ କାରବାରରେ ଜଡ଼ିତ ଥିବା ଅଭିଯୋଗରେ ରିୟାଙ୍କୁ ଗିରଫ କରିଥିଲା। ପରେ ତାଙ୍କୁ ସର୍ତ୍ତମୂଳକ ଜାମିନ ମିଳିଥିଲା।

ରିୟାଙ୍କ ଓକିଲ ସତୀଶ ମନେସିନ୍ଦେ ରବିବାର ଏକ ବୟାନ ଜାରି କରି କହିଛନ୍ତି, ଯେଉଁମାନେ ରିୟାଙ୍କୁ ବଦନାମ କରିଛନ୍ତି, ଦୁଇ ମିନିଟର ଲୋକପ୍ରିୟତା ପାଇଁ ଇଲେକ୍ଟ୍ରୋନିକ୍ସ ମିଡି୍ରାର ସହାରା ନେଇଥିଲେ, ରିୟା ଜାମିନରେ ବାହାରକୁ ଆସିବା ପରେ ଆମ ସେମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବୁ ବୋଲି କହିଥିଲି। ଏବେ ସେମାନଙ୍କର ଏକ ତାଲିକା ସିବିଆଇକୁ ଦେବୁ ଯଉଁମାନେ ଟିଭିରେ ଭୁଲ୍‌ ତଥ୍ୟ ଦେଇଥଲେ। ମାମଲାକୁ ବିଭ୍ରାନ୍ତ କରୁଥିବାରୁ ସେମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାକୁ ଆମ ସିବିଆଇକୁ ଅନୁରୋଧ କରିବୁ।

ରିୟାଙ୍କ ଓକିଲ ବିଶେଷ କରି ପଡ଼ୋଶୀ ଡିମ୍ପଲ ଥବାନୀଙ୍କ ନାମ ନେଇଛନ୍ତି ଯିଏ କି ରିୟା ୧୩ ଜୁନ୍‌ରେ ସୁଶାନ୍ତଙ୍କ ଘର ଛାଡ଼ିଥିଲେ ବୋଲି କହିଛନ୍ତି।

ଆହୁରି ପଢ଼ନ୍ତୁ

‘ଶକ୍ତି କ୍ଷେତ୍ରରେ ଭାରତର ଭବିଷ୍ୟତ ଉଜ୍ଜ୍ୱଳ ଓ ସୁରକ୍ଷିତ’

ଭାଇରାଲ ହେଉଛି ରାବଣଙ୍କ ଭାଙ୍ଗଡ଼ା

ଅଷ୍ଟ୍ରେଲିଆ ଗସ୍ତ ପାଇଁ ଭାରତୀୟ କ୍ରିକେଟ ଟିମ ଘୋଷଣା

ମଣିଷ ଶରୀରରେ କରୋନା ଟିକା ଦିଆଯିବା ପରେ ଆସିଲା ରୋଚକ ତଥ୍ୟ

କାର୍ଗି‌ଲ୍‌ ଯୁଦ୍ଧକୁ ନେଇ ବଡ ଖୁଲାସା କଲେ ନବାଜ ସରିଫ

ପୁରୁଣା ମ୍ୟାପ ସହ ବିଜୟାଦଶମୀ ବାର୍ତ୍ତା ଦେଲେ ଓଲି

ଡୋଭାଲଙ୍କ ଚେତାବନୀ -‘ବିପଦ ଆସିଲେ ଛାଡ଼ିବୁନି’

ବିଜୟାଦଶମୀରେ ଶସ୍ତ୍ର ପୂଜା ପରେ ଡ୍ରାଗନକୁ ଏମିତି ଚେତାବନୀ ଦେଲେ ପ୍ରତିରକ୍ଷା ମନ୍ତ୍ରୀ

ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କରୋନା ଆକ୍ରାନ୍ତ

ଯେମିତି ନିର୍ବାଚନ, ସେଇ ପଦ୍ଧତିରେ ହେବ ଦେଶରେ କୋଭିଡ୍ ଟିକାକରଣ

ଆର୍‌ବିଆଇ ଗଭର୍ଣ୍ଣରଙ୍କୁ କରୋନା

ସିଏଏକୁ ନେଇ ମୋହନ ଭାଗବତଙ୍କ ମନ୍ତବ୍ୟରେ କଡ଼ା ପ୍ରତିକ୍ରିୟା ରଖିଲେ ଅସଦୁଦ୍ଦିନ ଓୱେସୀ

You might also like