NCB ଅଫିସ୍‌ରେ ହାଜର ହେଲେ ଶ୍ରଦ୍ଧା, ସାରା

ମୁମ୍ବାଇ: NCB ଅଫିସ୍‌ରେ ପହଞ୍ଚିଲେ ଅଭିନେତ୍ରୀ ଶ୍ରଦ୍ଧା କପୁର ଓ ସାରା ଅଲ୍ଲୀ ଖାନ୍। ଏନସିବି ସମନ ପାଇଥିବା ସାରା ଅଲ୍ଲି ଖାନ ମଧ୍ୟ ଜେରା ପାଇଁ ହାଜର ହୋଇଛନ୍ତି। ବଲିଉଡ୍ ଡ୍ରଗ୍ସ ଲିଙ୍କ ମାମଲାରେ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କୁ ଜେରା  ଏନସିବିର ୫ ଜଣିଆ ଟିମ୍ ଦୀପିକାଙ୍କୁ ଭାଇରାଲ ହ୍ବାଟ୍ସଅପ ଚାଟ୍ ସମ୍ପର୍କରେ ଗୁଡ଼େଇ ତୁଡେଇ ପ୍ରଶ୍ନ କରୁଛନ୍ତି।

ମ୍ୟାନେଜର କରିସ୍ମାଙ୍କୁ ସେ କାହା ପାଇଁ ଡ୍ରଗ୍ସ ମାଗିଥିଲେ ? ଡ୍ରଗ୍ସ ସିଏ ନିଅନ୍ତି ନା ଆଉ କାହାକୁ ଦେଇଥିଲେ ? କେତେ ଥର ଡ୍ରଗ୍ସ ନେଇଥିଲେ ? ସୁଶାନ୍ତ ଡ୍ରଗ୍ସ ନେଉଥିବା ସେ ଜାଣିଥିଲେ କି ? କ୍ୱାନ୍ କମ୍ପାନିର କର୍ମଚାରୀ ଡ୍ରଗ୍ସ ଯୋଗାଣରେ ସାମିଲ ଥିଲେ କି ? ଏଭଳି ଅନେକ ପ୍ରଶ୍ନ କରୁଛି ଟିମ୍।

ସେପଟେ ଆଜି ପୁଣି ଥରେ ଏନସିବିର ସମନ ପାଇ ଜେରା ପାଇଁ ହାଜର ହୋଇଛନ୍ତି  ଦୀପିକାଙ୍କ ମ୍ୟାନେଜର କରିସ୍ମା ପ୍ରକାଶ।  ଗତକାଲି ମଧ୍ୟ ଡ୍ରଗ୍ସ ଲିଙ୍କରେ କରିସ୍ମାଙ୍କୁ ଜେରା କରିଥିଲା ଏନସିବି ଟିମ୍।  ମିଳିଥିବା ଖବର ଅନୁସାରେ ଦୀପିକା-କରିସ୍ମାଙ୍କୁ ସାମ୍ନାସାମ୍ନି ଜେରା କରିପାରେ ଏନସିବି।

ଗତକାଲି ଡ୍ରଗ୍ସ ଲିଙ୍କ ମାମଲାରେ ଅଭିନେତ୍ରୀ ରକୁଲପ୍ରୀତଙ୍କୁ ୪ ଘଣ୍ଟା ଓ କରିସ୍ମାଙ୍କୁ ୭ ଘଣ୍ଟା ଜେରା କରିଛି ଏନସିବି। ସେହିପରି ଧର୍ମା ପ୍ରଡକସନ। ଅନ୍ୟତମ କାଯର୍ୟକାରୀ ନିର୍ଦ୍ଦେଶକ ଖିତିଜଙ୍କୁ ଜେରା ପରେ ଅଟକ ରଖାଯାଇଛି। ଏହାଛଡ଼ା ଅନ୍ୟ ଜଣେ ଠିକା କର୍ମଚାରୀ ଅନୁଭବ ଚୋପ୍ରାଙ୍କୁ ବି ପଚରାଉଚରା ହୋଇଛି।

ଆହୁରି ପଢ଼ନ୍ତୁ

କରୋନା ଆକ୍ରନ୍ତଙ୍କ ଖୁସି ପାଇଁ ନାଚିଲେ ଡାକ୍ତର, ଭିଡିଓ ଭାଇରାଲ

‘ମୋଦି-ଟ୍ରମ୍ପ୍‌ଙ୍କ ସମ୍ପର୍କ ଅତି ନିବିଡ଼’

କମଳନାଥଙ୍କ ବିବାଦୀୟ ବୟାନକୁ ନେଇ ତାତିଲେ ଇମରତୀ ଦେବୀ, କହିଲେ….

ପାକିସ୍ତାନ ଛାଡ଼ିଲେ ଏହି ପପୁଲାର୍‌ ଟିକ୍‌ଟକ୍‌ ଷ୍ଟାର, ପାକିସ୍ତାନୀଙ୍କୁ ଦୋଷ ଦେଇ କହିଲେ…

ପାକିସ୍ତାନରେ ତେଜୁଛି ବିରୋଧୀଙ୍କ ସ୍ୱର: କବାଟ ଭାଙ୍ଗି ନୱାଜ ସରିଫଙ୍କ ଜ୍ୱାଇଁଙ୍କୁ ଉଠାଇ ନେଲା‌ ପୋଲିସ

ଆତ୍ମଘାତୀ କାର୍‌ ବିସ୍ଫୋରଣରେ ୧୨ ମୃତ, ୧୨୦ ଆହତ

ଆଜିଠୁ ଏହିସବୁ ରାଜ୍ୟରେ ଖୋଲିଲା ସ୍କୁଲ୍‌

ମିଜୋରାମ-ଆସାମ ସୀମାନ୍ତରେ ବଢୁଛି ଉତ୍ତେଜନା, କଡ଼ାକଡ଼ି ହେଲା ସୁରକ୍ଷା ବ୍ୟବସ୍ଥା

ଦେଶରେ ଗୋଷ୍ଠୀ ସଂକ୍ରମଣ ହୋଇଥିବା ସ୍ୱୀକାର କଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ

ଗ୍ୟାଙ୍ଗଷ୍ଟର ଟାଇଗରକୁ ମାରିଦେଲେ

ଦୁଇ ମହିଳା ଗାଡ଼ିରୁ ଡେଇଁ ପଡ଼ିବା ଦେଖି କାର୍‌ର ପିଛା କଲେ ଲୋକେ, ତା ପରେ…

ଧାରା ୩୭୦ ଉଚ୍ଛେଦକୁ କରୋନା ଭାଇରସ ସହିତ ତୁଳନା କଲେ ଜାମ୍ମୁ ଓ କାଶ୍ମୀର ନେତା

You might also like