ସୁଶାନ୍ତଙ୍କ ପୂର୍ବତନ ମ୍ୟାନେଜର ଶ୍ରୁତି ମୋଦିଙ୍କୁ ଏନସିବିର ପଚରାଉଚରା ସ୍ଥଗିତ

ମୁମ୍ବାଇ: ସୁଶାନ୍ତ ସିଂହ ରାଜପୁତ ମୃତ୍ଯୁ ମାମଲାରେ ତାଙ୍କର ପୂର୍ବତନ ମ୍ୟାନେଜର ଶ୍ରୁତି ମୋଦିଙ୍କୁ ଏନସିବିର ପଚରାଉଚରା ସ୍ଥଗିତ କରାଯାଇଛି। ଡ୍ରଗ୍ସ ଲିଙ୍କରେ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ ଓ ଭାଇ ସୌଭିକଙ୍କ ସମେତ ଅନ୍ୟମାନଙ୍କ ଗିରଫ ପରେ ଶ୍ରୁତିଙ୍କୁ ଜେରା କରିବା ଲାଗି ଏନସିବି ସମନ କରିଥିଲା।

ଏଥିପାଇଁ ତାଜ ହୋଟେଲ ପାଖ ଏଭଲିନ୍ ହାଉସରେ ଥିବା ଏନସିବିର ଏଆଇଟି କାର୍ଯ୍ୟାଳୟରେ ପହଞ୍ଚିଥିଲେ ଶ୍ରୁତି ମୋଦି। ତେବେ ତାଙ୍କୁ ଜେରା କରିବାକୁ ଥିବା ଏନସିବି ଟିମର ଜଣେ ସଦସ୍ୟ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡ଼ିଥିଲା । ତେଣୁ ନିୟମ ଅନୁସାରେ ଅନ୍ୟ ସଦସ୍ୟଙ୍କର ବି କରୋନା ଟେଷ୍ଟ ହେବ। ଏଣୁ ଶ୍ରୁତି ମୋଦିଙ୍କୁ ଜେରା କରା ନ ଯାଇ  ଫେରାଇ ଦିଆଗଲା ବୋଲି ଏନସିବି ପକ୍ଷରୁ କୁହାଯାଇଛି।

NCB ଡେପୁଟି ଡାଇରେକ୍ଟର କେ ପି ଏସ ମାଲହୋତ୍ରା ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ଏନସିସି ଏସଆଇଟି ଟିମର ଜଣେ ସଦସ୍ୟ କରୋନା ଆକ୍ରାନ୍ତ ହେବାପରେ ଏହାକୁ ସ୍ଥଗିତ ରଖାଯାଇଛି।

ଶ୍ରୁତିଙ୍କ ସହ ଟ୍ୟାଲେଣ୍ଟ ମ୍ୟାନେଜର ଜୟା ଶାହଙ୍କୁ ମଧ୍ୟ ଆଜି ଜେରା କରାଯିବାର ଥିଲା। ଅଗଷ୍ଟ ଆରମ୍ଭରେ ଶ୍ରୁତିଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପଚରାଉଚରା କରିଥିଲା।

ଆହୁରି ପଢ଼ନ୍ତୁ

ଡ୍ରଗ୍ସ ନେଉଥିବା କଥା ଅସ୍ୱୀକାର କଲେ ସାରା ଓ ଶ୍ରଦ୍ଧା

କେନ୍ଦ୍ର ବିଜେପିରେ ବଡ଼ଧରଣର ପରିବର୍ତ୍ତନ; କାହାକୁ କେଉଁ ଦାୟିତ୍ୱ ମିଳିଲା ଜାଣନ୍ତୁ

କଙ୍ଗନାଙ୍କ ବିରୋଧରେ ମାମଲା ରୁଜୁ

WHO ସତର୍କବାଣୀ; କରୋନାରେ ୨୦ ଲକ୍ଷ ଲୋକଙ୍କ ଜୀବନ ଯିବ

ଜାତିସଂଘରେ ପାକିସ୍ତାନ ଉପରେ ବର୍ଷିଲା ଭାରତ: କହିଲା- ‘ନିର୍ଲଜ ଦେଶ ହିଁ ଏଭଳି ମତ ରଖିପାରେ’

ଭାରତର ବନ୍ଧୁ ବୋଲି ପୁଣି ଥରେ ପ୍ରମାଣିତ କଲା ମାଲଦୀପ

NCB ଅଫିସ୍‌ରେ ହାଜର ହେଲେ ଶ୍ରଦ୍ଧା, ସାରା

ଗୋଟିଏ ପ୍ରଶ୍ନ ଦୀପିକାଙ୍କ ପାଇଁ ସାଜିଛି କଣ୍ଟା

ଦୀପିକା, ଶ୍ରଦ୍ଧା ଓ ସାରାଙ୍କୁ ଆଜି ଏନ୍‌ସିବିର ଜେରା

ସୁଶାନ୍ତ ସିଂ ମୃତ୍ୟୁ ମାମଲା; ’ମୁଖ୍ୟ ଅଭିଯୁକ୍ତଙ୍କୁ ଛାଡ଼ି ତଦନ୍ତ ଡ୍ରଗ୍ସ ଆଡ଼କୁ ମୁହାଁଉଛି କାହିଁକି ?’

କରୋନା ଆକ୍ରାନ୍ତ ବି ଦେବେ ଭୋଟ୍

ଲଦାଖରେ ବଡ଼ ଧରଣର ଭୂକମ୍ପ

You might also like