ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲା; ଡ୍ରଗ୍ ପେଡଲର ଗିରଫ

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ରିୟା ଚକ୍ରବର୍ତ୍ତୀ ଓ ତାଙ୍କ ଭାଇ ସୌଭିକ ଚକ୍ରବର୍ତ୍ତୀଙ୍କୁ ଡ୍ରଗ୍ କାରବାରରେ ସମ୍ପୃକ୍ତ ଥିବା ଅଭିଯୋଗରେ ଗିରଫ କରାଯାଇଛି। ଉଭୟଙ୍କୁ ଡ୍ରଗ୍‌ ଦେଉଥିବା ଜଣେ ଡ୍ରଗ୍ ପେଡଲରଙ୍କୁ ଗିରଫ କରା ଯାଇଛି। ଏ ନେଇ ଏନସିବି ପକ୍ଷରୁ ସ୍ପଷ୍ଟ କରାଯାଇଛି।

ସୁଶାନ୍ତ ସିଂହ ରାଜପୁତ୍‌ ମୃତ୍ୟୁ ମାମଲାରେ ନାରୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ଶନିବାର ସକାଳେ ବଡ଼ କାର୍ଯ୍ୟାନୁଷ୍ଠାନ ନେଇଛି। ବଲିଉଡ୍‌‌ରେ ଚାଲିଥିବା ଡ୍ରଗ୍‌ କାରବାରର ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅଭିଯୁକ୍ତଙ୍କ ନାମ କରମଜିତ୍‌। ସେ ସାମୁଏଲ ମିରାଣ୍ଡା ଏବଂ ଶୌବିକଙ୍କୁ ଡ୍ରଗ୍ସ ସପ୍ଲାଇ କରୁଥିଲେ। ଏହି ଡ୍ରଗ୍ସ ରିୟା ଓ ସୁଶାନ୍ତଙ୍କ ପାଖରେ ପହଞ୍ଚୁଥିଲା।

ଏନସିବିର ଏକ ଟିମ୍‌ ଆଜି ସକାଳୁ ମୁମ୍ବାଇ ଏବଂ ଗୋଆର ବିଭିନ୍ନ ସ୍ଥାନରେ ଚଢ଼ଉ କରି ଛାପା ମାରିଥିଲେ। ପରେ ଏହି ଡ୍ରଗ ପେଡ୍‌ଲରଙ୍କୁ ଗିରଫ କରିଥିଲେ। ଏନସିବି ପକ୍ଷରୁ କୁହାଯାଇଛି, ବଲିଉଡ୍‌ରେ ଡ୍ରଗ୍‌ କନେକ୍‌ସନକୁ ନେଇ ଏହି ଚଢଉ କରାଯାଇଥିଲା।

ସୁଶାନ୍ତ ସିଂ ରାଜପୁତ୍‌ ମୃତ୍ୟୁ ମାମଲାରେ ଅନେକ ବଡ଼ ବଡ଼ ଅଭିନେତାଙ୍କ ସଂପୃକ୍ତି ଥିବା ଅଭିଯୋଗ ହୋଇଛି। ଏହି କାରଣରୁ ଆଜି ଗୋଆ ଓ ମୁମ୍ବାଇର ଅନେକ ସ୍ଥାନରେ ଚଢ଼ଉ କରାଯାଇଥିଲା। ଚଢ଼ଉ ପରେ ଏନସିବି ଟିମ୍ ଗୋଆର ଅନେକ ଲୋକଙ୍କୁ ଅଟକ ରଖିଛି। ଆହୁରି ଅନେକ ଡ୍ରଗ୍ସ ପେଡଲରଙ୍କୁ ଏନସିବି ଗିରଫ କରିପାରେ ବୋଲି କୁହାଯାଉଛି। ଏମାନଙ୍କ ପାଖରୁ ଏନସିବି ବିପୁଳ ପରିମାଣର ଡ୍ରଗ ଜବତ କରାଯାଇଥିବା କୁହାଯାଉଛି।

ସୂଚନାଥାଉ କି, ପୂର୍ବରୁ ଏନସିବି ୨୩ ବର୍ଷୀୟ ଅବ୍‌ଦେଲ ବାସିତ୍‌ ଏବଂ ୨୧ ବର୍ଷୀୟ ଜୈଦ ବିଲାତ୍ରାଙ୍କୁ ଗିରଫ କରିଥିଲା। ରିୟା ଚକ୍ରବର୍ତ୍ତୀଙ୍କ ଭାଇ ସୌଭିକ ଏବଂ ସାମୁଏଲ ମିରାଣ୍ଡାଙ୍କୁ ଜେରା ପରେ ତାଙ୍କ ଠାରୁ ଏହି ଦୁଇ ଡ୍ରଗ୍‌ ପେଡଲରଙ୍କ ସୂଚନା ପାଇଥିଲା ଏନସିବି। ଡ୍ରଗ୍ସ କିଣାବିକା କରୁଥିବା ଅଭିଯୋଗରେ ଏ ସମସ୍ତଙ୍କୁ ଗିରଫ କରିଛି ଏନସିବି।

ଆହୁରି ପଢ଼ନ୍ତୁ

ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ କରୋନାରେ ଆକ୍ରାନ୍ତ

ସୁଶାନ୍ତଙ୍କ ମୃତ୍ୟୁକୁ ନେଇ ଏମିତି ରିପୋର୍ଟ ଦେଲା ଦିଲ୍ଲୀ ଏମ୍ସର ଡାକ୍ତରୀ ଟିମ୍

ସୁଶାନ୍ତଙ୍କ ମୃତ୍ୟୁ ସହିତ ଡ୍ରଗ୍ସ କାରବାର ତଦନ୍ତର କୌଣସି ସମ୍ପର୍କ ନାହିଁ; NCB

ଆଉ ଜଣେ ଅଭିନେତାଙ୍କ ଆତ୍ମହତ୍ୟା !

କରୋନାରୁ ସୁସ୍ଥ ହେଲେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ

୫୪ ସିଟ୍ ପାଇଁ ଉପନିର୍ବାଚନ ତାରିଖ ଘୋଷଣା କଲେ ଇସି

୩୦ ବର୍ଷ ସେବା ଯୋଗାଇବା ପରେ ସତ୍ତା ହରାଇବ INS Viraat

ଗଣଦୁଷ୍କର୍ମ ପରେ ଜିଭ କାଟି ଦେଇଥିଲେ, ଡାକ୍ତରଖାନାରେ ଆଖି ବୁଜିଲେ ପୀଡିତା

କୃଷି ବିଲ୍‌ ବିରୋଧକୁ ନେଇ ପ୍ରଧାନମନ୍ତ୍ରୀଙ୍କ ପ୍ରତିକ୍ରିୟା, କହିଲେ ‘ଚାଷୀ ଯାହାକୁ ପୂଜା କରନ୍ତି, ସେଥିରେ ନିଆଁ ଲଗାଇଦେଲ !’

କରୋନା ପରେ ଚୀନ୍‌ରେ ବୁବୋନିକ ପ୍ଲେଗ ଆତଙ୍କ, ଜରୁରୀ ସ୍ଥିତି ଲାଗୁ କଲା ପ୍ରଶାସନ

ସୁଶାନ୍ତ ସିଂ ରାଜପୁତ୍‌ ମୃତ୍ୟୁ ମାମଲା; ଚୂଡ଼ାନ୍ତ ବ୍ୟବଚ୍ଛେଦ ଓ ଭିସେରା ରିପୋର୍ଟ ସିବିଆଇକୁ ଦେଲା ଏମ୍ସ

ଚୀନକୁ ଚେକ୍ ଦେବା ପାଇଁ LACରେ ଜଗିଛି ’ନିର୍ଭୟ’

You might also like