ସୁଶାନ୍ତଙ୍କ ରୋଷେୟାଙ୍କ ବଡ଼ ଖୁଲାସା; ୟୁରୋପ୍ରୁ ଫେରିବା ପରେ ସବୁକିଛି ବଦଳିଗଲା
ମୁମ୍ବାଇ: ସୁଶାନ୍ତ ସିଂହ ରାଜପୁତ ସମ୍ପୂର୍ଣ୍ଣ ସୁସ୍ଥ ଥିଲେ। ସେପ୍ଟେମ୍ବର ୨୦୧୯ ଯାଏ ସୁଶାନ୍ତ କୌଣସି ବି ରୋଗ ପାଇଁ ଔଷଧ ନେଉନଥିଲେ। ବିହାର ପୋଲିସ୍କୁ ଏପରି କିଛି ବୟାନ ରଖିଛନ୍ତି ସୁଶାନ୍ତଙ୍କ ପୂର୍ବତନ ରୋଷେୟା ଅଶୋକ କୁମାର ଖାସୁ। ସୁଶାନ୍ତ ଅନ୍ୟଙ୍କ ପାଇଁ ଉଦାହରଣ ଥିଲେ। ଅବସାଦରେ ରହୁଥିବା ଲୋକଙ୍କ ସାହସ ବଢ଼ାଉଥିଲେ। ଏପରି ବ୍ୟକ୍ତି ଆତ୍ମହତ୍ୟା କରିବ ଏହା ବିଶ୍ୱାସ ବି କରିହେଉନି ବୋଲି କହିଛନ୍ତି ଅଶୋକ।
ସେ ଆହୁରି ମଧ୍ୟ କହିଛନ୍ତି ଯେ ସୁଶାନ୍ତ ସବୁବେଳେ ଖୁସ୍ ମିଜାଜ୍ ବଞ୍ଚୁଥିଲେ। ସୁଶାନ୍ତଙ୍କ ଘରକୁ ରିୟା ଓ ତାଙ୍କ ପରିବାର ଲୋକଙ୍କ ଯାଆସ ଅଧିକ ଥିଲା। ହେଲେ ୨୦୧୯ ଅକ୍ଟୋବରରେ ରିଆ ଓ ସୁଶାନ୍ତଙ୍କ ୟୁରୋପ ଟ୍ରିପ୍ ପରେ ସବୁକିଛି ବଦଳିଗଲା। ଏହାପରେ ତାଙ୍କୁ ରୋଷେୟା ଚାକିରିରୁ ବାହାର କରିଦିଆ ଯାଇଥିଲା ବୋଲି ଅଶୋକ କହିଛନ୍ତି।
ରିୟା ଓ ସୁଶାନ୍ତ ୟୁରୋପ୍ରୁ ଫେରିବା ପରେ ଅଶୋକଙ୍କୁ ଆଉ ଚାକିରିକୁ ଡକାଇଯାଇ ନଥିଲା ବୋଲି ସେ କହିଛନ୍ତି। ଏନେଇ ସେ ସମସ୍ତ ତଥ୍ୟ ବିହାର ଓ ମୁମ୍ବାଇ ପୋଲିସ୍କୁ ଦେଇଥିବା କହିଛନ୍ତି ସେ ସୂଚନା ଦେଇଛନ୍ତି। ତେବେ ରିୟାଙ୍କ କହିବା ମୁତାବକ ସୁଶାନ୍ତଙ୍କର ସମସ୍ତ ପୁରୁଣା କର୍ମଚାରୀଙ୍କୁ ହଟାଇ ଦିଆଯାଇଥିଲା ବୋଲି ଅଶୋକ କହିଛନ୍ତି।
ପାଖାପାଖି ବର୍ଷେ ତଳେ ଅଶୋକ ଛୁଟି ନେଇ ଘରକୁ ଯାଇଥିଲେ। ଛୁଟିରୁ ଫେରିବା ପରେ ସୁଶାନ୍ତ ଓ ରିୟା ୟୁରୋପ୍ ଚାଲିଯାଇଥିଲେ। ଫଳରେ ତାଙ୍କୁ ଆଉ ଚାକିରିରେ ରଖାଯାଇ ନଥିଲା। ସେମାନେ ୟୁରୋପରୁ ଫେରିବା ପରେ ବି ଅଶୋକଙ୍କୁ ଆଉ କାମକୁ ଡାକି ନଥିଲେ। ଏହାପରେ ସେ ସୁଶାନ୍ତଙ୍କ ଭଉଣୀଙ୍କ ସହିତ ଦେଖା କରିଥିଲେ।
ପରେ ସୁଶାନ୍ତଙ୍କ ଘରକୁ ପୁଣିଥରେ ଆସିଥିଲେ ବି ସୁଶାନ୍ତଙ୍କ ସହିତ ତାଙ୍କର ଆଉ ଦେଖା ହୋଇପାରି ନଥିଲା। ଏହାପର ଠାରୁ ସେ ଆଉ କେବେ ସୁଶାନ୍ତଙ୍କୁ ଦେଖା କରିବାକୁ ଯାଇନଥିଲେ ବୋଲି ଏକ ଘରୋଇ ଟିଭି ଚ୍ୟାନେଲ୍କୁ ସାକ୍ଷାତକାର ଦେଇ ଏପରି କହିଛନ୍ତି ଅଶୋକ।
ତେବେ ରିୟାଙ୍କ କହିବାନୁସାରେ ହିଁ ତାଙ୍କୁ ଚାକିରିରୁ ବାହାର କରିଦିଆଯାଇଥିଲା ବୋଲି ଅଶୋକ କହିଛନ୍ତି। ଏକଥା ସୁଶାନ୍ତଙ୍କ ମ୍ୟାନେଜରଙ୍କ ଠାରୁ ସେ ଜାଣିବାକୁ ପାଇଥିଲେ ବୋଲି ଅଶୋକ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ରିୟା ସୁଶାନ୍ତଙ୍କ ଜୀବନକୁ ପୂରା କଣ୍ଟ୍ରୋଲ୍ କରିନେଇଥିଲେ। ସେ ସୁଶାନ୍ତଙ୍କର ପ୍ରାୟ ସମସ୍ତ ପୁରୁଣା କର୍ମାଚାରୀ ଯଥା ରୋଷେୟା, ଆକାଉଣ୍ଟର ଓ ବାଉନ୍ସର ଆଦିକୁ ବାହାର କରି ଦେଇଥିଲେ ବୋଲି ଅଶୋକ କହିଛନ୍ତି।
ଅଶୋକଙ୍କ କହିବାନୁସାରେ, ସୁଶାନ୍ତ ଡିପ୍ରେସନ ରୋଗରେ ପୀଡ଼ିତ ନଥିଲେ। ସେ କୌଣସି ଔଷଧ ସେବନ କରୁ ନଥିଲେ। ସେ ସବୁବେଳେ କାମରେ ବ୍ୟସ୍ତ ରହୁଥିଲେ। ତେଣୁ ସୁଶାନ୍ତ ଯେ ଆତ୍ମହତ୍ୟା କରିଥିବେ ଏକଥାକୁ ବିଶ୍ୱାସ କରିପାରୁ ନାହାନ୍ତି ଅଶୋକ।