ସୁଶାନ୍ତ ମୃତ୍ୟୁ ମାମଲା: ସିବିଆଇ କରିବ ସାଇକୋଲୋଜିକାଲ ଅଟୋପ୍ସି!

ମୁମ୍ବାଇ: ସିବିଆଇ ସ୍କାନରରେ ସୁଶାନ୍ତଙ୍କ ସାଇକୋଲୋଜି। ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ସିବିଆଇ କରିପାରେ ସାଇକୋଲୋଜିକାଲ ଅଟୋପ୍ସି ବା ମନସ୍ତତ୍ତ୍ୱ ବିଶ୍ଳେଷଣ। ମୃତ୍ୟୁର ପ୍ରକୃତ କାରଣ ଜାଣିବା ପାଇଁ ସିବିଆଇ ଏଭଳି ଜଟିଳ ତଦନ୍ତ ପ୍ରକ୍ରିୟା ଆପଣାଇପାରେ ବୋଲି ଜଣାପଡ଼ିଛି। ଏହି ଜଟିଳ ତଦନ୍ତ ପ୍ରକ୍ରିୟାରେ ଜୀବିତାବସ୍ଥା ବେଳେ ସୁଶାନ୍ତଙ୍କ ମାନସିକ ସ୍ଥିତି କିଭଳି ଥିଲା, ତାହା ଜାଣିବାକୁ ଏକାଧିକ ଦିଗରେ ଖୋଳତାଡ଼ କରିବ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା।

ସିବିଆଇର ଫୋରେନ୍ସିକ୍ ଟିମ୍, ସୁଶାନ୍ତଙ୍କ ସୋସିଆଲ ମିଡିଆ ପୋଷ୍ଟ ଓ ହ୍ୱାଟ୍ସଆପ୍ ଚାଟକୁ ଅନୁଧ୍ୟାନ କରିବ। ଏଥିସହ ତାଙ୍କ ପରିବାର, ବନ୍ଧୁ ଏବଂ ଅନ୍ୟମାନଙ୍କ ସହ ହୋଇଥିବା କଥାବାର୍ତ୍ତାକୁ ମଧ୍ୟ ପରଖିବ। ମୃତ୍ୟୁ ପୂର୍ବର କିଛି ଦିନ ମଧ୍ୟରେ ସୁଶାନ୍ତଙ୍କ ମାନସିକ ସ୍ଥିତି କିଭଳି ଥିଲା, ତାଙ୍କର ବ୍ୟବହାର ଓ ଦୈନଦିନ ଜୀବନଚର୍ଯ୍ୟାରେ କିଛି ଅସ୍ୱାଭାବିକତା ଦେଖିବାକୁ ମିଳିଥିଲା କି? ତା ଉପରେ ଅନୁଧ୍ୟାନ ହେବ। ଏମ୍ସର ୪ ଜଣିଆ ଫୋରେନ୍ସିକ୍ ଟିମ୍ ସୁଶାନ୍ତଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟକୁ ମଧ୍ୟ ବିଶ୍ଳେଷଣ କରିବ। ଏହି ପ୍ରକ୍ରିୟାରେ ସହାୟତା ପାଇଁ ଏମ୍ସକୁ ସିବିଆଇ ଅନୁରୋଧ କରିଛି। ପୂର୍ବରୁ ସୁନନ୍ଦା ପୁଷ୍କର ମାମଲା ଏବଂ ଦିଲ୍ଲୀ ବୁରାଡ଼ିରେ ହୋଇଥିବା ଗଣଆତ୍ମହତ୍ୟା ମାମଲାରେ ରହସ୍ୟ ଭେଦିବାକୁ ସାଇକୋଲୋଜିକାଲ ଅଟୋପ୍ସି ପ୍ରକ୍ରିୟାର ସହାୟତା ନେଇଥିଲା ସିବିଆଇ।

ସାଇକୋଲୋଜିକାଲ ଅଟୋପ୍ସି କ’ଣ: ବିଶେଷଜ୍ଞଙ୍କ କହିବା କଥା, ଯେଉଁ ମାମଲାରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିନଥାଏ, ତାହା ଜାଣିବାରେ ଏହି ଜଟିଳ ପ୍ରକ୍ରିୟା ବହୁତ ସାହାଯ୍ୟ କରେ। ଏହା ମୁଖ୍ୟତଃ ତଥ୍ୟ ଆଧାରରେ କରାଯାଏ। ଏଥିରେ ତିନି ପ୍ରକାରର ତଥ୍ୟ ସଂଗ୍ରହ କରାଯାଏ। ପ୍ରଥମେ ସଂଗ୍ରହ କରାଯାଏ ବାୟୋଗ୍ରାଫିକାଲ୍ ଡାଟା ବା ଜନ୍ମଗତ ତଥ୍ୟ, ଯେପରି ମୃତକଙ୍କ ବୟସ କେତେ, ସେ ପୁରୁଷ ନା ମହିଳା, ବିବାହିତ ନା ଅବିବାହିତ ଇତ୍ୟାଦି।

ଦ୍ୱିତୀୟରେ, ବ୍ୟକ୍ତିଗତ ତଥ୍ୟ ଏଥିରେ ବ୍ୟକ୍ତିର ଲାଇଫ୍ ଷ୍ଟାଇଲ୍, ଲୋକଙ୍କ ସହ ସଂପର୍କ, କୌଣସି ନିଶା ସେବନ କରୁଥିଲେ କି, କୌଣସି କାରଣ ପାଇଁ ଚିନ୍ତାରେ ଥିଲେ କି, ଯଦି ଥିଲେ, ତେବେ ଚିନ୍ତାର କାରଣ କଣ, ଏସବୁ ତଥ୍ୟ ସଂଗ୍ରହ କରାଯାଏ। ତୃତୀୟ ପର୍ଯ୍ୟାୟ ହେଉଛି ସେକେଣ୍ଡାରୀ ଇନଫରମେସନ। ଏଥିରେ ସମ୍ପୃକ୍ତ ବ୍ୟକ୍ତିଙ୍କର କୌଣସି କ୍ରିମିନାଲ ରେକର୍ଡ ବା ଅପରାଧିକ ପୃଷ୍ଠଭୂମି ରହିଥିଲା କି, କୌଣସି ମାନସିକ ସମସ୍ୟା ଥିଲା କି ନାହିଁ, ଏସବୁ ଜଣାପଡେ। ମୃତକଙ୍କ ସଂପର୍କୀୟ, ଅଫିସ ଷ୍ଟାଫ୍ ଏବଂ ଦୈନନ୍ଦିନ ଜୀବନ ସହ ଜଡ଼ିତ ଲୋକଙ୍କ ଠାରୁ ତଥ୍ୟ ନିଆଯାଏ ଯାହା ଦ୍ୱାରା ମୃତ୍ୟୁର କାରଣ ଜଣାପଡ଼ିବ ବୋଲି ଆଶା କରାଯାଏ।

ସୁଶାନ୍ତ ସିଂଙ୍କ ମୃତ୍ୟୁ ମାମଲାରେ ସିବିଆଇର ଏକ ସ୍ୱତନ୍ତ୍ର ଟିମ୍ ଗତ ସପ୍ତାହରୁ ମୁମ୍ବାଇରେ ଡେରା ପକାଇଛି। ପୂର୍ବରୁ ସୁଶାନ୍ତଙ୍କର ଜଣେ ଷ୍ଟାଫ୍ ନୀରଜ ଏବଂ ସୁଶାନ୍ତଙ୍କ ଫ୍ଲାଟ୍ ମେଟ୍ ସିଦ୍ଧାର୍ଥ ପିଠାନୀଙ୍କୁ ଜେରା କରିଥିଲା ସିବିଆଇ। ନୀରଜଙ୍କୁ ଲଗାତର ୩ ଦିନ ଧରି ଜେରା କରିଥିଲା ସିବିଆଇ। କିନ୍ତୁ ଏପର୍ଯ୍ୟନ୍ତ ସୁଶାନ୍ତଙ୍କ ଗାର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀଙ୍କୁ ସିବିଆଇ ପକ୍ଷରୁ ହାଜର ହେବା ପାଇଁ କୌଣସି ସମନ ଜାରି କରାଯାଇନାହିଁ।

କେବଳ ତାଙ୍କ ବ୍ୟାଙ୍କ ଆକାଉଣ୍ଟରୁ ରିୟାଙ୍କ ଆକାଉଣ୍ଟକୁ ୧୫ କୋଟି ଟଙ୍କା ଟ୍ରାନ୍ସଫର ମାମଲାରେ ରିୟାଙ୍କୁ ଦୁଇଥର ଜେରା କରିସାରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ, ଯାହାକୁ ରିୟା ସିଧାସଳଖ ଖଣ୍ଡନ କରିଛନ୍ତି। ଗତ ଜୁନ୍ ମାସରେ ମୁମ୍ବାଇସ୍ଥିତ ବାସଭବନରେ ସୁଶାନ୍ତ ସିଂ ରାଜପୁତଙ୍କର ସନ୍ଦେହଜନକ ମୃତ୍ୟୁ ହୋଇଥିଲା। ଘଟଣାକୁ ୨ ମାସ ବିତିଥିଲେ ମଧ୍ୟ ଏପର୍ଯ୍ୟନ୍ତ ମୃତ୍ୟୁର ପ୍ରକୃତ କାରଣ ଜଣାପଡିନାହିଁ, ଯାହା ସୁଶାନ୍ତଙ୍କ ହଜାର ହଜାର ଫ୍ୟାନଙ୍କୁ ବିଚଳିତ କରିଛି।

ଆହୁରି ପଢ଼ନ୍ତୁ

କମିଲା ସୁନା ଓ ରୂପା ଦର

ଅଭିନେତ୍ରୀ ପାୟଲ ଘୋଷଙ୍କ ଟ୍ୱିଟ୍‌କୁ ନେଇ ଚର୍ଚ୍ଚା, କହିଲେ- ଯଦି ଝୁଲନ୍ତା ଅବସ୍ଥାରେ ମୋ ମୃତଦେହ ମିଳେ…

ଶିବାଙ୍ଗୀ ସିଂ ହେବେ ଲଢୁଆ ବିମାନ ରାଫେଲ୍‌ର ପ୍ରଥମ ମହିଳା ପାଇଲଟ୍‌

ଓଡ଼ିଶାରୁ ସୁରତକୁ ଟ୍ରକ୍‌ରେ ଏମିତି ଚାଲାଣ ହେଉଥିଲା ଲକ୍ଷାଧିକ ଟଙ୍କାର ଗଞ୍ଜେଇ

ଓ୍ୱାର୍କିଂ ଜର୍ଣ୍ଣାଲିଷ୍ଟ ସଂଜ୍ଞାରେ ଡିଜିଟାଲ ଏବଂ ଇଲେକ୍ଟ୍ରୋନିକ୍‌ ମିଡିଆ ସାମ୍ବାଦିକ ସାମିଲ

ବିସ୍ଫୋରଣ ପରେ ONGC ପ୍ଲାଣ୍ଟରେ ଅଗ୍ନିକାଣ୍ଡ

ପରଲୋକରେ ରେଳ ରାଷ୍ଟ୍ରମନ୍ତ୍ରୀ

ଫେଲ୍ ମାରିଲା ପାକିସ୍ତାନର ହୀନ ଉଦ୍ୟମ

ସ୍ୱାମୀଙ୍କୁ ହତ୍ୟା କରି ବେଡ୍‌ ତଳେ ମୃତଦେହ ଲୁଚାଇଥିଲେ ପତ୍ନୀ, ଗନ୍ଧ ବାହାରିବାରୁ…

‘ନେତା କୈସା ହୋ.. ବାଇଡେନ ଜୈସା ହୋ’-ଏମିତି ଚାଲିଛି ଆମେରିକାରେ ନିର୍ବାଚନ ପ୍ରଚାର

ନେପାଳ ପର୍ବତାରୋହୀଙ୍କ ପରଲୋକ; ୧୦ ଥର ମାଉଣ୍ଟ ଏଭରେଷ୍ଟ ଚଢି ରେକର୍ଡ କରିଥିଲେ

ଭଲ୍ୟୁଣ୍ଟାରୀ ରିଟାୟାରମେଣ୍ଟ ନେଲେ ବିହାର ଡିଜିପି ଗୁପ୍ତେଶ୍ୱର ପାଣ୍ଡେ, ନିର୍ବାଚନ ଲଢ଼ିବା ନେଇ ଚର୍ଚ୍ଚା

You might also like