ଶେଷରେ ପାଟ୍‌ନା ଏସ୍‌ପିଙ୍କୁ ଗୃହବନ୍ଦୀରୁ ମୁକ୍ତ କଲା ବିଏମ୍‌ସି

ମୁମ୍ବାଇ: ସୁଶାନ୍ତ ସିଂହ ରାଜପୁତ୍‌ଙ୍କ ହତ୍ୟା ମାମଲାର ତଦନ୍ତ ପାଇଁ ମୁମ୍ବାଇରେ ଗୃହବନ୍ଦୀ ଥିବା ପାଟ୍‌ନା ଏସ୍‌ପିଙ୍କୁ ଶେଷରେ ବିଏମ୍‌ସି ଛାଡ଼ି ଦେଇଛି। ଏ ନେଇ ନିଜେ ପାଟ୍‌ନା ଏସ୍‌ପି ବିନୟ ତିୱାରୀ ସୂଚନା ଦେଇଛନ୍ତି।  ମୁମ୍ବାଇରେ କ୍ୱାରେଣ୍ଟିନରେ ଥିବା ପାଟନା ଏସପି ବିନୟ ତିୱାରୀ କ୍ୱାରେଣ୍ଟିନରୁ ଯାଇପାରିବେ ବୋଲି ବିଏମସି ପକ୍ଷରୁ ତାଙ୍କୁ ଜଣାଇ ଦିଆଯାଇଛି ।

ସୁଶାନ୍ତ ସିଂହ ମୃତ୍ୟୁ ମାମଲାର ତଦନ୍ତ ପାଇଁ ମୁମ୍ବାଇ ଯାଇଥିବା ପାଟ୍‌ନା ଏସ୍‌ପିଙ୍କୁ ବିଏମସି କର୍ତ୍ତୃପକ୍ଷ କ୍ୱାରେଣ୍ଟିନ ସେଣ୍ଟରରେ ଗୃହବନ୍ଦୀ କରି ରଖିବା ପରେ ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଥିଲା। ଗୁରୁବାର ରାତିରେ ଏ ନେଇ ସୁପ୍ରିମ୍‌ କୋର୍ଟରେ ଆବେଦନ କରି ଦୁରନ୍ତ ବିନୟଙ୍କୁ ଛାଡ଼ି ଦେବା ପାଇଁ ଅନୁରୋଧ କରାଯାଇଥିଲା।

ହେଲେ ଶୁକ୍ରବାର ସକାଳୁ ବିନୟ ତିୱାରୀଙ୍କୁ ଛାଡିବା ପାଇଁ BMC ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ବିନୟଙ୍କୁ ଅଗଷ୍ଟ ୮ ତାରିଖ ପୂର୍ବରୁ ପାଟନ ଚାଲିଯିବା ପାଇଁ କହିଛି BMC ।

ଅନ୍ୟପକ୍ଷେ କ୍ୱାରେଣ୍ଟିନରୁ ମୁକ୍ତ ହେବା ପରେ ବିନୟ ତିୱାରୀ ପାଟନା ଅଭିମୁଖେ ବାହାରିବେ । ଅଭିନେତା ସୁଶାନ୍ତ ସିଂ ମୃତ୍ୟୁ ମାମଲାର ତଦନ୍ତ ପାଇଁ ମୁମ୍ବାଇ ଆସିଥିବା ଅନ୍ୟ ଚାରି ଅଧିକାରୀ ଗତକାଲି ପାଟନା ଫେରି ଯାଇଛନ୍ତି।

ସୂଚନାଥାଉ କି, ସୁଶାନ୍ତ ସିଂ ମୃତ୍ୟୁ ମାମଲାରେ ତାଙ୍କ ବାପା କେକେ ସିଂଙ୍କ ଅଭିଯୋଗ ଆଧାରରେ ମୁମ୍ବାଇ ଯାଇଥିଲା ବିହାର  ପୋଲିସର ଏକ ଟିମ୍। ଏନେଇ ଆଗୁଆ ସୂଚନା ଦିଆଯିବା ସହ ଅଧିକାରୀଙ୍କ ପାଇଁ ଆବଶ୍ୟକ ସୁବିଧା ସୁଯୋଗ ପ୍ରଦାନ କରିବାକୁ କୁହାଯାଇଥିଲା ।

କିନ୍ତୁ ପାଟନା ଏସ୍‌ପିଙ୍କୁ ବିଏମ୍‌ସି ଅଧିକାରୀମାନେ ଜବରଦସ୍ତ କ୍ୱାରେଣ୍ଟିନ୍‌ରେ ରଖି ଦେଇଥିଲେ। ଏ ନେଇ ଦୁଇ ରାଜ୍ୟ ମଧ୍ୟରେ ବିବାଦ ଆରମ୍ଭ ହୋଇ ଯାଇଥିଲା। ଏ ନେଇ ମୁମ୍ବାଇ ପୋଲିସକୁ ସୁପ୍ରିମକୋର୍ଟ ତୀବ୍ର ଭର୍ତ୍ସନା କରିବା ସହା ଏହା ଭଲ ବାର୍ତ୍ତା ଦେଉନାହିଁ ବୋଲି କହିଥିଲେ। ସେହିପରି ଏହା ଏକ ଅଣପେସାଦାର ମନବୃତ୍ତିର ପରିଚୟ ବୋଲି କହି ସମାଲୋଚନା କରିଥିଲେ  ବିହାର ଡିଜିପି ଗୁପ୍ତେଶ୍ୱର ପାଣ୍ଡେ ।

ଏପରିକି ବିହାର ଡିଜିପି ଗୁପ୍ତେଶ୍ୱର ପାଣ୍ଡେ  ଗୋଟିଏ ଦିନ ଅପେକ୍ଷା କରାଯିବା ପରେ କୋର୍ଟର ଦ୍ୱାରସ୍ଥ ହେବେ ବୋଲି ଚେତାବନୀ ଦେଇଥିଲେ । ତେବେ ମୁମ୍ବାଇ ମ୍ୟୁନିସ୍‌ପାଲିଟି କର୍ପୋରେସନ ପକ୍ଷରୁ ଏସ୍‌ପି ବିନୟ ତିୱାରୀଙ୍କୁ ମୁକ୍ତ କରି ଦିଆଯାଇଛି।

 

 

 

ଆହୁରି ପଢ଼ନ୍ତୁ

ମୃତ୍ୟୁ ପୂର୍ବରୁ ଶେଷଥର ପାଇଁ କାହାକୁ କଲ୍‌ କରିଥିଲେ ସୁଶାନ୍ତଙ୍କ ପୂର୍ବତନ ମ୍ୟାନେଜର ଦିଶା ?

କରୋନା ପଜିଟିଭ୍‌ କହି ପତ୍ନୀଙ୍କ ପାଖରୁ ଖସିଗଲେ, ଗର୍ଲଫ୍ରେଣ୍ଡ୍‌ଙ୍କ ସହ ଧରାପଡ଼ିଲେ

ନୂଆ କୃଷି ବିଲ୍‌‌କୁ କାହିଁକି ଡରୁଛନ୍ତି ଚାଷୀ ?

ଦେଶରେ ଦିନକରେ ୯୬ହଜାର ୪୨୪ କରୋନା ଆକ୍ରାନ୍ତ ଚିହ୍ନଟ

ୱାଶ୍‌ରୁମ୍‌ରୁ ମିଳିଲା ଜଣାଶୁଣା ଫ୍ୟାଶନ୍‌ ଡିଜାଇନର୍‌ଙ୍କ ମୃତଦେହ

ବିରୋଧ ସତ୍ତ୍ୱେ ଲୋକସଭାରେ ପାରିତ ହେଲା କୃଷି ବିଲ

ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ

ନିଜ ଜୀବନକୁ ବାଜିରେ ଲଗାଇ ପାଣି ଭିତରେ ପଶି କୁକୁରର ଜୀବନ ରକ୍ଷା କଲେ ହୋମଗାର୍ଡ

ମନ୍ତ୍ରୀପରିଷଦରୁ ଇସ୍ତଫା ଦେଲେ ହରସିମରତ୍ କୌର୍ ବାଦଲ

ସୀମାରେ ଚୀନ ସେନାର ନୂଆ ଷଡ଼ଯନ୍ତ୍ର

କରୋନା ମୁକାବିଲା ପାଇଁ ଏଇ ସହରରେ ଲାଗୁ ହେଲା ୧୪୪ ଧାରା

ଲଦାଖରେ ୩୦ ମହଲା ଉଚ୍ଚତାରେ ଜଗିଛନ୍ତି ଭାରତୀୟ ଯବାନ, ୯ ଚୀନ୍ ସେନା ପାଇଁ ଜଣେ ଭାରତୀୟ ସେନା ଭାରି ପଡ଼ିବ

You might also like