ମୁମ୍ବାଇରେ ଗୃହବନ୍ଦୀ ଏସ୍‌ପି ବିନୟ ତିଓ୍ୱାରୀ; କୋର୍ଟ ଦ୍ୱାରସ୍ଥ ହେବ ବିହାର ପୋଲିସ

ମୁମ୍ବାଇ: ବାଧ୍ୟବାଧକତା କ୍ୱାରେଣ୍ଟିନ୍ ନୁହେଁ, ପାଟନା ଏସ୍‌ପି ବିନୟ ତିଓ୍ୱାରୀଙ୍କୁ ଗୃହବନ୍ଦୀ କରି ରଖିଛି ମୁମ୍ବାଇ ପୋଲିସ । ସୁଶାନ୍ତ ସିଂ ମୃତ୍ୟୁ ମାମଲାରେ ତାଙ୍କ ବାପା କେକେ ସିଂଙ୍କ ଅଭିଯୋଗ ଆଧାରରେ ମୁମ୍ବାଇ ଯାଇଥିଲା ବିହାର ପୋଲିସର ଏକ ଟିମ୍। ଏନେଇ ଆଗୁଆ ସୂଚନା ଦିଆଯିବା ସହ ଅଧିକାରୀଙ୍କ ପାଇଁ ଆବଶ୍ୟକ ସୁବିଧା ସୁଯୋଗ ପ୍ରଦାନ କରିବାକୁ କୁହାଯାଇଥିଲା ।

କିନ୍ତୁ ପାଟନା ଏସ୍‌ପିଙ୍କୁ ବିଏମ୍‌ସି ଅଧିକାରୀମାନେ କ୍ୱାରେଣ୍ଟିନ୍‌ରେ ରଖିଛନ୍ତି ଯାହା ଅଣପେସାଦାର ମନବୃତ୍ତିର ପରିଚୟ ବୋଲି କହି ସମାଲୋଚନା କରିଛନ୍ତି ବିହାର ଡିଜିପି ଗୁପ୍ତେଶ୍ୱର ପାଣ୍ଡେ । ଦେଶର ସର୍ବୋଚ୍ଚ ନ୍ୟାୟାଳୟ ମଧ୍ୟ ମୁମ୍ବାଇ ପୋଲିସର ଏହି ଘଟଣାକୁ ନିନ୍ଦା କରିବା ସତ୍ତ୍ୱେ ଏ ପର୍ଯ୍ୟନ୍ତ ପାଟନା ଏସ୍ପିଙ୍କୁ ମୁକ୍ତ କରାଯାଇନି ।

ବିଏମ୍‌ସି ପକ୍ଷରୁ ଏସ୍‌ପି ବିନୟ ତିଓ୍ୱାରୀଙ୍କୁ କ୍ୱାରେଣ୍ଟିନ୍ ରଖିବା ନେଇ ବିହାର ପୋଲିସକୁ ଯେଉଁ ଉତ୍ତର ଦିଆଯାଇଛି ସେଥିରୁ ସ୍ପଷ୍ଟ ପ୍ରମାଣ ମିଳୁଛି ଯେ, ସେମାନ ତାଙ୍କୁ ଛାଡ଼ିବାକୁ ଅମଙ୍ଗ ଅଛନ୍ତି ବୋଲି କହିଛନ୍ତି ବିହାର ଡିଜିପି ।

ଅନ୍ୟପକ୍ଷେ ବିହାର ଡିଜିପି ଗୁପ୍ତେଶ୍ୱର ପାଣ୍ଡେ କହିଛନ୍ତି, ଆଜି ଗୋଟିଏ ଦିନ ଅପେକ୍ଷା କରାଯିବ। ଯଦି ଆଇପିଏସ୍‌ ବିନୟ ତିୱାରୀଙ୍କୁ ଗୃହବନ୍ଦୀରୁ ମୁକ୍ତ କରା ନ ଯାଏ ତେବେ ବିହାର ପୋଲିସ କୋର୍ଟର ଦ୍ୱାରସ୍ଥ ହେବ। ଡିଜିପି କହିଛନ୍ତି, ଏସ୍‌ପି ବିନୟ ତିୱାରୀ ମୁମ୍ବାଇ ପୋଲିସକୁ ସୂଚନା ଦେଇ ଯାଇଥିଲେ ଏବଂ ରହିବା ବ୍ୟବସ୍ଥା କରିବା ପାଇଁ ଅନୁରୋଧ କରିଥିଲେ। ଡିଜିପି ମଧ୍ୟ ନିଜେ ଏସଏମ୍‌ଏସ୍‌ କରିଥିଲେ ଏବଂ ଅନୁସନ୍ଧାନ ପାଇଁ ୩ ଦିନ ତାଙ୍କୁ ସହଯୋଗ କରିବା ଲାଗି ଅନୁରୋଧ କରିଥିଲେ। ହେଲେ ମୁମ୍ବାଇ ପୋଲିସ ଅଧିକାରୀ ଏସ୍‌ପି ବିନୟଙ୍କ ଆଣ୍ଟିଜେନ ଟେଷ୍ଟ ନ କରି ତାଙ୍କ ହାତରେ ଛାପା ମାରିଦେଲେ ଏବଂ ତା’ପରେ କ୍ୱାରେଣ୍ଟିନ୍‌ରେ ରଖିଲେ।

ଏପରିକି ତାଙ୍କୁ ବାହାରକୁ ଯିବାକୁ ମନା କରାଯିବା ସହ କାହାକୁ ସାକ୍ଷାତ କରିପାରିବେନି କିମ୍ବା କାହାଠାରୁ ଇଣ୍ଟରଭ୍ୟୁ ଆଣି ପାରିବେନି ବୋଲି କୁହାଯାଇଛି। ଏହା ଏକ ପ୍ରକାର ଗୃହ ବନ୍ଦୀ ବୋଲି ସେ କହିଛନ୍ତି।

ଆହୁରି ପଢ଼ନ୍ତୁ

ଲଦାଖରେ ବଡ଼ ଧରଣର ଭୂକମ୍ପ

୧୬ ବର୍ଷର ଝିଅ ଆକାଉଣ୍ଟରେ ୧୦ କୋଟି ଟଙ୍କା !

ସାଧାରଣ ଲୋକଙ୍କୁ ଦିଆଗଲା ଋଷ ଭାକ୍ସିନ୍‌ ‘ସ୍ପୁଟନିକ ଭି’

ଏନ୍‌କାଉଣ୍ଟରରେ ଦୁଇ ଲସ୍କର ଆତଙ୍କୀ ନିହତ

Bihar Election 2020 Date:୩ଟି ପର୍ଯ୍ୟାୟରେ ହେବ ବିହାର ବିଧାନସଭା ନିର୍ବାଚନ, ଭୋଟ୍‌ ଗ୍ରହଣ ସମୟ ସୀମା ୧ ଘଣ୍ଟା ବୃଦ୍ଧି

ଅକ୍ଟୋବରରେ ହେବ ଭାରତ ପ୍ରସ୍ତୁତ ’କୋଭାକ୍ସିନ’ର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ

ଦକ୍ଷିଣ କୋରିଆ ଅଧିକାରୀଙ୍କୁ ଗୁଳି କରି ହତ୍ୟା କରିବା ପରେ ଜାଳିଦେଲେ

ସାଇକେଲ ଧରି ମନ ଖୁସିରେ ଖେଳୁଥିଲେ ପିଲା, ଏପଟେ ଛକି ବସିଥିଲା ମାଉଣ୍ଟେନ ଲାୟନ

ଭାରତରେ Harley-Davidsonର ପ୍ରଡକ୍ଟ ଓ ସେଲ୍ ବନ୍ଦ

ଗଲୱାନ ସଂଘର୍ଷରେ କେତେ ସୈନିକଙ୍କୁ ହରାଇଛି, ହିସାବ ଦେଲା ଚୀନ

୧୨ ବର୍ଷର ନାବାଳକଙ୍କ ସମେତ ୩ ଜଣଙ୍କ ଉପରେ ଚଢ଼ିଗଲା ବସ୍‌

କୃଷି ବିଲ୍‌ ବିରୋଧରେ ଚାଷୀଙ୍କ ‘ଭାରତ ବନ୍ଦ’ ଡାକରା ଆଜି

You might also like