ସୁଶାନ୍ତଙ୍କ ମୃତ୍ୟୁକୁ ନେଇ ଏମିତି ରିପୋର୍ଟ ଦେଲା ଦିଲ୍ଲୀ ଏମ୍ସର ଡାକ୍ତରୀ ଟିମ୍

ମୁମ୍ବାଇ: ବିଷକ୍ରିୟାରୁ ହୋଇନି ସୁଶାନ୍ତଙ୍କ ମୃତ୍ୟୁ। ସୁଶାନ୍ତଙ୍କ ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ ଓ ଫଟୋଗ୍ରାଫ୍ ପ୍ରମାଣକୁ ବିଶ୍ଳେଷଣ କରି ବିଷକ୍ରିୟାର କୌଣସି ସୁରାକ୍ ମିଳିନଥିବା, ସିବିଆଇକୁ ରିପୋର୍ଟ ଦେଇଛି ତଦନ୍ତରେ ସହଯୋଗ କରୁଥିବା ଦିଲ୍ଲୀ ଏମ୍ସର ଡାକ୍ତରୀ ଟିମ୍।

ଏପଟେ ଏନ୍‌ସିବି ଜେରା ବେଳେ ‘ମାଲ୍ ହେ କ୍ୟା’ ଚାଟ୍‌ର ରାଜ୍ ଖୋଲିଛନ୍ତି ଦୀପିକା। କହିଛନ୍ତି ମାଲ୍ ଏକ କୋଡ୍ ଓ୍ୱାର୍ଡ ବା ସାଂକେତିକ ଶବ୍ଦ। କୋଡ୍ ଓ୍ୱାର୍ଡ ମାଲ୍‌ରେ ଅର୍ଥ ସିଗାରେଟ୍। ସେ ଚାଟ୍‌ରେ କୌଣସି ବେଆଇନ ନିଶାଦ୍ରବ୍ୟ ନୁହେଁ, ବରଂ ସିଗାରେଟ୍ କଥା ପଚାରିଥିବା ନେଇ ଏନ୍‌ସିବି ଏସ୍ଆଇଟି ଆଗରେ କହିଥିବା ଜାତୀୟ ଗଣମାଧ୍ୟମରେ ପ୍ରସାରିତ ରିପୋର୍ଟରୁ ଜଣାପଡ଼ିଛି।

କେବଳ ମାଲ୍ ନୁହେଁ, ଡୁବ୍ ମଧ୍ୟ ସିଗାରେଟ୍‌ର କୋଡ୍ ଓ୍ୱାର୍ଡ, ଓ୍ୱିଡ୍- ଥିକ୍ ବା ମୋଟା ସିଗାରେଟ୍‌ର କୋଡ୍ ଓ୍ୱାର୍ଡ ଏବଂ ହାଶ୍ – ସ୍ଲିମ୍ ବା ସରୁ ସିଗାରେଟ୍‌ର କୋଡ୍ଓ୍ୱାର୍ଡ ବୋଲି ଏନ୍‌ସିବି ଆଗରେ କହିଛନ୍ତି ଦୀପିକା।

ଅନ୍ୟପଟେ ସୁଶାନ୍ତ ସିଂହ ମୃତ୍ୟ ମାମଲା ସହିତ ଡ୍ରଗ୍ସ କାରବାର ମାମଲାର କୌଣସି ସମ୍ପର୍କ ନାହିଁ। କେବଳ ଡ୍ରଗ୍ସକାରବାର ଅଭିଯୋଗରେ ରିୟା ଓ ତାଙ୍କ ଭାଇଙ୍କୁ ଗିରଫ କରାଯାଇଛି। ବମ୍ବେ ହାଇକୋର୍ଟଙ୍କୁ ଆଜି ଏପରି କହିଛି ଏନ୍‌ସିବି। ଏନ୍‌ସିବି ଗିରିଫଦାରୀକୁ ନେଇ ରିୟା ଚକ୍ରବର୍ତ୍ତୀ ଓ ତାଙ୍କ ଭାଇ ସୌଭିକଙ୍କ ପକ୍ଷରୁ ବମ୍ବେ ହାଇକୋର୍ଟରେ ଏକ ମାମଲା ରୁଜୁ ହୋଇଥିଲା। ଯାହା ବିରୋଧରେ ହାଇକୋର୍ଟରେ ଆଜି ଏପରି ଉତ୍ତର ରଖିଛି ଏନ୍‌ସିବି।

ଆହୁରି ପଢ଼ନ୍ତୁ

ପାକିସ୍ତାନ ଅନୁପ୍ରବେଶକାରୀକୁ ଧରିଲା ସେନା; ୫ ହଜାର ପାକିସ୍ତାନୀ ଟଙ୍କା ଜବତ

‘ପାପ, ଭୁଲ ଓ ବେମାରୀକୁ ଛୋଟ ଭାବିବା ଉଚିତ ନୁହେଁ’

ଗୋଆ ଉପମୁଖ୍ୟମନ୍ତ୍ରୀଙ୍କ ମୋବାଇଲ୍‌ରୁ କେମିତି ଶେୟାର୍ ହେଲା ପର୍ଣ୍ଣୋଗ୍ରାଫିକ୍ ଭିଡିଓ ?‌

୨ ଆତଙ୍କବାଦୀଙ୍କୁ ଏନ୍‌କାଉଣ୍ଟର କଲା ସେନା; ଦୁଇ ଦିନରେ ୪ ମୃତ

ଡ୍ରଗ୍ସ କାରବାର ମାମଲାରେ ବିଚାର କରୁଥିବା NDPSର ସ୍ୱତନ୍ତ୍ର ବିଚାରପତିଙ୍କୁ ବୋମାମାଡ଼ ଧମକ: ଦୁଇ ଅଟକ

ଗୋଆ ଉପମୁଖ୍ୟମନ୍ତ୍ରୀଙ୍କ ମୋବାଇଲ୍‌ ହ୍ୟାକ୍

ଚୀନ୍‌ର କରୋନା ଭ୍ୟାକ୍ସିନ ସମ୍ପୂର୍ଣ୍ଣ ସୁରକ୍ଷିତ: ବ୍ରାଜିଲ୍‌

ସନ୍ଧ୍ୟା ୬ରେ ଦେଶବାସୀଙ୍କୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ

୮୩ ଦିନ ପରେ ଆଶ୍ୱସ୍ତି; ଦିନକରେ ଚିହ୍ନଟ ହେଲେ ୫୦ ହଜାରରୁ କମ କରୋନା ଆକ୍ରାନ୍ତ

ଫେବ୍ରୁଆରି ସୁଦ୍ଧା ଦେଶର ଅଧା ଲୋକ କରୋନା ଆକ୍ରାନ୍ତ ହୋଇ ପାରନ୍ତି !

କଥା ଦେଇ କଥା ରଖିଲେ ରାହୁଲ, ଦୁଇ ଭଉଣୀଙ୍କୁ ଉପହାର ଦେଲେ ଘରର ଚାବି

କରୋନା ଆକ୍ରନ୍ତଙ୍କ ଖୁସି ପାଇଁ ନାଚିଲେ ଡାକ୍ତର, ଭିଡିଓ ଭାଇରାଲ

You might also like