ସୁଶାନ୍ତ ସିଂ ମୃତ୍ୟୁ ମାମଲା: ଏହି ୧୪ଟି ପ୍ରଶ୍ନର ଉତ୍ତର ଖୋଜିପାରେ CBI

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁର ତଦନ୍ତ ଦାୟିତ୍ୱ ସିବିଆଇ ହାତକୁ ଯାଇଛି । ଏହି ନିର୍ଦ୍ଦେଶ ପରେ ସୁଶାନ୍ତ ସିଂ ମୃତ୍ୟୁ ମାମଲା ନୂଆ ମୋଡ଼ ନେବାକୁ ଯାଉଛି।

ସିବିଆଇର ଏକ ସ୍ୱତନ୍ତ୍ର SIT ଟିମ୍‌ ତଦନ୍ତ ପାଇଁ ମୁମ୍ବାଇ ଯିବ । ଏହି ତଦନ୍ତକାରୀ ଟିମ୍‌ରେ ୪ ଜଣ ଅଧିକାରୀ ଅଛନ୍ତି। SIT ଟିମ୍‌ ସହ FSL(Forensic Science Laboratory) ଟିମ୍ ମଧ୍ୟ ମୁମ୍ବାଇ ଗସ୍ତରେ ଯିବ।  FSL ଟିମ୍‌ ସହ SIT ଟିମ୍ ପ୍ରଥମେ ବାନ୍ଦ୍ରା ସ୍ଥିତ ସୁଶାନ୍ତ ସିଂହ ରାଜପୁତଙ୍କ ଫ୍ଲାଟ୍‌କୁ ଯିବେ, ଯେଉଁଠାରୁ ସୁଶାନ୍ତଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ସୁଶାନ୍ତଙ୍କ ମୃତ୍ୟୁ ମାମଲାରେ ମୁମ୍ବାଇ ପୋଲିସ୍‌ ଦ୍ୱାରା କରାଯାଇଥିବା ତଦନ୍ତକୁ ଆରମ୍ଭରୁ ଯାଞ୍ଚ କରିବ ସିବିଆଇ।

ସୁଶାନ୍ତଙ୍କ ମୃତ୍ୟୁକୁ ନେଇ ଅନେକ ପ୍ରଶ୍ନ ସିବିଆଇ ସାମ୍ନାରେ ଅଛି ଯାହାର ଉତ୍ତର ପ୍ରଥମେ ଖୋଜିବାକୁ ଚେଷ୍ଟା କରିବ। ତେବେ ସିବିଆଇ କେଉଁ ଦିଗରୁ ତଦନ୍ତ ଆରମ୍ଭ କରିବ ? କ’ଣ ପ୍ରଶ୍ନ ପଚାରିବ ତାହାକୁ ନେଇ ଅନେକ କଳ୍ପନା ଜଳ୍ପନା ଜାରି ରହିଛି। କେତେକ ସମ୍ଭାବ୍ୟ ପ୍ରଶ୍ନ ରହିଛି ଯାହାକୁ ନେଇ ତଦନ୍ତ ଆଗେଇପାରେ ସିବିଆଇ।

୧- ସୁଶାନ୍ତଙ୍କ ମୃତ୍ୟୁ ଆତ୍ମହତ୍ୟା ନା ହତ୍ୟା ?
୨- ଯଦି ଆତ୍ମହତ୍ୟା, ତେବେ ଏହାର କାରଣ କଣ ?
୩- ଯହି ହତ୍ୟା, ଏହା ପଛରେ କିଏ ?
୪- ସୁଶାନ୍ତଙ୍କ ମୃତ୍ୟୁରେ ରିୟା ଚକ୍ରବର୍ତ୍ତୀଙ୍କ ଭୂମିକା ଅଛି କି ?
୫- ସୁଶାନ୍ତଙ୍କ ମୃତ୍ୟୁରେ ଫିଲ୍ମ ଇଣ୍ଡଷ୍ଟ୍ରିର ଭୂମିକା କଣ ?
୬- ସୁଶାନ୍ତଙ୍କ ଟଙ୍କା ହେରଫେର କରାଯାଇଛି କି ?
୭- ଯଦି ହୋଇଛି ତେବେ, କିଏ କରିଛି ଏବଂ ଏହା ଦ୍ୱାରା କିଏ ଫାଇଦା ପାଇଛି ?

୮- ଦିଶା ସାଲିଆନ ଏବଂ ସୁଶାନ୍ତଙ୍କ ମୃତ୍ୟୁ ମଧ୍ୟରେ କଣ ରହିଛି ସଂପର୍କ ?
୯- ପୁରା ମାମଲାରେ ସୁଶାନ୍ତଙ୍କ ଷ୍ଟାଫଙ୍କ ଭୂମିକା କଣ ?
୧୦- ସୁଶାନ୍ତଙ୍କ ଅସୁସ୍ଥତା ନେଇ ସତ୍ୟତା କଣ ?
୧୧- ସୁଶାନ୍ତଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ କେତେ ସତ ?
୧୨- ପ୍ରତ୍ୟକ୍ଷଦର୍ଶୀଙ୍କ କଥା କେତେ ବିଶ୍ୱାସଯୋଗ୍ୟ ?
୧୩- ରିୟା ଓ ସୁଶାନ୍ତଙ୍କ ମଧ୍ୟରେ ଜୁନ୍ ୮ରେ କଣ ଘଟିଥିଲା ?
୧୪- ଜୁନ୍ ୧୩ ଓ ୧୪ର ପୁରା ଘଟଣା କଣ ?

ଆହୁରି ପଢ଼ନ୍ତୁ

ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ କରୋନାରେ ଆକ୍ରାନ୍ତ

ସୁଶାନ୍ତଙ୍କ ମୃତ୍ୟୁକୁ ନେଇ ଏମିତି ରିପୋର୍ଟ ଦେଲା ଦିଲ୍ଲୀ ଏମ୍ସର ଡାକ୍ତରୀ ଟିମ୍

ସୁଶାନ୍ତଙ୍କ ମୃତ୍ୟୁ ସହିତ ଡ୍ରଗ୍ସ କାରବାର ତଦନ୍ତର କୌଣସି ସମ୍ପର୍କ ନାହିଁ; NCB

ଆଉ ଜଣେ ଅଭିନେତାଙ୍କ ଆତ୍ମହତ୍ୟା !

କରୋନାରୁ ସୁସ୍ଥ ହେଲେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ

୫୪ ସିଟ୍ ପାଇଁ ଉପନିର୍ବାଚନ ତାରିଖ ଘୋଷଣା କଲେ ଇସି

୩୦ ବର୍ଷ ସେବା ଯୋଗାଇବା ପରେ ସତ୍ତା ହରାଇବ INS Viraat

ଗଣଦୁଷ୍କର୍ମ ପରେ ଜିଭ କାଟି ଦେଇଥିଲେ, ଡାକ୍ତରଖାନାରେ ଆଖି ବୁଜିଲେ ପୀଡିତା

କୃଷି ବିଲ୍‌ ବିରୋଧକୁ ନେଇ ପ୍ରଧାନମନ୍ତ୍ରୀଙ୍କ ପ୍ରତିକ୍ରିୟା, କହିଲେ ‘ଚାଷୀ ଯାହାକୁ ପୂଜା କରନ୍ତି, ସେଥିରେ ନିଆଁ ଲଗାଇଦେଲ !’

କରୋନା ପରେ ଚୀନ୍‌ରେ ବୁବୋନିକ ପ୍ଲେଗ ଆତଙ୍କ, ଜରୁରୀ ସ୍ଥିତି ଲାଗୁ କଲା ପ୍ରଶାସନ

ସୁଶାନ୍ତ ସିଂ ରାଜପୁତ୍‌ ମୃତ୍ୟୁ ମାମଲା; ଚୂଡ଼ାନ୍ତ ବ୍ୟବଚ୍ଛେଦ ଓ ଭିସେରା ରିପୋର୍ଟ ସିବିଆଇକୁ ଦେଲା ଏମ୍ସ

ଚୀନକୁ ଚେକ୍ ଦେବା ପାଇଁ LACରେ ଜଗିଛି ’ନିର୍ଭୟ’

You might also like