ଭାଇ ଭଉଣୀଙ୍କ ସର୍ମ୍ପକକୁ ଭାଙ୍ଗିବାକୁ ଚାହୁଁଥିଲେ ରିୟା

ନୂଆଦିଲ୍ଲୀ: ଅଭିନେତା ସୁଶାନ୍ତଙ୍କ ମୃତ୍ୟୁକୁ ନେଇ ତାଙ୍କ ପିତାଙ୍କ ଓକିଲ ବିକାଶ ସିଂ ରିୟା ଚକ୍ରବର୍ତ୍ତୀଙ୍କ ଉପରେ ସଙ୍ଗୀନ ଅଭିଯୋଗ କରିଥିଲେ। ଓକିଲ କହିଥିଲେ ରିୟା ସୁଶାନ୍ତଙ୍କୁ ତାଙ୍କ ପରିବାର ଠାରୁ ଅଲଗା ରଖିବାକୁ ଚାହୁଁଥିଲେ। ରିୟା ସୁଶାନ୍ତ ଓ ତାଙ୍କ ଭଉଣୀ ପ୍ରିୟଙ୍କାଙ୍କ ସହ ପ୍ରଥମ ସାକ୍ଷାତ ହେବାର ମାତ୍ର ଗୋଟିଏ ସପ୍ତାହ ପରେ ଦୁଇ ଭାଇଭଉଣୀଙ୍କ ମଧ୍ୟରେ ମତଭେଦ ସୃଷ୍ଟି କରିଥିଲେ। ଗତ ବର୍ଷ ଏପ୍ରିଲ ମାସରେ ରିୟା ଓ ସୁଶାନ୍ତଙ୍କର ପ୍ରଥମ ଦେଖା ହୋଇଥିଲା। ଏହି ସମୟରେ ସୁଶାନ୍ତଙ୍କ ଭଉଣୀ ପ୍ରିୟଙ୍କା ମଧ୍ୟ ମୁମ୍ୱାଇରେ ଉପସ୍ଥିତ ଥିଲେ। କିଛି ଦିନ ପରେ ଅର୍ଥାତ ରିୟା ଚକ୍ରବର୍ତ୍ତୀଙ୍କ ଉପସ୍ଥିତିରେ ସୁଶାନ୍ତ ତାଙ୍କ ଭଉଣୀ ପାଖକୁ ଏକ ଚିଠି ଲେଖିଥିଲେ। ସେହି ଚିଠିରେ ସୁଶାନ୍ତ ନିଜ ମନର କଥା ଲେଖିଥିବା ଜଣାପଡ଼ିଛି।


ସେହି ଚିଠିର ଆରମ୍ଭରୁ ଲେଖାଯାଇଥିଲା ଯେ ‘ମୋ ପ୍ରିୟ ସୋନାଚିଡ଼ିଆ। ମୋ ପ୍ରାଣଠୁ ଅଧିକ, ମୋର ଜ୍ଞାନର ଗଭୀରତା ଏବଂ ମୋ ମା’ଙ୍କ ପରି ମତେ ଭଲ ପାଇବା ଦେବା, ମୋର ଯାହା ନିଷ୍ପତ୍ତିରେ ସହଯୋଗ କରିବା, ତୁମେ ମୋର ମାର୍କର୍, ମୋର ସତ୍ୟ ଓ ତୁମେ ମୋର ଚିତ୍ତାକର୍ଷକ ଭଉଣୀ। ତୁମେ ମୋର ସବୁ କିଛି । ଆଉ ଶେଷ ଧାଡ଼ିରେ ସେ ଲେଖିଥିଲେ ପ୍ରେମ ଓ ସମ୍ମାନ ମଧ୍ୟରେ ତୁମର ଦ୍ୱନ୍ଦ୍ୱରେ ଥିବା ଭାଇ।’

NBT

ସୁଶାନ୍ତଙ୍କ ପରିବାର କହିଛନ୍ତି ଯେ ଏହି ଚିଠି ଯୋଗୁ ରିୟା ଭାଇ ଭଉଣୀଙ୍କ ମଧ୍ୟରେ ଥିବା ପବିତ୍ର ସମ୍ପର୍କକୁ ଖରାପ କରିବାକୁ ଚାହୁଁଥିଲେ। ପରେ ଭାଇ ଭଉଣୀଙ୍କ ସମ୍ପର୍କକୁ ଭାଙ୍ଗିବାରେ ରିୟା ମଧ୍ୟ ଏଥିରେ ସଫଳ ହୋଇଥିଲେ।

NBT

ନିକଟରେ ସୁଶାନ୍ତଙ୍କ ଅନ୍ୟ ଏକ ଭଉଣୀ ଶ୍ୱେତା ସିଂ କିର୍ତ୍ତୀ ମଧ୍ୟ ଏକ ଭିଡିଓ ପୋଷ୍ଟ କରିଥିଲେ। ଭିଡିଓଟି ସୁଶାନ୍ତଙ୍କର ଏକ ସାକ୍ଷାତକାର ଥିଲା। ସାକ୍ଷାତକାରରେ ତାଙ୍କୁ ପଚରାଗଲା ଯେ ସେ କାହାକୁ ବେଶି ବିଶ୍ୱାସ ଓ ଭଲ ପାଇଥାନ୍ତି। ତା’ ଉତ୍ତରରେ ସୁଶାନ୍ତ କହିଥିଲେ ଯେ ମୋ ଭଉଣୀ ପ୍ରିୟଙ୍କା। କଥା ଏଠି ‘’ପବିତ୍ର ସମ୍ପର୍କ’ର କଥା। ଯାହାକୁ ମୁଁ ବେଶି ଭଲ ପାଇଥାଏ।

 

ଆହୁରି ପଢ଼ନ୍ତୁ

ଗାଁ ଭିତରେ ଅଳିଆ ଫିଙ୍ଗିଥିବାରୁ କରନ୍‌ ଜୋହରଙ୍କୁ କ୍ଷମା ମାଗିବାକୁ କହିଲେ ଗୋଆ ସରକାର

ପ୍ରଧାନମନ୍ତ୍ରୀ ଦେଲେ ପ୍ରତିଶ୍ରୁତି-ସମସ୍ତଙ୍କୁ ଟିକା ମିଳିବ, କେହି ବାଦ୍‌ ପଡ଼ିବେନି

ଜୁଲାଇ ସୁଦ୍ଧା ୧୦କୋଟି ଲୋକଙ୍କୁ ମିଳିପାରିବ କରୋନା ଟିକା

କୁକୁର ବନ୍ଧା ଚେନ୍‌ରେ ପତ୍ନୀଙ୍କ ଗଳା ଚିପି ହତ୍ୟା କଲେ ସ୍ୱାମୀ, ୨ ମାସ ତଳେ ହୋଇଥିଲା ଲଭ୍‌ ମ୍ୟାରେଜ୍

‘ମୁଁ ଦୁଷ୍କର୍ମର ଶିକାର ହୋଇଥାନ୍ତି, ମୋତେ ମାରି ଦିଆଯାଇ ଥାନ୍ତା’

କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କୁ କରୋନା

ବିହାର ଇଲେକ୍ସନ ପ୍ରଚାର; କାହାକୁ ଜଙ୍ଗଲ୍ ରାଜ୍‌ର ଯୁବରାଜ କହିଲେ ମୋଦି ?

କରୋନା ସଂକ୍ରମିତ ବ୍ୟକ୍ତିଙ୍କ ମସ୍ତିଷ୍କକୁ ପ୍ରଭାବିତ କରୁଛି ଭୂତାଣୁ !

ଅନ୍ତର୍ଜାତୀୟ ବିମାନ ଉଡ଼ାଣ କଟକଣା ବଢ଼ିଲା

ନିକିତା ତୋମାର ମର୍ଡର କେଶ୍‌କୁ ନେଇ ରାଜନୀତି କରାଯାଉଥିବା ଅଭିଯୋଗ

ଭୁଲ୍‌ ପାଇଁ ଟ୍ୱିଟରକୁ ଲିଖିତ ଉତ୍ତର ମାଗିଲା ସଂଯୁକ୍ତ ସଂସଦୀୟ କମିଟି

ଏନଡିଏ ଯାହା କହେ, ତାହା କରେ-ପ୍ରଧାନମନ୍ତ୍ରୀ

You might also like