ସଂସଦରେ ଉଠିଲା ସୁଶାନ୍ତ ସିଂହ ମୃତ୍ୟୁ ଘଟଣା: ମିଡିଆ କଭରେଜ ଉପରେ ସରକାର ନିର୍ଦ୍ଦେଶାବଳୀ ଜାରି ପାଇଁ ଦାବି

ନୂଆଦିଲ୍ଲୀ: ତୃଣମୂଳ କଂଗ୍ରେସ ସାଂସଦ ପ୍ରତିମା ମଣ୍ଡଳ ବୁଧବାର ଅଭିନେତା ସୁଶାନ୍ତ ସିଂହ ରାଜପୁତ୍‌ ଘଟଣାରେ ହେଉଥିବା ମିଡିଆ କଭରେଜ୍‌କୁ ଉଦ୍ଧୃତ କରି ଲୋକସଭାରେ କହିଛନ୍ତି, ଏପରି ଏକ ସମ୍ବେଦିନଶୀଳ ମାମଲା ଉପରେ ସରକାର ନିର୍ଦ୍ଦେଶାବଳୀ ଜାରି କରିବା ଉଚିତ୍‌ । ଗୃହରେ ଶୂନ୍ୟକାଳରେ ସେ କହିଛନ୍ତି, ସୁଶାନ୍ତ ସିଂହ ରାଜପୁତ୍‌ଙ୍କ ଦୁଃଖଦ ମୃତ୍ୟୁ ପରେ ବିଭିନ୍ନ ପ୍ରକାରର ଫଟୋ ଦେଖିବାକୁ ମିଳୁଛି ଏବଂ ବିଭିନ୍ନ ପ୍ରକାର କଥା ମିଡିଆରେ ଶୁଣିବାକୁ ମିଳୁଛି ।

ପ୍ରତିମା କହିଛନ୍ତି, ଆତ୍ମହତ୍ୟା ପରି ଏକ ସମ୍ବେଦନଶୀଳ ମାମଲାରେ ରିପୋର୍ଟିଂକୁ ନେଇ ସରକାର ଦିଶା ନିର୍ଦ୍ଦେଶ ଜାରି କରିବା ଉଚିତ୍‌ । କଂଗ୍ରେସର ଡାକ୍ତର ଅମର ସିଂ କେନ୍ଦ୍ର ସରକାରଙ୍କ କୃଷି ସମ୍ବନ୍ଧିତ ଅଧ୍ୟାଦେଶକୁ ବିରୋଧ କରି ପଞ୍ଜାବରେ କୃଷକମାନେ ଆନ୍ଦୋଳନକୁ ଓହ୍ଲାଇଥିବା ପ୍ରସଙ୍ଗକୁ ଉପସ୍ଥାପନା କରିଥିଲେ । ସରକାର ଏ ପ୍ରସଙ୍ଗରେ ଆଲୋଚନା କରି କୃଷକଙ୍କୁ ଭରସା କରିବା ଉଚିତ୍ ।
ଅନ୍ୟପକ୍ଷେ ଶିବସେନାର ଭାବନା ଗ:ଲି ମରାଠା ସମୁଦାୟଙ୍କ ସଂରକ୍ଷଣ ପ୍ରସଙ୍ଗ ଉଠାଇଥିଲେ । ତୃଣମୂଳ କଂଗ୍ରେସର ନୁସରତ ଜହାଁ କହିଥିଲେ, କରୋନା ଭାଇରସ ମହାମାରୀ କାରଣରୁ ସମସ୍ୟାର ସମ୍ମୁଖୀନ ହେଉଥିବା ମନୋରଞ୍ଜନ ଉଦ୍ୟୋଗକୁ ସରକାର ସହାୟତା ଯୋଗାଇ ଦେବା ଉଚିତ୍‌ ।

ଆହୁରି ପଢ଼ନ୍ତୁ

ସୁଶାନ୍ତଙ୍କ ମୃତ୍ୟୁ ସହିତ ଡ୍ରଗ୍ସ କାରବାର ତଦନ୍ତର କୌଣସି ସମ୍ପର୍କ ନାହିଁ; NCB

ଆଉ ଜଣେ ଅଭିନେତାଙ୍କ ଆତ୍ମହତ୍ୟା !

କରୋନାରୁ ସୁସ୍ଥ ହେଲେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ

୫୪ ସିଟ୍ ପାଇଁ ଉପନିର୍ବାଚନ ତାରିଖ ଘୋଷଣା କଲେ ଇସି

୩୦ ବର୍ଷ ସେବା ଯୋଗାଇବା ପରେ ସତ୍ତା ହରାଇବ INS Viraat

ଗଣଦୁଷ୍କର୍ମ ପରେ ଜିଭ କାଟି ଦେଇଥିଲେ, ଡାକ୍ତରଖାନାରେ ଆଖି ବୁଜିଲେ ପୀଡିତା

କୃଷି ବିଲ୍‌ ବିରୋଧକୁ ନେଇ ପ୍ରଧାନମନ୍ତ୍ରୀଙ୍କ ପ୍ରତିକ୍ରିୟା, କହିଲେ ‘ଚାଷୀ ଯାହାକୁ ପୂଜା କରନ୍ତି, ସେଥିରେ ନିଆଁ ଲଗାଇଦେଲ !’

କରୋନା ପରେ ଚୀନ୍‌ରେ ବୁବୋନିକ ପ୍ଲେଗ ଆତଙ୍କ, ଜରୁରୀ ସ୍ଥିତି ଲାଗୁ କଲା ପ୍ରଶାସନ

ସୁଶାନ୍ତ ସିଂ ରାଜପୁତ୍‌ ମୃତ୍ୟୁ ମାମଲା; ଚୂଡ଼ାନ୍ତ ବ୍ୟବଚ୍ଛେଦ ଓ ଭିସେରା ରିପୋର୍ଟ ସିବିଆଇକୁ ଦେଲା ଏମ୍ସ

ଚୀନକୁ ଚେକ୍ ଦେବା ପାଇଁ LACରେ ଜଗିଛି ’ନିର୍ଭୟ’

ହର୍ଡ ଇମ୍ୟୁନିଟିଠୁ ବହୁ ଦୂରରେ ଭାରତ: ହର୍ଷବର୍ଦ୍ଧନ

NCB ରାଡାର୍‌ରେ ବଲିଉଡର୍ ୨୦ରୁ ଅଧିକ ଆଗଧାଡ଼ିର କଳାକାର

You might also like