ନାଁ ନ ନେଇ ପାକିସ୍ତାନକୁ କଡ଼ା ସମାଲୋଚନା କଲେ ସୁଷମା

ଆବୁଧାବିରେ ଓଆଇସି ସମ୍ମିଳନୀରେ ଯୋଗ ଦେଲା ଭାରତ

ଆବୁଧାବି :  ଆବୁଧାବିରେ ଅର୍ଗାନାଇଜେସନ ଅଫ୍‌ ଇସ୍‌ଲାମିକ କୋପରେସନ ( ଓଆଇସି) ପକ୍ଷରୁ ଆୟୋଜିତ ବୈଦେଶିକ ମନ୍ତ୍ରୀଙ୍କ ସମ୍ମିଳନୀରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜ ଆତଙ୍କବାଦ ବିରୁଦ୍ଧରେ ଲଢିବାକୁ ସମସ୍ତ ସହଯୋଗୀ ରାଷ୍ଟ୍ରଙ୍କୁ ଆହ୍ୱାନ ଦେଇଛନ୍ତି। ପାକିସ୍ତାନର ନାଁ ନ ନେଇ ସେ ଏହାକୁ କଡ଼ା ସମାଲୋଚନା କରିଛନ୍ତି। ପୁଲଓ୍ୱାମା ଆକ୍ରମଣ ପରେ ଭାରତୀୟ ବାୟୁସେନାର ଜବାବ ଘଟଣାକୁ ପରୋକ୍ଷରେ ଉପସ୍ଥାପନ କରିଛନ୍ତି ସୁଷମା।

ସୁଷମାଙ୍କ ଯୋଗଦାନ ଖବର ପାଇବା ପରେ ୟୁଏଇର ଆବୁଧାବିରେ ଚାଲିଥିବା ଇସଲାମୀୟ ରାଷ୍ଟ୍ର ସମୂହ OIC ସମାବେଶରେ ଯୋଗ ଦେଇନି ଏହାର ପ୍ରତିଷ୍ଠାତା ସଦସ୍ୟ ପାକିସ୍ତାନ। ଶେଷ ମୁହୂର୍ତ୍ତରେ ଓହରିଥିବାରୁ ସମ୍ମିଳନୀରେ ପାକିସ୍ତାନ ପାଇଁ ପଡ଼ିଥିବା ଚେୟାର ଖାଲି ପଡ଼ିଥିଲା। ପ୍ରଥମ ଥର ଲାଗି ଭାରତ ଓଆଇସି ବୈଠକରେ ସମ୍ମାନନୀୟ ଅତିଥି ଭାବେ ଯୋଗ ଦେଇଛି।  ଏହାର ପ୍ରତିଷ୍ଠାତା ସଦସ୍ୟ ହିସାବରେ ପାକିସ୍ତାନ ଭାରତର ଉପସ୍ଥିତି ଉପରେ ରୋକ୍‌ ଲଗାଇବାକୁ ଚେଷ୍ଟା କରି ମଧ୍ୟ ସଫଳ ହୋଇ ନାହିଁ।  ଆତଙ୍କବାଦ କେବଳ ଜନଜୀବନ ନଷ୍ଟ କରୁନାହିଁ, ଆଞ୍ଚଳିକ ସଦଭାବନା ମଧ୍ୟ ନଷ୍ଟ କରୁଛି ବୋଲି ସୁଷମା ବୈଠକରେ ଯୋଗ ଦେଇ କହିଛନ୍ତି ।

ଦିନକୁ ଦିନ ଆତଙ୍କବାଦୀଙ୍କ ସଂଖ୍ୟା ବଢ଼ିବା ସହ ମୃତକଙ୍କ ସଂଖ୍ୟା ମଧ୍ୟ ବଢ଼ି ଚାଲିଛି। ଏଣୁ ଏହାର ମୁକାବିଲା ଲାଗି ସମସ୍ତେ ଏକ ହେବାର ସମୟ ଆସିଛି ବୋଲି ସେ କହିଛନ୍ତି। ଆତଙ୍କବାଦ ବିରୋଧରେ ଲଢ଼େଇ କୌଣସି ଦେଶ କିମ୍ବା ଧର୍ମ ବିରୋଧରେ ଲଢ଼େଇ ନୁହେଁ ବୋଲି ସୁଷମା ଜୋର ଦେଇ କହିଛନ୍ତି ।

ଆହୁରି ପଢ଼ନ୍ତୁ

ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ କରୋନାରେ ଆକ୍ରାନ୍ତ

ସୁଶାନ୍ତଙ୍କ ମୃତ୍ୟୁକୁ ନେଇ ଏମିତି ରିପୋର୍ଟ ଦେଲା ଦିଲ୍ଲୀ ଏମ୍ସର ଡାକ୍ତରୀ ଟିମ୍

ସୁଶାନ୍ତଙ୍କ ମୃତ୍ୟୁ ସହିତ ଡ୍ରଗ୍ସ କାରବାର ତଦନ୍ତର କୌଣସି ସମ୍ପର୍କ ନାହିଁ; NCB

ଆଉ ଜଣେ ଅଭିନେତାଙ୍କ ଆତ୍ମହତ୍ୟା !

କରୋନାରୁ ସୁସ୍ଥ ହେଲେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ

୫୪ ସିଟ୍ ପାଇଁ ଉପନିର୍ବାଚନ ତାରିଖ ଘୋଷଣା କଲେ ଇସି

୩୦ ବର୍ଷ ସେବା ଯୋଗାଇବା ପରେ ସତ୍ତା ହରାଇବ INS Viraat

ଗଣଦୁଷ୍କର୍ମ ପରେ ଜିଭ କାଟି ଦେଇଥିଲେ, ଡାକ୍ତରଖାନାରେ ଆଖି ବୁଜିଲେ ପୀଡିତା

କୃଷି ବିଲ୍‌ ବିରୋଧକୁ ନେଇ ପ୍ରଧାନମନ୍ତ୍ରୀଙ୍କ ପ୍ରତିକ୍ରିୟା, କହିଲେ ‘ଚାଷୀ ଯାହାକୁ ପୂଜା କରନ୍ତି, ସେଥିରେ ନିଆଁ ଲଗାଇଦେଲ !’

କରୋନା ପରେ ଚୀନ୍‌ରେ ବୁବୋନିକ ପ୍ଲେଗ ଆତଙ୍କ, ଜରୁରୀ ସ୍ଥିତି ଲାଗୁ କଲା ପ୍ରଶାସନ

ସୁଶାନ୍ତ ସିଂ ରାଜପୁତ୍‌ ମୃତ୍ୟୁ ମାମଲା; ଚୂଡ଼ାନ୍ତ ବ୍ୟବଚ୍ଛେଦ ଓ ଭିସେରା ରିପୋର୍ଟ ସିବିଆଇକୁ ଦେଲା ଏମ୍ସ

ଚୀନକୁ ଚେକ୍ ଦେବା ପାଇଁ LACରେ ଜଗିଛି ’ନିର୍ଭୟ’

You might also like