CBI ସ୍କାନରରେ ସୁଶାନ୍ତଙ୍କ କେୟାରଟେକର, ଦେଇଛନ୍ତି ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ

ମୁମ୍ବଇ(ସୁରେଶ ଦାଶ):ସୁଶାନ୍ତ ସିଂହ ମୃତ୍ୟୁର ତଦନ୍ତ ଭାର CBI ହାତକୁ ନେବା ପରେ ବର୍ତ୍ତମାନ ସୁଦ୍ଧା ୭ ଜଣଙ୍କୁ ଜେରା ସରିଲାଣି। ତେବେ ଏମାନଙ୍କ ମଧ୍ୟରୁ ସୁଶାନ୍ତଙ୍କ କେୟାରଟେକର ଦୀପେଶ ସାୱନ୍ତ ଉପରେ CBI ଅଧିକ ଗୁରୁତ୍ୱପୂଣ୍ଣ ବୋଲି କୁହାଯାଉଛି। ବିଶ୍ୱାସ କରାଯାଉଛି ଦୀପେଶ CBIକୁ ଠିକ୍‌ ଦିଗ ଦେଖାଇ ପାରିବେ। ସେଥିପାଇଁ CBI ତାଙ୍କୁ ସରକାରୀ ସାକ୍ଷୀ କରିପାରେ।

ସୁଶାନ୍ତଙ୍କ ଘର କେୟାରଟେକର ଦୀପେଶ  ସିବିଆଇ ପାଇଁ ବେଶ ମହତ୍ୱପୂର୍ଣ୍ଣ। ତେଣୁ ଦୀପେଶଙ୍କୁ ଡିଆରଡିଓ ଗେଷ୍ଟ ହାଉସରେ  ସିବିଆଇ ନଜରରେ ରଖାଯାଇଛି। ତାଙ୍କୁ ବାହାରକୁ ଛଡାଯାଉନି।

କୁହାଯାଉଛି, ସୁଶାନ୍ତଙ୍କ ଫ୍ଲାଟରେ ରହୁଥିବା ତାଙ୍କର ସାଙ୍ଗ ସିଦ୍ଧାର୍ଥ ପଠାନି ଏବଂ ଦୀପେଶ ସାୱନ୍ତ ବୁଧବାର ସିବିଆଇକୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଦେଇଛନ୍ତି। ସେମାନଙ୍କ କହିବା ଅନୁଯାୟୀ, ଜୁନ୍ ୮ ତାରିଖ ରିଆ ଏବଂ ସୁଶାନ୍ତଙ୍କ ସହ ଦୀପେଶ ଏବଂ ସିଦ୍ଧାର୍ଥଙ୍କର ଖୁବ୍ ଯୁକ୍ତିତର୍କ ହୋଇଥିଲା। ଏହା ପରେ ରୟା ୮ଟି ହାର୍ଡ ଡ୍ରାଇଭ ନଷ୍ଟ କରି ଦେଇଥିଲେ ଏବଂ ତା‘ ପରେ ଘର ଛାଡ଼ି ଦେଇଥିଲେ।

ସିବିଆଇ ଯାଞ୍ଚ ପୂର୍ବରୁ ପ୍ରଥମେ ମୁମ୍ବଇ ପୋଲିସ ଦୀପେଶକୁ ୩ ଥର ଏବଂ ଇଡି ଦୁଇ ଥର ପଚରାଉଚରା କରିସାରିଛି। ଏବେ ସିବିଆଇ ସ୍କାନରରେ ଅଛନ୍ତି ଦୀପେଶ। ସିବିଆଇ ତାଙ୍କୁ ଅଗଷ୍ଟ ୨୧ରେ ୭ ଘଣ୍ଟା, ୨୨ ଅଗଷ୍ଟରେ ୧୦ ଘଣ୍ଟା, ୨୩ ଅଗଷ୍ଟରେ ୯ ଘଣ୍ଟା, ୨୪ ଅଗଷ୍ଟରେ ୯ ଘଣ୍ଟା, ୨୫ ଅଗଷ୍ଟରେ ୮ ଘଣ୍ଟା, ୨୬ ଅଗଷ୍ଟରେ ୧୦ ଘଣ୍ଟା ଜେରା କରିଛି। ଗୁରୁବାର ମଧ୍ୟ ଦୀପେଶଙ୍କୁ ଜେରା କରାଯାଇଥିଲା।

ସୁଶାନ୍ତଙ୍କ ମୃତ୍ୟୁ ସମୟରେ ଦୀପେଶ ତାଙ୍କ ଫ୍ଲାଟରେ ଥିଲେ। ତେଣୁ ତାଙ୍କୁ ସରି ୱିଟନେଶ କରିବା ପାଇଁ ଯୋଜନା ଚାଲିଛି। ଯଦି ତାହା ହୁଏ ତେବେ ୧୪ ଜୁନ୍‌ରେ କ’ଣ ସବୁ ହୋଇଥିଲା ତାହାର  ପୂରା କାହାଣୀ ସେ କହିପାରିବେ।

ସୁଶାନ୍ତ ପାଇଁ କେୟାରଟେକର ଭାବ କାମ କରୁଥିବ ଦୀପେଶ ସାୱନ୍ତ ଫଟୋଗ୍ରାଫି  ଏବଂ ଭିଡିଓଗ୍ରାଫି କ୍ଷେତ୍ରରେ କାମ କରିବାକୁ ଚାହୁଁଥିଲେ। କୁହାଯାଉଛି, ଦୀପେଶଙ୍କୁ ରିୟା ହିଁ ସୁଶାନ୍ତଙ୍କ ଫ୍ଲାଟରେ ରଖାଇଥିଲେ। ତେବେ ରିୟା ଏହାକୁ ଖଣ୍ଡନ କରିଛନ୍ତି। ଯାହା ବି ହେଉ, ସୁଶାନ୍ତଙ୍କ ମୃତ୍ୟୁ ବେଳକୁ ଦୀପେଶ ଫ୍ଲାଟରେ ଥିଲେ। ତେବେ ସୁଶାନ୍ତଙ୍କ ମୃତ୍ୟୁ ପରେ ଅନେକ ଦିନ ଧରି ସେ ନିଖୋଜ ହୋଇ ଯାଇଥିଲେ। ତାଙ୍କୁ ମଧ୍ୟ ଇଡି ତଲବ କରିଥିଲା।

 

ଆହୁରି ପଢ଼ନ୍ତୁ

ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ କରୋନାରେ ଆକ୍ରାନ୍ତ

ସୁଶାନ୍ତଙ୍କ ମୃତ୍ୟୁକୁ ନେଇ ଏମିତି ରିପୋର୍ଟ ଦେଲା ଦିଲ୍ଲୀ ଏମ୍ସର ଡାକ୍ତରୀ ଟିମ୍

ସୁଶାନ୍ତଙ୍କ ମୃତ୍ୟୁ ସହିତ ଡ୍ରଗ୍ସ କାରବାର ତଦନ୍ତର କୌଣସି ସମ୍ପର୍କ ନାହିଁ; NCB

ଆଉ ଜଣେ ଅଭିନେତାଙ୍କ ଆତ୍ମହତ୍ୟା !

କରୋନାରୁ ସୁସ୍ଥ ହେଲେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ

୫୪ ସିଟ୍ ପାଇଁ ଉପନିର୍ବାଚନ ତାରିଖ ଘୋଷଣା କଲେ ଇସି

୩୦ ବର୍ଷ ସେବା ଯୋଗାଇବା ପରେ ସତ୍ତା ହରାଇବ INS Viraat

ଗଣଦୁଷ୍କର୍ମ ପରେ ଜିଭ କାଟି ଦେଇଥିଲେ, ଡାକ୍ତରଖାନାରେ ଆଖି ବୁଜିଲେ ପୀଡିତା

କୃଷି ବିଲ୍‌ ବିରୋଧକୁ ନେଇ ପ୍ରଧାନମନ୍ତ୍ରୀଙ୍କ ପ୍ରତିକ୍ରିୟା, କହିଲେ ‘ଚାଷୀ ଯାହାକୁ ପୂଜା କରନ୍ତି, ସେଥିରେ ନିଆଁ ଲଗାଇଦେଲ !’

କରୋନା ପରେ ଚୀନ୍‌ରେ ବୁବୋନିକ ପ୍ଲେଗ ଆତଙ୍କ, ଜରୁରୀ ସ୍ଥିତି ଲାଗୁ କଲା ପ୍ରଶାସନ

ସୁଶାନ୍ତ ସିଂ ରାଜପୁତ୍‌ ମୃତ୍ୟୁ ମାମଲା; ଚୂଡ଼ାନ୍ତ ବ୍ୟବଚ୍ଛେଦ ଓ ଭିସେରା ରିପୋର୍ଟ ସିବିଆଇକୁ ଦେଲା ଏମ୍ସ

ଚୀନକୁ ଚେକ୍ ଦେବା ପାଇଁ LACରେ ଜଗିଛି ’ନିର୍ଭୟ’

You might also like