ବିଶିଷ୍ଟ ଅର୍ଥନୀତି ବିଷାରଦ ସୁରଜିତ ଭାଲାଙ୍କ ଇସ୍ତଫା

ଆର୍ଥିକ ନୀତିକୁ ଝଟକା

ନୂଆଦିଲ୍ଲୀ  : ବିଶିଷ୍ଟ ଅର୍ଥନୈତିଜ୍ଞ ତଥା ସ୍ତମ୍ଭକାର ସୁରଜିତ ଭାଲା ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ପରାମର୍ଶଦାତା ପରିଷଦରୁ ଇସ୍ତଫା ଦେଇଛନ୍ତି। ଅନ୍ୟଏକ ସଂସ୍ଥାରେ ଯୋଗ ଦେଇଥିବାରୁ ସେ ଇସ୍ତଫା ଦେଇଥିବା ସୋଶାଲ ମିଡିଆରେ ସୂଚନା ଦେଇଛନ୍ତି।

ସୁରଜିତ୍ ଅସ୍ଥାୟୀ ଭାବେ ପରାମର୍ଶଦାତା ପରିଷଦର ସଦସ୍ୟ ଥିଲେ। ନୀତି ଆୟୋଗର ସଦସ୍ୟ ଥିବା ବିବେକ ଓବେରାୟ ଅର୍ଥନୈତିକ ପରାମର୍ଶଦାତା ପରିଷଦର ଅଧ୍ୟକ୍ଷ ଥିବା ବେଳେ ରଥିନ ରାୟ, ଅସୀମା ଗୋୟଲ, ଶମିକା ରବି ଅସ୍ଥାୟୀ ସଦସ୍ୟ ରହିଛନ୍ତି। ଗତକାଲି ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଉର୍ଜିତ ପଟେଲ ତାଙ୍କ ପଦରୁ ଅଚାନକ ଇସ୍ତଫା ଦେଇଥିଲେ।

 

You might also like