ପାକିସ୍ତାନ ଉପରେ ପୁଣି ହେବ ସର୍ଜିକାଲ ଷ୍ଟ୍ରାଇକ୍?

କୌଣସି ସମୟରେ ପାକିସ୍ତାନ ଉପରେ ଭାରତ ପୁଣି କରିପାରେ ସର୍ଜିକାଲ୍ ଷ୍ଟ୍ରାଇକ୍

ନୂଆଦିଲ୍ଲୀ: କୌଣସି ସମୟରେ ପାକିସ୍ତାନ ଉପରେ ଭାରତ ପୁଣି କରିପାରେ ସର୍ଜିକାଲ୍ ଷ୍ଟ୍ରାଇକ୍। ତେଣୁ ଡରି ଡରି ବଞ୍ଚୁଛି ପାକିସ୍ତାନ। ୟୁଏଇ ଗସ୍ତରେ ଥିବା ପାକ୍ ବୈଦେଶିକ ମନ୍ତ୍ରୀ ଶାହା ମେହମୁଦ କ୍ୟୁରେସି ଏଭଳି ଶଙ୍କା ବ୍ୟକ୍ତ କରିଛନ୍ତି। ଏମିତିକି ସର୍ଜିକାଲ୍ ଷ୍ଟ୍ରାଇକ୍ ପାଇଁ ଭାରତ ନିଜ ଘନିଷ୍ଠ ସହଯୋଗୀଙ୍କଠାରୁ ଅନୁମୋଦନ ନେବାକୁ ବି ଚେଷ୍ଟା ଜାରି ରଖିଥିବା ନେଇ ତାଙ୍କ ପାଖରେ ପକ୍କା ଗୁଇନ୍ଦା ସୂଚନା ରହିଥିବା ସେ କହିଛନ୍ତି। ତାସହ ଆହୁରି ମଧ୍ୟ ଅଭିଯୋଗ ଆଣିଛନ୍ତି- ନିଜ ଦେଶ ଭିତରେ ମୁଣ୍ଡ ଟେକିଥିବା ଆଭ୍ୟନ୍ତରୀଣ ଅଶାନ୍ତି ପ୍ରସଙ୍ଗରୁ ନଜର ହଟାଇବାକୁ ଭାରତ ସର୍ଜିକାଲ୍ ଷ୍ଟ୍ରାଇକ୍ ଯୋଜନାରେ ରହିଛି।

ତେବେ ଏହାର ଜବାବ ଦେବାକୁ ପାକ୍ ସେନା ହାଇ ଆଲର୍ଟରେ ରହିଛି। କିନ୍ତୁ ପାକିସ୍ତାନରେ ଅସ୍ଥିରତା ସୃଷ୍ଟି କରିବାକୁ ଭାରତ ଯେଉଁ ଉଦ୍ୟମ ଚଳାଇଛି ସେଥିରୁ ନିବୃତ ରହିବାକୁ ବିଶ୍ୱ ସମୁଦାୟ ଆଗେଇ ଆସିବା ଦରକାର ବୋଲି କହିଛନ୍ତି କ୍ୟୁରେସି। ତେବେ ଉରି ଆତଙ୍କବାଦୀ ଆକ୍ରମଣ ପରେ ୨୦୧୬ରେ ପିଓକେରେ ରାତି ଅଧିଆ ସର୍ଜିକାଲ ଷ୍ଟ୍ରାଇକ୍ କରିଥିଲା ଭାରତ। ଗତବର୍ଷ ପୁଲଓ୍ୱାମା ଆକ୍ରମଣ ପରେ ବି ବାଲାକୋଟ୍ ଅପରେସନ କରିଥିଲା ଭାରତୀୟ ସେନା।

You might also like