୨୯ ତାରିଖରେ ପାଳନ ହେବ ସର୍ଜିକାଲ୍ ଷ୍ଟ୍ରାଇକ୍ ଡେ’

ନୁଆଦିଲ୍ଲୀ: ଆସନ୍ତା ୨୯ ତାରିଖ ପାଳନ ହେବ ସର୍ଜିକାଲ୍ ଷ୍ଟ୍ରାଇକ୍ ଡେ। ଦେଶର ସମସ୍ତ ବିଶ୍ୱବିଦ୍ୟାଳୟରେ ଏହାକୁ ନେଇ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ-UGC ସ୍ୱତନ୍ତ୍ର କାର୍ଯ୍ୟକ୍ରମ ପ୍ରସ୍ତୁତି କରିଛି। ଭାରତୀୟ ସେନାର ସବୁଠୁ ବଡ଼ ସଫଳତାକୁ ଏହି ଅବସରରେ ପାଳନ କରିବାକୁ ଯୋଜନା ହୋଇଛି। ଏନେଇ ୟୁଜିସି ପକ୍ଷରୁ ସମସ୍ତ ବିଶ୍ୱବିଦ୍ୟାଳୟକୁ ଚିଠି ଜାରି କରାଯାଇଛି।

ସର୍ଜିକାଲ୍ ଷ୍ଟ୍ରାଇକ୍ ବେଳେ ଭାରତୀୟ ଯବାନଙ୍କ ବୀରତ୍ୱକୁ ମନେ ପକାଇବା ସହ ବିଶେଷ ଭାବେ ପ୍ରସ୍ତୁତ ପ୍ୟାରେଡ୍ ମଧ୍ୟ ଏହି ଅବସରରେ ଆୟୋଜନ କରିବାକୁ ଚିଠିରେ ଉଲ୍ଲେଖ ହୋଇଛି। ଏନ୍‌ସିସି କମାଣ୍ଡରଙ୍କୁ ଏନେଇ ଦାୟିତ୍ୱ ଦେବାକୁ ନିର୍ଦ୍ଦେଶ ହୋଇଛି। ଏହାସହ ବିଶ୍ୱବିଦ୍ୟାଳୟ ଚାହିଁଲେ ଏସମ୍ପର୍କିତ ପ୍ରଦର୍ଶନୀ ମଧ୍ୟ ଆୟୋଜନ କରିପାରିବ ବୋଲି କୁହାଯାଇଛି।

ତେବେ ୟୁଜିସିର ଏପରି ନିର୍ଦ୍ଦେଶକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। କାହିଁକି ସର୍ଜିକାଲ୍ ଷ୍ଟ୍ରାଇକ୍‌ ଦିବସ ପାଳନ କରାଯିବ ତାକୁ ନେଇ ଉଠିଛି ପ୍ରଶ୍ନ। ୨୯ ସେପ୍ଟେମ୍ବର ୨୦୧୬ରେ ଭାରତୀୟ ସେନା ଆତଙ୍କୀଙ୍କ ଠିକଣାକୁ ଧ୍ୱଂସ କରିଥିଲା। କୁହାଯାଉଛି ଯେ, ସେନାର ଏହା ସବୁଠୁ ବଡ଼ ଅପରେସନ୍।

You might also like