ମିଠା କେଜି ୯ ହଜାର

ସୁରତ: ବର୍ତ୍ତମାନ ସାରା ଦେଶରେ ପାର୍ବଣ ଋତୁ ଚାଲିଛି। ଆଗକୁ ଆସୁଥିବା ଦୀପାବଳୀ ପାଇଁ ଏବେ ଲେକମାନେ ସଜବାଜ ହେଲେଣି। ଏଥିସହ ମିଠାର ମଧ୍ୟ ଚାହିଦା ବଢ଼ିଛି।

ଗୁଜୁରାଟ ସୁରତର ଏକ ଦୋକାନରେ ସ୍ଥାନୀୟ ଅଞ୍ଚଳର ଦାମୀ ମିଠାର ବିକ୍ରି ଅଧିକ ମାତ୍ରାରେ ହେଉଛି। ଯାହାର କେଜି ପ୍ରତି ଦାମ୍‌ ୯ ହଜାର ରହିଛି। ଆଶ୍ଚର୍ଯ୍ୟ ହୋଇଗଲେ କି! ହଁ ଆପଣ ଠିକ୍‌ ପଢ଼ିଛନ୍ତି।

ବାସ୍ତବରେ ଏହି ମିଠାର ନାମ ସୁନା ଘାରୀ। ଏହା ସୁରଟର ଏକ ସ୍ଥାନୀୟ ମିଠା। ମସୁର, ଘି ଏବଂ ଶୁଖିଲା ଫଳ ମିଶାଇ ଏହା ପ୍ରସ୍ତୁତ କରାଯାଏ। ସେଓ, ଗାଣ୍ଠିଆ, ଗୁଣ୍ଡ ପୋହେ, ବୁନ୍ଦି ଏବଂ ପାପଡ଼ର ମିଶ୍ରଣରେ ପ୍ରସ୍ତୁତ ଏକ ଖାଦ୍ୟ ପଦାର୍ଥ ସହିତ ଏହା ପରିବେଷଣ କରାଯାଏ।

ଏଏନ୍‌ଆଇ ନାମକ ଖବର ସରବରାହ ସଂସ୍ଥା ଏହି ଦୋକାନରେ ମିଳୁଥିବା ସୁନେଲି ରଙ୍ଗର ମିଠାର ଚିତ୍ରକୁ ସେୟାର କରିଛି। ଯାହାକି ଲୋକଙ୍କୁ ଆକର୍ଷିତ କରୁଛି।

You might also like