• translate
Prangyan Parimita
  • ଭଡ଼ାରେ ନେଇ ଲୁଟ୍ କରୁଥିଲେ କାର୍
  • ରେଣ୍ଟ କାର୍ ଫ୍ରଡର ପର୍ଦ୍ଦାଫାସ
  • ୨୫ ଦିନରେ ୨୦୦ କାର ଜବତ
  • ସୁରତ ପୋଲିସର ଅର୍ଥନୈତିକ ଅପରାଧ ଶାଖା ଓ ଏସ୍ଓଜି ଟିମକୁ ସଫଳତା

ସୁରତ  (ଶୈଳେଶ ଚମ୍ପାନେରିଆ) : ସୁରତରେ ଗାଡ଼ି ଭଡ଼ାରେ ନେଇ ବିକ୍ରି କରି ଦେଉଥିବା ଏକ ବଡ଼ ରାକେଟର ପର୍ଦ୍ଦାଫାସ କରିଛି ପୋଲିସ୍ । ପ୍ରାୟ ୨୦୦ କାରକୁ ଜବତ କରାଯାଇ ସେଥିରୁ ୨୨ଟି କାରକୁ ସେମାନଙ୍କ ପ୍ରକୃତ ମାଲିକଙ୍କୁ ଫେରସ୍ତ କରାଯାଇଛି । ସୁରତ ପୋଲିସର ଅର୍ଥନୈତିକ ଅପରାଧ ଶାଖା ଓ ଏସ୍ଓଜି ଟିମ୍ ମାତ୍ର ୨୫ ଦିନରେ ୪ କୋଟି ୫୦ ଲକ୍ଷ ଟଙ୍କାର ୨୦୦ ଗାଡ଼ି ଜବତ କରିବା ସହ ଏକ ବଡ଼ ସଫଳତା ପାଇଛି । ଗାଡ଼ି ଗୁଡ଼ିକୁ ଟି.ଜି ସୋଲର୍ କମ୍ପାନୀ ନାଁରେ ଭଡ଼ାରେ ନେଇ ସେଗୁଡ଼ିକୁ ବିକ୍ରି କରି ଦିଆଯାଉଥିଲା  ।

ପୋଲିସ୍ ଜବତ୍ କରିଛି ଶହ ଶହ କାର୍ । ସୋରୁମ ପରି କାର୍ ଛିଡ଼ା ହୋଇଛି  । ଦେଖିଲେ ଲାଗିବ ବିକ୍ରି ପାଇଁ କାର୍ ଗୁଡ଼ିକ ରଖାଯାଇଛି ।  ଲୁଟ୍ କାର୍ ଦଶ-କୋଡିଏ କି ପଚାଶ ନୁହେଁ ୨ଶହରୁ ଅଧିକ ଚୋରି ହୋଇଥିବା କାରକୁ ଜବତ କରିଛି ସୁରତ ପୋଲିସ । ଆଉ ସାମ୍ନାକୁ ଆସିଛି ଲୁଟ୍ ପଛର ଲୁଟେରାର ତରିକା । କାର୍ ମାଲିକଙ୍କୁ ଉଚ୍ଚ ଭଡ଼ାର ଲୋଭ ଦେଖାଇ ଭଡ଼ାରେ ନେଇ ବିକ୍ରି କରିଦେଉଥିଲା ଲୁଟେରା ।

ସୁରତର ସ୍ମାର୍ଟ କାର୍ ଚୋର ବେଶ୍ ଚାଲାକ ଥିଲା । ରେଣ୍ଟ କାର୍ ଫ୍ରଡର ମାଷ୍ଟର ମାଇଣ୍ଡ ୨୨ ଜଣ କାର୍ ମାଲିକଙ୍କୁ ଚୁନ ଲଗାଇ ଆଖପାଖ ସହର ସମେତ ପଡ଼ୋଶୀ ରାଜ୍ୟକୁ ଚାଲାଣ କରୁଥିଲା ଲୁଟ୍ କରିଥିବା କାର୍ । ଆଉ କମାଉଥିଲା ଲକ୍ଷ ଲକ୍ଷ ଟଙ୍କା । ଏବେ କିନ୍ତୁ ପୋଲିସ ପଞ୍ଝାରେ ଲୁଟେରା । ଲଗାତାର୍ ଭଡ଼ାରେ ନେଇ କାର୍ ଲୁଟ ହେଉଥିବା ଅଭିଯୋଗ ପରେ ଆକ୍ସନ ମୁଡକୁ ଆସିଥିଲା ସୁରତ ପୋଲିସ । ସୁରତ ଇକୋନମିକ୍ ସେଲ୍ ଏବଂ ଏସଓଜିର ମିଳିତ ଟିମ୍ ୨୫ ଦିନରେ ୪ କୋଟି ୫୦ ଲକ୍ଷ ଟଙ୍କା ମୂଲ୍ୟର ୨ଶହ କାର୍ ଜବତ କରିବାରେ ସଫଳ ହୋଇଛନ୍ତି । ଜବତ ୨ଶହ କାର୍ ମଧ୍ୟରୁ ୨୨ଟିକୁ ଏହାର ମାଲିକ ମାନଙ୍କୁ ହସ୍ତାନ୍ତର କରାଯାଇଛି  । ବାକି କାର୍ ଗୁଡ଼ିକୁ କୋର୍ଟଙ୍କ ନିର୍ଦ୍ଦେଶାନାମାନୁସାର ହସ୍ତାନ୍ତର କରାଯିବ ।

ଲୁଟେରାର ଟାର୍ଗେଟରେ ଥିଲା ଛୋଟ ଛୋଟ ଟ୍ରାଭେଲ୍ ଏଜେନ୍ସି  । ଏହା ସହ ଭଡ଼ାରେ କାର୍ ଦେଉଥିବା ବ୍ୟକ୍ତି । ଟିଜି ସୋଲାର କମ୍ପାନୀର ନାଁରେ ଲୋକଙ୍କ ଠାରୁ ଭଡ଼ାରେ କାର୍ ନେଉଥିଲା ଏହି ଲୁଟେରା । ଆଉ ତା’ ପରେ ଲୁଟର ଜାଲ ବୁଣୁଥିଲା ।  ଗୁଜରାଟ ଏବଂ ମହାରାଷ୍ଟ୍ରରୁ ଉଦ୍ଧାର ହୋଇଛି ଏହି ସବୁ କାର୍ ।

Other Stories