ଲକ୍ଷାଧିକ ଟଙ୍କାର ଗହଣା ଓହ୍ଲାଇ ‘ଦୀକ୍ଷା’ ନେଲେ ହୀରା ବ୍ୟବସାୟୀଙ୍କ ଝିଅ

ସୁରଟ: ତାଙ୍କର ହାତ ମୁଠାରେ ଥିଲା ଐଶ୍ୱର୍ଯ୍ୟ ଏବଂ ଆରାମ ଦାୟକ ଜୀବନ । ପ୍ରାଚୁର୍ଯ୍ୟପୂର୍ଣ୍ଣ ପରିବେଶ। କୋଟି କୋଟି ଟଙ୍କା।  ହେଲେ ଏସବୁ ତାଙ୍କୁ ପ୍ରଲୋଭିତ କରି ପାରି ନ ଥିଲା। ନିଜ ହାତରେ ଏପରି ସୁଖକୁ ସେ ଏଡାଇ ଦେଇ ବରି ନେଇଥିଲେ ସୈନ୍ୟାସିନୀର ଜୀବନ । ଘଟଣା ଘଟିଛି ସୁରଟରେ। ଏଠିକାର ଜଣେ ହୀରା ବ୍ୟବସାୟୀଙ୍କ ୧୭ ବର୍ଷ କନ୍ୟା ରେନ୍ସି । ସେ ନିକଟରେ  ସାଂସାରିକ ସୁଖ ସ୍ୱଚ୍ଛନ୍ଦକୁ ଛାଡ଼ି ଜୈନ ଧର୍ମ ଗ୍ରହଣ କରିଛନ୍ତି। ପରିବାର ଏବଂ ସମାଜ ସମ୍ମୁଖରେ ପିନ୍ଧିଥିବା ଲକ୍ଷାଧିକ ଟଙ୍କାର ଗହଣା ଓହ୍ଲାଇ ଦେଇଛନ୍ତି।  ଜୈନ ଗୁରୁଙ୍କର ଶିଷ୍ୟା ହୋଇଛନ୍ତି। ଦୀକ୍ଷା  ଗ୍ରହଣ ପୂର୍ବରୁ ସେ ଜୈନଗୁରୁ  ଏବଂ ସୈନ୍ୟାସିନୀଙ୍କ ସମ୍ମୁଖରେ ମନଭରି ନାଚିଛନ୍ତି।

ପରିବାର ଲୋକଙ୍କ କହିବା ଅନୁଯାୟୀ, ରେନ୍ସି ଯେତେବେଳେ ୭ମ ଶ୍ରେଣୀରେ ପଢୁଥିଲା ସେତେବେଳରୁ ଧର୍ମ ଉପରେ ତା’ର ବିଶେଷ ଧ୍ୟାନ ରହୁଥିଲା। ୨୧ ବର୍ଷ ପୂର୍ବେ ରେନ୍ସିର ଜଣେ ଦାଦା ଦୀକ୍ଷା ଗ୍ରହଣ କରିଥିଲେ। କିଛି ଦିନ ପୂର୍ବରୁ ରେନ୍ସି ତାଙ୍କ ପାଖକୁ ନିୟମିତ ଯାଉଥିଲେ। ତାଙ୍କ ସହ ମିଶିବା ପରେ ରେନ୍ସିର ଜୈନ ଧର୍ମ ପ୍ରତି ଶ୍ରଦ୍ଧା ବଢିଥିଲା।

ଦାଦାଙ୍କ ସହ ମିଶିବା ପରେ ସାଂସାରିକ ଜୀବନ ଛାଡ଼ିବା କଥା ରେନ୍ସି ପରିବାର ଲୋକଙ୍କୁ ଜଣାଇ ଅନୁମତି ମାଗିଥିଲେ।  ଦୁଃଖ ଦାୟକ ହେଲେ ମଧ୍ୟ ପରିବାର ଲୋକେ ତାଙ୍କୁ ମନା କରି ନ ଥିଲେ। ସାଧିକ ହେବା ପୂର୍ବରୁ ସମସ୍ତ ପାରମ୍ପରିକ ପ୍ରଥା ପୂରା କରାଯାଇଥିଲା। ରେନ୍ସିଙ୍କ ସବୁ ଇଚ୍ଛାକୁ ପରିବାର ଲୋକେ ପୂରଣ କରିଥିଲେ।

ସୋମବାର ସାଂସାରିକ ଜୀବନ ଛାଡିବା ପୂର୍ବରୁ ରେନ୍ସିଙ୍କୁ ଲକ୍ଷାଧିକ ଟଙ୍କାର ଗହଣା ପିନ୍ଧାଇଥିଲେ ପରିବାର ଲୋକେ। ହେଲେ ସେ ପରେ ଏହାକୁ ଗୋଟିଏ ଗୋଟିଏ କରି ଜୈନ ମୁନିଙ୍କ ସାମ୍ନାରେ ଖୋଲି ଦେଇଥିଲେ। ପରେ ଗଚ୍ଛାଧିପତି ଅଭୟଦେବ ସୁରୀଶ୍ୱରଙ୍କଠାରୁ ଦୀକ୍ଷା ଗ୍ରହଣ କରିଥିଲେ।

You might also like