ସୁରତରେ ରଥ ଟାଣିଲେ ଶହ ଶହ ଲୋକ

ସୁରତ: ସୁରତର ରଥଯାତ୍ରା ପାଳନ ପରମ୍ପରା ବହୁ ବର୍ଷ ପୂରୁଣା। ଏଠାରେ ଥିବା ଇସ୍କନ ମନ୍ଦିରର ରଥଯାତ୍ରା ଅନ୍ୟତମ ପ୍ରସିଦ୍ଧ ରଥଯାତ୍ରା। ଏଠାରେ ୧୭ କିଲୋମିଟରର ମାର୍ଗରେ ରଥ ଟଣାଯାଇଥାଏ, ଯେଉଁଥିରେ ଯୋଗଦେବା ପାଇଁ ଦେଶବିଦେଶରୁ ଶ୍ରଦ୍ଧାଳୁ ଆସିଥା’ନ୍ତି।

ସୁରତର ରେଲୱେ ଷ୍ଟେସନ୍‌ ଅଞ୍ଚଳରୁ ବାହାରୁଥିବା ଏହି ରଥଯାତ୍ରାରେ ଜନଗହଳି ଦେଖିଲେ ଆଖି ଖୋସି ହୋଇଯିବ। ପୁରୀ ରଥଯାତ୍ରା ପରି ଏଠାରେ ମଧ୍ୟ ମହାପ୍ରଭୁ ଜଗନ୍ନାଥଙ୍କ ସହ ବଡ଼ ଭାଇ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରା ମଧ୍ୟ ରଥଯାତ୍ରାରେ ଭକ୍ତଙ୍କ ଦର୍ଶନାର୍ଥେ ଆସନ୍ତି।

ଆଜି ସୁରତ ସହରର କୋଣ ଅନୁକୋଣରେ ହରେକୃଷ୍ଣ- ହରେରାମ ଓ ଜୟ ଜଗନ୍ନାଥ ଧ୍ୱନିରେ ପ୍ରକମ୍ପିତ ହେଉଛି। ୬ ଘଣ୍ଟାରେ ଏହି ୧୭ କିଲୋମିଟରର ରାସ୍ତା ଅତିକ୍ରମ କରି ରଥ ଜାହାଙ୍ଗୀରପୁରାସ୍ଥିତ ଇସ୍କନ୍‌ ମନ୍ଦିରରେ ପହଞ୍ଚିଥିଲା। ଏହି ରଥଯାତ୍ରା ପାଇଁ ୫ ହଜାର କିଲୋ ଓଜନର ମିଠା ପ୍ରସ୍ତୁତ କରାଯାଇଥିଲା, ଯାହା ରଥଯାତ୍ରା ଦେଖିବାକୁ ଆସିଥିବା ଶ୍ରଦ୍ଧାଳୁଙ୍କ ମଧ୍ୟରେ ବଣ୍ଟନ କରାଯାଇଥିଲା।

ଆହୁରି ପଢ଼ନ୍ତୁ

‘ବିଶ୍ୱରେ ଭାକସିନ୍ ଚାହିଦା ପୂରଣ କରିବାରେ ଭାରତ ସଫଳ ହେବ’

ନେପାଳରେ ବ୍ୟାନ୍ ହେଲା ଭାରତୀୟ ଘରୋଇ ନ୍ୟୁଜ୍ ଚ୍ୟାନେଲ୍!

ଗ୍ୟାଙ୍ଗଷ୍ଟାର୍ ବିକାଶର ପତ୍ନୀ ଓ ପୁଅ ଗିରଫ

ଲକଡାଉନରେ ବଢ଼ିଛନ୍ତି ଶିଶୁ ଶ୍ରମିକ

ଆସୁଛି ଏହିସବୁ ଦମ୍‌ଦାର ସ୍ମାର୍ଟଫୋନ୍‌: ଫଟୋଗ୍ରାଫି ଲଭର୍‌ଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ

ବିନା ଡିଜେଲ୍ ଓ ଇଲେକ୍ଟ୍ରିରେ ଚାଲିଲା ଟ୍ରେନ୍

ଗ୍ୟାଙ୍ଗଷ୍ଟର ବିକାଶ ଦୁବେର ଗିରଫଦାରିକୁ ନେଇ ଉଠିଲା ପ୍ରଶ୍ନ

ମହିଳାଙ୍କ ମହନୀୟତାର ଭିଡିଓ ଭାଇରାଲ୍: ଛୁଟୁଛି ପ୍ରଶଂସାର ସୁଅ

୩ ବର୍ଷର କନ୍ୟାକୁ ଛାଡ଼ି ପ୍ରେମିକଙ୍କୁ ଦେଖା କରିବା ପାଇଁ ଚାଲିଗଲେ ମହିଳା, ଭୋକ ଉପାସରେ ଆଖି ବୁଜିଲା ଶିଶୁ

ଦୁର୍ଗମ ଅଞ୍ଚଳରେ ଚିଠି ବାଣ୍ଟିବା ପାଇଁ ଦୈନିକ ଚାଲୁଛନ୍ତି ୧୫ କିମି ରାସ୍ତା

ବିଜେପି ନେତା ଓ ପରିବାର ହତ୍ୟା ଘଟଣାରେ ପୁଲିସ୍‌ ହାତରେ ଲାଗିଲା ବଡ଼ ପ୍ରମାଣ

କରୋନା ସନ୍ଦେହରେ ଯୁବତୀଙ୍କୁ ଚଳନ୍ତା ବସ୍‌ରୁ ଠେଲିଦେଲେ

You might also like