ରାତିରେ ଫୁଟ୍‌ପାଥରେ ଶୋଇଥିଲେ ଶ୍ରମିକ , ଚଢିଗଲା ଟ୍ରକ

ସୁରଟ: ଗୁଜରାଟର ସୁରଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଚାଲିଯାଇଛି ୧୪ ଶ୍ରମିକଙ୍କ ଜୀବନ। ସୁରଟର ପଲୋଡ଼ ଗ୍ରାମ ନିକଟ କିମ୍‌ ମାଣ୍ଡବୀ ରୋଡ଼ ଫୁଟପାଥରେ ସୋମବାର ବିଳମ୍ବିତ ରାତିରେ ଶୋଇଥିଲେ ୧୮ ଜଣ ଶ୍ରମିକ। ଏକ ଟ୍ରକ ଦ୍ରୁତ ଗତିରେ ଆସି ଏହି ଶ୍ରମିକଙ୍କ ଉପରେ ଚଢି ଯାଇଥିଲା। ଫଳରେ ଘଟଣାସ୍ଥଳରେ ୧୩ ଜଣଙ୍କ ମୃତ୍ୟୁ ଘଟିଥିଲା। ପରେ ଆଉ ଜଣଙ୍କର ଡାକ୍ତରଖାନାରେ ମୃତ୍ୟୁ ଘଟିଛି।

ମୃତକଙ୍କ ମଧ୍ୟରେ ଗୋଟିଏ ଶିଶୁ ଥିବା ମଧ୍ୟ ଜଣାପଡିଛି । ସେପଟେ ଏହି ଦୁର୍ଘଟଣା ଅନ୍ୟ କେତେକ ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ଆହତଙ୍କ ମଧ୍ୟରୁ କିଛି ଶ୍ରମିକଙ୍କ ଅବସ୍ଥା ଗୁରୁତର ଥିବା ସୂଚନା ମିଳିଛି ।

You might also like