ନିଜ ରାୟ ଉପରେ ସ୍ଥଗିତାଦେଶ ଜାରି କଲେ ସୁପ୍ରିମକୋର୍ଟ

ଜଙ୍ଗଲ ଜମିରେ ରହୁଥିବା ଜନଜାତିଙ୍କୁ ଆଶ୍ୱସ୍ତି  

ନୂଆଦିଲ୍ଲୀ :ଜଙ୍ଗଲ ଜମିରେ ରହୁଥିବା ଜନଜାତିଙ୍କ ପାଇଁ ସୁପ୍ରିମକୋର୍ଟଙ୍କ ତରଫରୁ ବଡ଼ ଆଶ୍ୱସ୍ତି ମିଳିଛି। ଓଡ଼ିଶା, ମଧ୍ୟପ୍ରଦେଶ, ତେଲେଙ୍ଗାନାର ପ୍ରାୟ ୧୨ ଲକ୍ଷ ଆଦିବାସୀ ଏହାଦ୍ୱାରା ଉପକୃତ ହେବେ । କାରଣ ଜଙ୍ଗଲ ଜମିରୁ ଉଚ୍ଛେଦ ନେଇ ପୂର୍ବରୁ ନିଜେ ଦେଇଥିବା ରାୟ ଉପରେ ସ୍ଥଗିତାଦେଶ ଜାରି କରିଛନ୍ତି ସୁପ୍ରିମକୋର୍ଟ । ଜଙ୍ଗଲ ଜମିରୁ ଜନଜାତିଙ୍କୁ ଉଚ୍ଛେଦ କରିବାକୁ ଫେବୃୟାରୀ ୧୩ରେ ନିର୍ଦ୍ଦେଶ ଦେଇଥିଲେ ସର୍ବୋଚ୍ଚ ନ୍ୟାୟାଳୟ।

ଜଙ୍ଗଲ ଜମି ସତ୍ତ୍ୱ ପାଇଁ ଜନଜାତିଙ୍କ ଆବେଦନକୁ ରାଜ୍ୟ ସରକାର ଅଗ୍ରାହ୍ୟ କରି ଏହି ନିର୍ଦ୍ଦେଶ ଦେଇଥିଲେ। ତେବେ କେଉଁ ପ୍ରକ୍ରିୟାରେ ଜନଜାତିଙ୍କ ଆବେଦନକୁ ରାଜ୍ୟ ସରକାର ଅଗ୍ରାହ୍ୟ କରିଥିଲେ, କେଉଁ ପ୍ରକ୍ରିୟାରେ ସେମାନଙ୍କୁ ଜଙ୍ଗଲ ଅଧିକାର ଦେବାକୁ ଚାହୁଁଥିଲେ, ଏହାକୁ ରାଜ୍ୟସ୍ତରରେ ମନିଟରିଂ କରାଯାଇଥିଲା କି ନାହିଁ, ତାହା ଜଣାଇବାକୁ ସୁପ୍ରିମକୋର୍ଟ ଏବେ ନିର୍ଦ୍ଦେଶ ଦେଇଛନ୍ତି। ଓଡ଼ିଶା, ମଧ୍ୟପ୍ରଦେଶ, ତେଲେଙ୍ଗାନାର ମୁଖ୍ୟ ଶାସନ ସଚିବଙ୍କୁ ମଧ୍ୟ ଏ ସଂକ୍ରାନ୍ତରେ ନୋଟିସ୍ କରାଯାଇଛି ।

ଆହୁରି ପଢ଼ନ୍ତୁ

କୃଷି ବିଲ୍‌କୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ

ରବି କିଶନଙ୍କୁ ମିଳୁଛି କି ହତ୍ୟା ଧମକ ?

ଜେଡିୟୁରେ ମିଶିଲେ ବିହାରର ପୂର୍ବତନ ଡିଜିପି

ଆଜି ଦିନକରେ ଯେତିକି ଆକ୍ରାନ୍ତ ଚିହ୍ନଟ ହେଲେ ତା’ଠୁ ଅଧିକ ସୁସ୍ଥ ହେଲେ

ନୀତୀଶଙ୍କ ଦଳରେ ମିଶିବେ ପୂର୍ବତନ ବିହାର ଡିଜିପି ଗୁପ୍ତେଶ୍ୱର ପାଣ୍ଡେ

କରୋନାର ଭୟଙ୍କର ପ୍ରଭାବ ବିଷୟରେ କ’ଣ କହିଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ?

‘କୃଷକ ଆତ୍ମନିର୍ଭର ଭାରତର ଆଧାର’

ଭାରତରେ ନାଁ ବଦଳାଇ ଲୋକପ୍ରିୟ ହେଉଛନ୍ତି ଚାଇନିଜ୍ ଆପ୍‌

ଜିଓକୁ ପଛରେ ପକାଇଲା ଏୟାର୍‌ଟେଲ୍‌

ମିରଟରେ ନିର୍ଭୟା ଘଟଣାର ପୁନରାବୃତ୍ତି: ଚଳନ୍ତା ବସ୍‌ରେ ମହିଳାଙ୍କୁ ଗଣଦୁଷ୍କର୍ମ

ଅକ୍ସିଜେନ୍‌ ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ନିଷ୍ପତ୍ତି

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଯଶୱନ୍ତ ସିଂଙ୍କ ପରଲୋକ

You might also like