କେଜରିଓ୍ୱାଲଙ୍କ ଆପ୍ ସରକାରକୁ ଝଟକା

ଅଧିକାରୀ ନିଯୁକ୍ତି ଉପରେ କେନ୍ଦ୍ର ନେବ ନିଷ୍ପତ୍ତି

ନୂଆଦିଲ୍ଲୀ: ଦିଲ୍ଲୀ ସରକାର ଓ ଉପରାଜ୍ୟପାଳ ଅନିଲ ବଇଜଲଙ୍କ ମଧ୍ୟରେ ଦେଖାଦେଇଥିବା କ୍ଷମତା ବିବାଦର ଆଜି ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି। ଆଣ୍ଟି କରପ୍‌ସନ୍ ବ୍ୟୁରୋ, ତଦନ୍ତ କମିଶନ, ଗ୍ରେଡ୍ ୧ ଓ ଗ୍ରେଡ୍ ୨ ଅଫିସରଙ୍କ ନିଯୁକ୍ତି ଉପରେ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ଚୂଡ଼ାନ୍ତ ହେବ।

ଅନ୍ୟପକ୍ଷରେ ଇଲେକଟ୍ରିସିଟି, ରାଜସ୍ୱ ବିଭାଗ ଏବଂ ଗ୍ରେଡ୍ ୩, ୪ ଅଫିସରମାନଙ୍କ ପୋଷ୍ଟିଂ ଓ ବଦଳି ଉପରେ ଦିଲ୍ଲୀ ସରକାର ନିଷ୍ପତ୍ତି ନେବେ । ଯଦି ଏନେଇ ମତଭେଦ ଦେଖାଦିଏ ତେବେ ଉପରାଜ୍ୟପାଳଙ୍କ ନିଷ୍ପତ୍ତି ଚୂଡ଼ାନ୍ତ ହେବ ବୋଲି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

You might also like