ଅାଧାର କାର୍ଡ ଲିଙ୍କ୍ ବାଧ୍ୟତାମୂଳକ ମାମଲା

ଅାଜି ସୁପ୍ରିମକୋର୍ଟ ଶୁଣାଇବେ ଚୂଡ଼ାନ୍ତ ରାୟ

ନୂଆଦିଲ୍ଲୀ : ଅାଧାର ବାଧ୍ୟତାମୂଳକ ମାମଲାରେ ଅାଜି ଅାସିବ ରାୟ । ସୁପ୍ରିମକୋର୍ଟଙ୍କ ଗଠିତ ସାମ୍ୱିଧାନିକ ଖଣ୍ଡପୀଠ ଏନେଇ ଚୂଡ଼ାନ୍ତ ରାୟ ଶୁଣାଇବେ । ବିିଭିନ୍ନ ସରକାରୀ ଓ ଲୋକାଭିମୁଖୀ ଯୋଜନାରେ ଅାଧାର ବାଧ୍ୟତାମୂଳକକୁ ନେଇ ରାୟ ଶୁଣାଇବେ ଅଦାଲତ ।

କେନ୍ଦ୍ର ସରକାର ଅାଧାରକୁ ବାଧ୍ୟତାମୂଳକ କରିଥିବାବେଳେ ଏହାକୁ ବିରୋଧ କରି ଅଦାଲତଙ୍କ ଦ୍ୱାରସ୍ଥ ହୋଇଥିଲେ ବିଭିନ୍ନ ସଂଗଠନ ।

ଗତ ମାର୍ଚ୍ଚରେ ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ଅାଧାର ଲିଙ୍କ୍ ସମୟ ସୀମା ବଢ଼ାଇଥିଲେ । ଏହାଦ୍ୱାରା ବ୍ୟକ୍ତିଗତ ଅଧିକାର କ୍ଷୂର୍ଣ୍ଣ ହେଉଥିବା କୋର୍ଟଙ୍କ ନିକଟରେ ଦର୍ଶାଯାଇଛି । ଅାଜି କଣ ରାୟ ଦେଉଛନ୍ତି ସର୍ବୋଚ୍ଚ କୋର୍ଟ ସେ ଉପରେ ରହିଛି ସାରା ଦେଶର ନଜର।

You might also like