ବାତିଲ ହେଲା ସୁପ୍ରିମକୋର୍ଟ ଗ୍ରୀଷ୍ମ ଅବକାଶ

ନୂଆଦିଲ୍ଲୀ: ଏଥର ବାତିଲ ହେବ ସୁପ୍ରିମ୍‌କୋର୍ଟ ଗ୍ରୀଷ୍ମ ଛୁଟି । ଶୁକ୍ରବାର ଏକ ଫୁଲ କୋର୍ଟ କମିଟିରେ ଏହି ନିଷ୍ପତ୍ତି ନିଆଯାଇଛି। ଏହି ସମୟରେ ସୁପ୍ରିମକୋର୍ଟରେ ଶୁଣାଣି ଜାରି ରହିବ।

ସୂଚନାଥାଉ କି, ମେ’ ୧୮ରୁ ଜୁଲାଇ ୬ ତାରିଖ ପର୍ଯ୍ୟନ୍ତ ସୁପ୍ରିମ କୋର୍ଟ ଗ୍ରୀଷ୍ମ ଅବକାଶ ଘୋଷଣା ହେବାର ଥିଲା । ହେଲେ ଏହି ଛୁଟି ହେବ ନାହିଁ ବୋଲି ଆଜିର ବୈଠକ ପରେ ସ୍ପଷ୍ଟ ହୋଇଛି। ମେ’ ୧୮ରୁ ଜୁନ୍ ୧୯ ପର୍ଯ୍ୟନ୍ତ ଖରାଛୁଟି ଅବସରରେ ଶୁଣାଣି ହେବ। ପଡ଼ି ରହିଥିବା ମାମଲା ଗୁଡ଼ିକର ଶୁଣାଣି ପାଇଁ ସୁପ୍ରିମକୋର୍ଟ ଏପରି ନିଷ୍ପତ୍ତି ନେଇଛନ୍ତି। ଭିଡିଓ କନଫରେନ୍ସିଂ ଜରିଆରେ ମାମଲାର ଶୁଣାଣି ପାଇଁ ନିଷ୍ପତ୍ତି ନିଆଯାଇଛି।

୩ ଜଣିଆ ଜଜ୍ ବିଶିଷ୍ଟ ୫ଟି ବେଞ୍ଚରେ ଶୁଣାଣି କରାଯିବ। ଗୁରୁତ୍ୱପୂର୍ଣ୍ଣ ପୁରୁଣା ମାମଲା, ନୂଆ ମାମଲାର VCରେ ଶୁଣାଣି ହେବ।

ସୂଚନାଥାଉ କି, ଗତ ସପ୍ତାହରେ ଜଷ୍ଟିସ ଏଲ. ନାଗେଶ୍ୱର ଏକ ଶୁଣାଣି ସମୟରେ କହିଥିଲେ ଆସନ୍ତା ସପ୍ତାହରେ ଜଜ୍‌ କୋର୍ଟରୁମରେ ବସିବେ ଏବଂ ଓକିଲ ତାଙ୍କ ଚାମ୍ବରରେ ଯୁକ୍ତି ବାଢିପାରିବେ। ତେବେ ଏ ନେଇ ଅଧିକାରୀ ସ୍ତରରେ ଘୋଷଣା ବାକି ଥିଲା। ଏଠି କହିରଖିବୁ, କରୋନା ଭାଇରସକୁ ଦୃଷ୍ଟିରେ ରଖି ସୁପ୍ରିମ୍‌କୋର୍ଟ ଭିଡିଓ କନ୍‌ଫରେନ୍ସ ଜରିଆରେ ଶୁଣାଣି କରୁଥିଲେ।

 

 

You might also like