ଚାଷୀ ଆନ୍ଦୋଳନକୁ ନେଇ କଣ କହିଲେ ସୁପ୍ରିମ୍କୋର୍ଟ ?
ନୂଆଦିଲ୍ଲୀ: ଚାଷୀମାନଙ୍କର ଆନ୍ଦୋଳନ କରିବାର ଅଧିକାର ଅଛି। ଚାଷୀ ଆନ୍ଦୋଳନ ପ୍ରସଙ୍ଗରେ ସୁପ୍ରିମକୋର୍ଟ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ଦେଇଛନ୍ତି।ସୁପ୍ରିମକୋର୍ଟ କହିଛନ୍ତି ଯେ ଚାଷୀମାନଙ୍କର ଆନ୍ଦୋଳନ କରିବାର ଅଧିକାର ଅଛି। ତେବେ ଆନ୍ଦୋଳନ ଯେଉଁ ଢଙ୍ଗରେ ହେଉଛି, ଆମେ ନଜର ରଖିଛୁ। ଏହାର ତରିକା ବଦଳାଯାଉ, ଯେମିତିକି ସାଧାରଣ ଲୋକ ହଇରାଣ ହେବେନି। ଯେ ପର୍ଯ୍ୟନ୍ତ ଧନଜୀବନକୁ ହାନୀ ନପହଞ୍ଚାଇଛି, ସେଯାଏ ଆନ୍ଦୋଳନ ସାମ୍ବିଧାନିକ ବୋଲି ସୁପ୍ରିମକୋର୍ଟ କହିଛନ୍ତି।
ଆନ୍ଦୋଳନରତ ଚାଷୀମାନଙ୍କୁ ସୁପ୍ରିମକୋର୍ଟ ପରାମର୍ଶ ଦେଇଛନ୍ତି ଯେ ଏକ ନିରପେକ୍ଷ କମିଟି ଆଶା ରଖୁଛୁ, ଯେମିତି ଉଭୟ ପକ୍ଷ ମତ ରଖିପାରିବେ। ଏଭଳି ଢଙ୍ଗରେ ଏକ ସହରକୁ ଅବରୋଧ କରାଯାଇପାରିବ ନାହିଁ। କେବଳ ଆଲୋଚନା ଦ୍ୱାରା ହିଁ ଉଦ୍ଦେଶ୍ୟ ସାଧନ ହୋଇପାରିବ ବୋଲି କୋର୍ଟ କହିଛନ୍ତି। ଦେଶର ଅନେକ ସ୍ଥାନରେ ଚାଷୀମାନେ ବିକ୍ଷୋଭ ପ୍ରଦର୍ଶନ ଧାରଣାରେ ବସି ରହଛନ୍ତି। ୩ କୃଷି ବିଲ୍କୁ ବିରୋଧ କରି ଲକ୍ଷ ଲକ୍ଷ ଚାଷୀ ରାଜରାସ୍ତାକୁ ଓହ୍ଲାଇଛନ୍ତି। ଏହି ବିଲ୍କୁ ବିରୋଧ କରି ଗତ ୮ରେ ଭାରତ ବନ୍ଦ ଡାକରା ଦିଆଯାଇଥିଲା।