ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ; ପୈତୃକ ସମ୍ପତ୍ତି ଉପରେ ଝିଅଙ୍କର ସମ୍ପୂର୍ଣ୍ଣ ଅଧିକାର ରହିଛି

ନୂଆଦିଲ୍ଲୀ:ପୈତୃକ ସମ୍ପତ୍ତି ଉପରେ ଝିଅମାନଙ୍କର ସମାନ ଅଧିକାର ରହିଛି। ଏ ନେଇ ଆଜି ସୁପ୍ରିମ୍‌କୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଶୁଣାଇଛନ୍ତି।  ହିନ୍ଦୁ ଉତ୍ତରାଧିକାର ଆଇନ୨୦୦୫ ଅନୁସାରେ ପିତାଙ୍କ ମୃତ୍ୟୁ ପରେ ବି ଝିଅମାନଙ୍କର ବାପାଙ୍କ ସମ୍ପତ୍ତି ଉପରେ ଅଧିକାର ରହିବ। ଜଷ୍ଟିସ ଅରୁଣ ମିଶ୍ରଙ୍କ ଖଣ୍ଡପିଠ ଏହି ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇ କହିଛନ୍ତି, ଝିଅ ସାରା ଜୀବନ ପାଇଁ।  ସେଥିପାଇଁ ବାପାଙ୍କ ସମ୍ପତ୍ତିରେ ଝିଅର ପୂରା ଅଧିକାର ରହିଛି।

ସୂଚନାଥାଉ କି,୧୯୫୬ ହିନ୍ଦୁ ଉତ୍ତରାଧିକାର ଆଇନରେ ସଂଶୋଧନ ୨୦୦୫ରେ ହୋଇଥିଲା। ଏଥିରେ ଝିଅମାନଙ୍କୁ ପୈତୃକ ସମ୍ପତ୍ତିରେ ଭାଗ ଦେବା ପାଇଁ କୁହାଯାଇଥିଲା। ଆଇନଗତ ଭାବେ ବାପାଙ୍କ ସମ୍ପତ୍ତିରେ ପୁଅ-ଝିଅ ସମସ୍ତଙ୍କର ସମାନ ଅଧିକାର ରହିଛି। ବିବାହ ପରେ ଏହି ଅଧିକାରରେ କିଛି ପରିବର୍ତ୍ତନ ହେବ ନାହିଁ। ଝିଅ ତାର ଏହି ଭାଗ ଉପରେ ଅଧିକାର ସାବ୍ୟସ୍ତ କରିପାରିବ।

ସୂଚନାଥାଉ କି, ହିନ୍ଦୁ ଆଇନ ଅନୁସାରେ ଦୁଇ ପ୍ରକାରର ରହିଛି। ଗୋଟିଏ ହେଉଛି ବାପାଙ୍କ ଦ୍ୱାରା କିଣା ଯାଇଥିବା ସମ୍ପତ୍ତି ଏବଂ ଅନ୍ୟଟି ହେଛି ଉତ୍ତରାଧିକାର ସୂତ୍ରରେ ପୂର୍ବପୁରୁଷଙ୍କଠାରୁ ମିଳିଥିବା ସମ୍ପତ୍ତି। ଏହି ଉଭୟ ସମ୍ପତ୍ତିରେ ପୁଅ-ଝିଅ ସମସ୍ତଙ୍କର ସମାନ ଅଧିକାର ଅଛି ବୋଲି କହିଛନ୍ତି ସୁପ୍ରିମ କୋର୍ଟ।

ଏହି ଆଇନ ଅନୁସାରେ ଏ ପ୍ରକାର ସମ୍ପତ୍ତି ପିତା କୌଣସି ଜଣଙ୍କୁ ଏହି ସମ୍ପତ୍ତି ଦେଇ ପାରିବେ ନାହିଁ। ଅର୍ଥାତ୍‌ ଝିଅମାନେ ଏଣିକି ପୈତୃକ ସମ୍ପତ୍ତିରୁ ବଞ୍ଚିତ ହୋଇ ପାରିବେ ନାହିଁ। ପୈତୃକ ସମ୍ପତ୍ତି ଉପରେ ଜନ୍ମରୁ ଝିଅର ଅଧିକାର ରହିଛି।

 

ଆହୁରି ପଢ଼ନ୍ତୁ

ରାଜ୍ୟସଭାରେ ପାରିତ ହେଲା କୃଷି ବିଲ୍

ଫିଲ୍ମ ‘ABCD’ ଫେମ୍‌ ଆକ୍ଟର କିଶୋର ଅମନ୍ ଗିରଫ, ଡଗ୍ସ ଜବତ

ଧାର୍ଯ୍ୟ ସମୟ ଆଗରୁ ଶେଷ ହୋଇପାରେ ମୌସୁମୀ ଅଧିବେଶନ

ରାଜ୍ୟସଭାରେ କୃଷି ବିଲ୍‌କୁ ବିରୋଧ କଲା ବିଜେଡି

ରାୟୁଡୁଙ୍କ ଧମାକା: ମୁମ୍ବାଇକୁ ଚକମା ଦେଲା ଚେନ୍ନାଇ

ଅନ୍ତିମ ଯାତ୍ରାରେ ବାହାରିଲା INS ବିରାଟ

କରୋନା ଆରୋଗ୍ୟ ହାର: ଆମେରିକାକୁ ପଛରେ ପକାଇ ଭାରତ ଆଗରେ

ଲକ୍‌‌ଡାଉନ ସମୟରେ ସ୍ୱତନ୍ତ୍ର ଶ୍ରମିକ ଟ୍ରେନ୍‌‌ରେ ୯୭ ଶ୍ରମିକଙ୍କ ମୃତ୍ୟୁ ଘଟିଛି

ସାମ୍ବାଦିକଙ୍କ ସମେତ ଚୀନ ଓ ନେପାଳ ନାଗିରକ ଗିରଫ; ଚୀନ ଗୁଇନ୍ଦା ସଂସ୍ଥାକୁ ଦେଉଥିଲେ ଗୁପ୍ତ ଖବର

COVID-19କୁ ନେଇ ବଢ଼ିଲା ଚିନ୍ତା; ରୂପ ବଦଳାଇ ସୁସ୍ଥ ହୋଇଥିବା ରୋଗୀଙ୍କ ଶରୀରରେ ପୁଣି ସଂକ୍ରମିତ ହେଉଛିି

୨୪ ଘଣ୍ଟାରେ ୯୩, ୩୩୭ କରୋନା ଆକ୍ରାନ୍ତ ଚିହ୍ନଟ

ରେଡ୍‌ ବେଳେ ୯ ଆତଙ୍କବାଦୀ ଗିରଫ, ଦେଶରେ ବଡ଼ ଧରଣର ହମ୍‌ଲା ପାଇଁ କରିଥିଲେ ଯୋଜନା

You might also like