ପ୍ରବାସ ଫେରନ୍ତାଙ୍କ ପାଇଁ ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି

ନୂଆଦିଲ୍ଲୀ: ପ୍ରବାସ ଫେରନ୍ତାଙ୍କ ଉପରେ ସୁପ୍ରିମକୋର୍ଟ ଆଜି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଶୁଣାଇଛନ୍ତି। ସେମାନଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାକୁ ରାଜ୍ୟ ସରକାରମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସର୍ବୋଚ୍ଚ ଅଦାଲତ। ବିଭିନ୍ନ ସ୍ଥାନରେ ଅଟକି ରହିଥିବା ଶ୍ରମିକମାନଙ୍କୁ ଘରକୁ ପଠାଇବାକୁ ୧୫ ଦିନ ହେଉଛି ପର୍ଯ୍ୟାପ୍ତ ସମୟ। ଏହି ସମୟ ଭିତରେ ସମସ୍ତଙ୍କୁ ନିଜ ନିଜ ରାଜ୍ୟକୁ ପଠାଇବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ। ପ୍ରବାସୀ ଶ୍ରମିକଙ୍କ ଦୁର୍ଦ୍ଦଶା ନେଇ ଏକ ଆବେଦନର ଶୁଣାଣି କରି ଜଷ୍ଟିସ୍ ଅଶୋକ ଭୂଷଣ, ଏସ୍‌କେ କୌଲ୍‌ ଏ ଏମ୍‌ଆର୍‌ ଶାହଙ୍କ ତିନି ଜଣିଆ ଖଣ୍ଡପୀଠ ଏହି ରାୟ ଦେଇଛନ୍ତି।

ସରକାରଙ୍କ ପକ୍ଷରୁ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ପକ୍ଷ ରଖିଥିଲେ। ଏପର୍ଯ୍ୟନ୍ତ ପାଖାପାଖି ଏକ କୋଟି ପ୍ରବାସୀଙ୍କୁ ସେମାନଙ୍କ ଘରକୁ ପଠାଇ ଦିଆଯାଇଛି। ଶଡ଼କ ପଥରେ ୪୧ ଲକ୍ଷ ପ୍ରବାସୀଙ୍କ ପଠାଇ ଦିଆଯାଇଥିବା ବେଳେ ୫୭ ଲକ୍ଷ ପ୍ରବାସୀଙ୍କୁ ଟ୍ରେନ୍‌ ଯୋଗେ ପଠାଯାଇଥିବା ତୁଷାର ମେହଟା ସୂଚନା ଦେଇଥିଲେ। ଜୁନ ୩ ତାରିଖ ସୁଦ୍ଧା ଶ୍ରମିକଙ୍କ ପାଇଁ ୪ ହଜାର ୨୨୮ ଟ୍ରେନ୍‌ ଚଳାଯାଇଥିବା କହିଥିଲେ ତୁଷାର।

 

 

You might also like