ଏଣିକି ୧୮ ନୁହେଁ ବରଂ ସ୍ନାତକ ପଢିବା ପର୍ଯ୍ୟନ୍ତ ପୁଅଙ୍କ ଲାଲନ ପାଳନ କରିବେ ଅଭିଭାବକ

ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଲେ ସୁପ୍ରିମକୋର୍ଟ

  • ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଲେ ସୁପ୍ରିମକୋର୍ଟ
  • ଏଣିକି ୧୮ ନୁହେଁ ବରଂ ସ୍ନାତକ ପଢିବା ପର୍ଯ୍ୟନ୍ତ ପୁଅଙ୍କ ଲାଲନ ପାଳନ କରିବେ ଅଭିଭାବକ
  • କୋର୍ଟ କହିଲେ, ୧୮ ବର୍ଷ ନୁହେଁ ସାହାଯ୍ୟର ପର୍ଯ୍ୟାପ୍ତ ସମୟ

ନୂଆଦିଲ୍ଲୀ: ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଲେ ସୁପ୍ରିମକୋର୍ଟ। ଏଣିକି ୧୮ ବର୍ଷ ନୁହେଁ, ବରଂ ସ୍ନାତକ ପଢିବା ପର୍ଯ୍ୟନ୍ତ ପୁଅଙ୍କ ଲାଳନପାଳନ କରିବାକୁ ଅଭିଭାବକଙ୍କୁ ପଡ଼ିବ ବୋଲି ସୁପ୍ରମିକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ ଏବଂ ଜଷ୍ଟିସ ଏମଆର ଶାହଙ୍କୁ ନେଇ ଗଠିତ ଖଣ୍ଡପୀଠ ପରିବାର ଅଦାଲତରେ ଏହି ନିର୍ଦ୍ଦେଶରେ ପରିବର୍ତ୍ତନ କରାଯାଇଥିବା ନେଇ ସୂଚନା ମିଳିଛି। ତେବେ ଏହି ରାୟ ଆସିବା ପରେ ସାରା ଦେଶରେ ଏହାକୁ ନେଇ ଜୋରସୋରରେ ଆଲୋଚନା ଚାଲିଛି।

ସୂଚନା ଅନୁଯାୟୀ, କର୍ଣ୍ଣାଟକ ସରକାରର ସ୍ୱାସ୍ଥ୍ୟ ବିଭାଗର ଜଣେ କର୍ମଚାରୀଙ୍କୁ ନିଜ ପୁଅକୁ ୧୮ ବର୍ଷ ପର୍ଯ୍ୟନ୍ତ ଲାଲନପାଳନ କରିବାକୁ କୁହାଯ।ଇଥିଲା। କିନ୍ତୁ ସେ କରିବାକୁ ଅମଙ୍ଗ ହୋଇଥିଲେ। ତେବେ କୋର୍ଟ କହିଛନ୍ତି ଯେ, କେବଳ ୧୮ ବର୍ଷ ପର୍ଯ୍ୟନ୍ତ ସାହାଯ୍ୟ କରିବା ଆଜିକାଲି ପରିସ୍ଥିତିରେ ବହୁ ଅଧିକ ନୁହେଁ। କାରଣ ବର୍ତ୍ତମାନ ଦେଶରେ ଯେପରି ଭାବରେ ପରିସ୍ଥିତି ରହିଛି ତାହାକୁ ଦେଖିଲେ ଏହା ଅଧିକ ନୁହେଁ ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି।

ପ୍ରକୃତ ଘଟଣାଟି ହେଲା, କର୍ଣ୍ଣାଟକ ସ୍ୱାସ୍ଥ୍ୟ ବିଭାଗରେ ଜଣେ କାର୍ଯ୍ୟରତ କର୍ମଚାରୀ ନିଜ ପ୍ରଥମ ପତ୍ନୀଙ୍କୁ ଜୁନ ୨୦୦୫ରେ ଛାଡପତ୍ର ଦେଇଥିଲେ। ଯାହା ପରେ ପରିବାର ଅଦାଲତ ସେପ୍ଟେମ୍ବର, ୨୦୧୭ରେ ପିଲାର ଲାଳନପାଳନ ଲାଗି ମାସକୁ ସମ୍ପୃକ୍ତ ବ୍ୟକ୍ତିଙ୍କୁ ୨୦ ହଜାର ଟଙ୍କା ଦେବା ପାଇଁ ଆଦେଶ ଦେଇଥିଲେ। କିନ୍ତୁ ଏହି ନିର୍ଦ୍ଦେଶରେ ସେ ସନ୍ତୋଷ ହୋଇ ନଥିଲେ। ତେଣୁ ହାଇକୋର୍ଟଙ୍କୁ ଯାଇଥିଲେ ସେହି ବ୍ୟକ୍ତି। କିନ୍ତୁ ହାଇକୋର୍ଟ ଯେଉଁ ରାୟ ଶୁଣାଇଲେ ସେହି ରାୟରେ ମଧ୍ୟ ସନ୍ତୋଷ ବ୍ୟକ୍ତ କଲେ ନାହିଁ ତେଣୁ ନ୍ୟାୟ ଲାଗି ସେ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହେଲେ। ଆଉ କୋର୍ଟ ଏହି ରାୟ ଦେଇଛନ୍ତି।

କର୍ମଚାରୀ ଜଣକ ପ୍ରଥମ ପତ୍ନୀଙ୍କୁ ଛାଡପତ୍ର ଦେଇଥିବା ବେଳେ ଦ୍ୱିତୀୟ ବିବାହ ମଧ୍ୟ କରିଥିଲେ। ଆଉ ମାସକୁ ୨୧ ହଜାର ଆୟ କରୁଥିବା ବେଳେ କିପରି ପିଲାର ଭରଣପୋଷଣ ପାଇଁ ୨୦ ହଜାର ଟଙ୍କା ଦେବେ ବୋଲି କହିବା ସହ ଏହା ସମ୍ପୂର୍ଣ୍ଣ ଅସମ୍ଭବ ବୋଲି କୋର୍ଟଙ୍କୁ ଜଣାଇଥିଲେ। ତେବେ ସମସ୍ତ ଘଟଣାକୁ ଦୃଷ୍ଟିରେ ରଖି କୋର୍ଟ ପିଲାର ଲାଲନପାଳନ ଲାଗି ସେହି ବ୍ୟକ୍ତିଙ୍କୁ ମାସିକ ୧୦ ହଜାର ଟଙ୍କା ଦେବା ଲାଗି ନିର୍ଦ୍ଦେଶ ଦେଇଛନ୍ତି।

You might also like