ଡିଜିପି ନିର୍ଦ୍ଦେଶାବଳୀ ପରିବର୍ତ୍ତନକୁ ସୁପ୍ରିମକୋର୍ଟଙ୍କ ନା

ନୂଆଦିଲ୍ଲୀ: ବିଭିନ୍ନ ରାଜ୍ୟରେ ପୁଲିସ୍ ଡିଜି ନିଯୁକ୍ତି ନେଇ ଥିବା ନିର୍ଦ୍ଦେଶାବଳୀରେ ପରିବର୍ତ୍ତନ ପାଇଁ ସୁପ୍ରିମକୋର୍ଟ ମନା କରିଛନ୍ତି।

ପଞ୍ଜାବ, ହରିୟାଣା, କେରଳ, ପଶ୍ଚିମବଙ୍ଗ ଓ ବିହାର ପକ୍ଷରୁ ଏହି ଆବେଦନ କରାଯାଇଥିଲା। ପୁଲିସ୍ ବିଭାଗ ରାଜ୍ୟମାନଙ୍କ ,ସ୍ୱତନ୍ତ୍ର  କ୍ଷମତା ପରିସରରେ ଆସୁଥିବାରୁ ଡିଜିପି ନିଯୁକ୍ତ କରିବା ଲାଗି ଏମାନଙ୍କୁ ଅଧିକାର ଦେବାକୁ  ଆବେଦନର ଦର୍ଶାଯାଇଥିଲା। ତେବେ କୋର୍ଟ ଏହି ଯୁକ୍ତିକୁ ଅଗ୍ରାହ୍ୟ କରିଦେଇଛନ୍ତି।

୨୦୦୬ ମସିହାରେ ସୁପ୍ରିମକୋର୍ଟ କହିଥିଲେ, ରାଜ୍ୟ ସରକାର ଡିଜିପି ପଦ ଖାଲି ହେବାର ୩ ମାସ ଆଗରୁ ରାଜ୍ୟର ୩ ବରିଷ୍ଠ ପୁଲିସ ଅଧିକାରୀଙ୍କ ନାଁ କେନ୍ଦ୍ରୀୟ ଲୋକ ସେବା ଆୟୋଗ-UPSCଙ୍କୁ ପ୍ରସ୍ତାବ ଦେବେ। UPSC ଏହି ଅଧିକାରୀମାନଙ୍କ ଯୋଗ୍ୟତା, କାର୍ଯ୍ୟଦକ୍ଷତା ଓ ଅଭିଜ୍ଞତା ଆଦି ପ୍ରସଙ୍ଗକୁ ବିଚାରକୁ ନେଇ ତାଲିକା ପ୍ରସ୍ତୁତ କରି ରାଜ୍ୟ ସରକାରଙ୍କ ନିକଟକୁ ପଠାଇବେ। ରାଜ୍ୟ ସରକାର ଏମାନଙ୍କ ମଧ୍ୟରୁ ଯୋଗ୍ୟ ବ୍ୟକ୍ତିକୁ ଡିଜିପି ନିଯୁକ୍ତ କରିବେ। ସେହିପରି ଡିଜିପିଙ୍କ କାର୍ଯ୍ୟକାଳ ଅତିକମ୍‌ରେ ୨ ବର୍ଷ ହେବ ବୋଲି ସୁପ୍ରିମକୋର୍ଟ କହିଥିଲେ।

You might also like