ପ୍ରଶାନ୍ତଙ୍କ ଆବେଦନ ଖାରଜ୍: ଦଣ୍ଡବିଧାନ କରିପାରନ୍ତି ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: କୋର୍ଟ ଅବମାନନା ମାମଲାରେ ବରିଷ୍ଠ ଓକିଲ ପ୍ରଶାନ୍ତ ଭୂଷଣଙ୍କ ପୁନର୍ବିଚାର ଆବେଦନକୁ ଖାରଜ କରିଦେଇଛନ୍ତି ସୁପ୍ରିମକୋର୍ଟ। ଆଜି ଏହି ମାମଲାରେ କୋର୍ଟ ପ୍ରଶାନ୍ତ ଭୂଷଣଙ୍କ ପାଇଁ ଦଣ୍ଡ ଘୋଷଣା କରିପାରନ୍ତି। ପ୍ରଶାନ୍ତ ଆବେଦନ ଖାରଜ କରି କୋର୍ଟ କହିଛନ୍ତି “ଏହା ଯଥୋଚିତ ଆବେଦନ ନୁହେଁ। ଦଣ୍ଡ ବିଧାନ ପରେ ହିଁ ବିଚାର ସମ୍ପୂର୍ଣ୍ଣ ହେବ।”

ପ୍ରଶାନ୍ତ ଜୁନ ୨୭ ତାରିଖରେ ସୁପ୍ରିମକୋର୍ଟ ବିଷୟରେ ଏକ ଟ୍ୱିଟ୍ କରିଥିଲେ। ଯାହା ନ୍ୟାୟପାଳିକ ଓ ମୁଖ୍ୟ ବିଚାରପତିଙ୍କ ଗରିମା କ୍ଷୁନ୍ନ କରୁଥିଲା। ପରେ ୨୯ ତାରିଖରେ ମୁଖ୍ୟ ବିଚାର ପତି ସରଦ ଅରବିନ୍ଦ ବୋବଡେଙ୍କ ଉପରେ ଆଉ ଏକ ଟ୍ୱିଟ କରିଥିଲେ। ଏହି ଦୁଇଟି ଯାକ ଟ୍ୱିଟ୍‌ରେ ସୁପ୍ରିମୋ କୋର୍ଟ ନିଜ ଆଡ଼ୁ ବିଚାର କରି ଏହା କୋର୍ଟ ଅବମାନନା କହି ପ୍ରଶାନ୍ତଙ୍କୁ ନୋଟିସ୍ କରିଥିଲେ।

ନୋଟିସରୁ ଉତ୍ତର ରଖି ପ୍ରଶାନ୍ତ କହିଥିଲେ, ସିଜେଆଇ(ମୁଖ୍ୟ ବିଚାରପତି)ଙ୍କ ଆଲୋଚନା ସୁପ୍ରିମକୋର୍ଟର ଗରିମା ନଷ୍ଟ କରୁନାହିଁ। ଚାରିଜଣ ପୂର୍ବ ବିଚାରପତିଙ୍କୁ ନେଇ ମୁଁ ଯେଉଁ ଟ୍ୱିଟ୍‌ କରିଛି ତାହା ମୋ ବିଚାରଧାରା। ଯାହା ଅପ୍ରିୟ ଲାଗିପାରେ କିନ୍ତୁ ଅବମାନନା ନୁହେଁ। ତେବେ ଅଗଷ୍ଟ ୧୪ ତାରିଖ ସୁପ୍ରିମକୋର୍ଟରେ ବିଚାର ବେଳେ ପ୍ରଶାନ୍ତ ଦୋଷୀ ସାବ୍ୟସ୍ତ ହୋଇଥିଲେ।

କୋର୍ଟ ଅବମାନନାରେ ଦଣ୍ଡ ବିଧାନ କ‘ଣ  ?

କୋର୍ଟ ଅବମାନନା ଅଧିନିୟମ ଧାରା ୧୨ ଅନୁସାରେ, କୋର୍ଟ ଅବମାନନା କେଶ୍‌ରେ ଦୋଷୀକୁ ୬ ମାସ ଜେଲ୍‌ ଡଣ୍ଡ ସହିତ ଦୁଇ ହଜାର ନଗଦ ଜରିମାନା ଦେବାକୁ ପଡ଼ିଥାଏ। ତବେ ପ୍ରଶାନ୍ତଙ୍କ ମାମଲାରେ ଅଗଷ୍ଟ ୨୦ ତାରିଖରେ ଦଣ୍ଡବିଧାନ କରିବେ କୋର୍ଟ।

 

ଆହୁରି ପଢ଼ନ୍ତୁ

ପାକିସ୍ତାନ ଅନୁପ୍ରବେଶକାରୀକୁ ଧରିଲା ସେନା; ୫ ହଜାର ପାକିସ୍ତାନୀ ଟଙ୍କା ଜବତ

‘ପାପ, ଭୁଲ ଓ ବେମାରୀକୁ ଛୋଟ ଭାବିବା ଉଚିତ ନୁହେଁ’

ଗୋଆ ଉପମୁଖ୍ୟମନ୍ତ୍ରୀଙ୍କ ମୋବାଇଲ୍‌ରୁ କେମିତି ଶେୟାର୍ ହେଲା ପର୍ଣ୍ଣୋଗ୍ରାଫିକ୍ ଭିଡିଓ ?‌

୨ ଆତଙ୍କବାଦୀଙ୍କୁ ଏନ୍‌କାଉଣ୍ଟର କଲା ସେନା; ଦୁଇ ଦିନରେ ୪ ମୃତ

ଡ୍ରଗ୍ସ କାରବାର ମାମଲାରେ ବିଚାର କରୁଥିବା NDPSର ସ୍ୱତନ୍ତ୍ର ବିଚାରପତିଙ୍କୁ ବୋମାମାଡ଼ ଧମକ: ଦୁଇ ଅଟକ

ଗୋଆ ଉପମୁଖ୍ୟମନ୍ତ୍ରୀଙ୍କ ମୋବାଇଲ୍‌ ହ୍ୟାକ୍

ଚୀନ୍‌ର କରୋନା ଭ୍ୟାକ୍ସିନ ସମ୍ପୂର୍ଣ୍ଣ ସୁରକ୍ଷିତ: ବ୍ରାଜିଲ୍‌

ସନ୍ଧ୍ୟା ୬ରେ ଦେଶବାସୀଙ୍କୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ

୮୩ ଦିନ ପରେ ଆଶ୍ୱସ୍ତି; ଦିନକରେ ଚିହ୍ନଟ ହେଲେ ୫୦ ହଜାରରୁ କମ କରୋନା ଆକ୍ରାନ୍ତ

ଫେବ୍ରୁଆରି ସୁଦ୍ଧା ଦେଶର ଅଧା ଲୋକ କରୋନା ଆକ୍ରାନ୍ତ ହୋଇ ପାରନ୍ତି !

କଥା ଦେଇ କଥା ରଖିଲେ ରାହୁଲ, ଦୁଇ ଭଉଣୀଙ୍କୁ ଉପହାର ଦେଲେ ଘରର ଚାବି

କରୋନା ଆକ୍ରନ୍ତଙ୍କ ଖୁସି ପାଇଁ ନାଚିଲେ ଡାକ୍ତର, ଭିଡିଓ ଭାଇରାଲ

You might also like